କରୋନା ବିରୋଧୀ ଲଢେଇରେ ଓଡ଼ିଶା ପୁଲିସର ଭୂମିକା ପ୍ରସଂଶନୀୟ : ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ କରୋନା

କଟକ: କଟକରେ ଗତ ତିନିଦିନ ଧରିଚାଲିଥିବା ରାଜ୍ୟ ବରିଷ୍ଠ ପୁଲିସ ଅଧିକାରୀ(ଆଇପିଏସ) ସମ୍ମିଳନୀ ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଓଡ଼ିଶା ପୁଲିସକୁ ଗୁରୁମନ୍ତ୍ର ଦେଇଥିଲେ। ମୁଖ୍ୟମନ୍ତ୍ରୀ କରୋନା ମହାମାରୀ ମୁକାବିଲାରେ ଓଡ଼ିଶା ପୁଲିସର ଭୂମିକାକୁ ପ୍ରଶଂସା କରିଥିଲେ । ‌କୋଭିଡ ଭଳି ବିପର୍ଯ୍ୟୟ ସମୟରେ ପୁଲିସ ସମ୍ବେଦନଶୀଳ ହୋଇ କାମ କରିଥିଲା। କୋଭିଡ ଯୁଦ୍ଧରେ ଓଡ଼ିଶା ପୁଲିସ ୬୧ଜଣ ପୁଲିସ କର୍ମଚାରୀଙ୍କୁ ହରାଇଥିଲା। ମୁଖ୍ୟମନ୍ତ୍ରୀ କରୋନାରେ ପ୍ରାଣ ହରାଇଥିବା ପୁଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ। ମାଓ ମୁକାବିଲାରେ ଓଡ଼ିଶା ପୁଲିସ ଆଖିଦୃଷ୍ଟିଆ ଅଗ୍ରଗତି କରିଛି। ଫଳରେ ଅନୁଗୁଳ, ବୌଦ୍ଧ, ଦେଓଗଡ, ନୟାଗଡ ଓ ସମ୍ବଲପୁର ଏବେ ମାଓ ମୁକ୍ତ ଜିଲ୍ଲା ଭାବେ ଘୋଷଣା କରାଯାଇପାରିଛି। ସ୍ବାଭିମାନ ଅଞ୍ଚଳ ଓ ବିଛିନ୍ନାଞ୍ଚଳରେ ମଧ୍ୟ ବିକାଶ ହୋଇଛି। ମୋ ସରକାରରେ ଓଡ଼ିଶା ପୁଲିସ ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନରେ ଉଲ୍ଲେଖନୀୟ କାମ କରିଛି। ୫-ଟିରେ ଓଡ଼ିଶା ପୁଲିସରେ ଏବେ ପାସପୋର୍ଟ ସରଳିକରଣ କରାଯାଇପାରିଛି। ପୁଲିସ ପଦନ୍ନୋତି, ଇ-ଏଫଆଇଆର ବ୍ୟବସ୍ଥା ହୋଇପାରିଛି। ନିଶା କାରବାର ରୋକିବାରେ ଓଡ଼ିଶା ପୁଲିସର ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ସଡ଼କ ସୁରକ୍ଷାକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଥିଲେ। ଦୁର୍ଘଟଣାରେ ମୃତ୍ୟୁହାର କମାଇବାକୁ ପରମର୍ଶ ଦେଇଥିେଲ। ଦୋଷୀ ସାବ୍ୟସ୍ତ ହାର କମିବା ଚିନ୍ତାଜନକ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୁଲିସ ହାଉସିଂ ପାଇଁ ୧ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଘୋଷଣା କରିଥିେଲ। ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଡିଜିପି ଶ୍ରୀ ଅଭୟ ଓ ନବ ନିଯୁକ୍ତି ଡିଜିପି ସୁନିଲ ବଂଶଲଙ୍କ ସେମତ ବରିଷ୍ଠ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ସ୍ଵର୍ଣ୍ଣମନ୍ଦିରରେ ଗୁରୁ ଗ୍ରନ୍ଥ ସାହିବକୁ ଅପବିତ୍ର କରିବାକୁ ଚେଷ୍ଟା କରିଥିବା ଯୁବକଙ୍କୁ ପିଟି ପିଟି ହତ୍ୟା

Sat Dec 18 , 2021
ଅମୃତସର: ଶନିବାର ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଗୁରୁ ଗ୍ରନ୍ଥ ସାହେବକୁ ଅପବିତ୍ର କରିବାକୁ ଜଣେ ଯୁବକ ଚେଷ୍ଟା କରିଥିଲେ। ଆଉ ଏହି ଯୁବକଙ୍କୁ କିଛି ଲୋକ ପିଟି ପିଟି ହତ୍ୟା କରିଛନ୍ତି। ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ ଶ୍ରୀ ଦରବାର ସାହିବରେ ରହରାସ ସାହେବ ପାଠ କରାଯାଉଥିଲା। ଏହି ସମୟରେ ଜଣେ ୨୨ ବର୍ଷର ଯୁବକ ମୁଣ୍ଡିଆ ମାରି ଲାଗିଥିବା ବ୍ୟାରିକେଡ଼କୁ ଡେଇଁ ଶ୍ରୀ ଗୁରୁ ଗ୍ରନ୍ଥ ସାହିବ ନିକଟରେ […]
ସ୍ଵର୍ଣ୍ଣମନ୍ଦିର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial