ସହିଦନଗରରେ ଜବରଦଖଲ ଉଚ୍ଛେଦ: ମାଟିରେ ମିଶିଲା ମନ୍ଦିର

ସହିଦନଗରରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ବର : ସହିଦନଗରସ୍ଥିତ ଭବାନୀ ମଲ୍‌ ପାର୍ଶ୍ୱରୁ ଶନିବାର ଦିନ ଜବରଦଖଲ ଉଚ୍ଛେଦ କରିଛି ବିଡିଏ। ଗୋଟିଏ ଓମଫେଡ୍‌ ବୁଥ୍‌ ସହ ଗୋଟିଏ କ୍ୟାବିନ୍‌ ଓ ପାଚେରି ଭଙ୍ଗା ଯାଇଥିଲା। ତେବେ ସେଠାରେ ଥିବା ଆଖଣ୍ଡଳମଣି ମନ୍ଦିର ଭଙ୍ଗିବା ବେଳେ ସ୍ଥାନୀୟ ଲୋକ ଏହାକୁ ବିରୋଧ କରିଥିଲେ। ଏହାକୁ କେନ୍ଦ୍ର କରି ବିଡିଏ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ସ୍ଥାନୀୟ ବାସିନ୍ଦା ମୁହାଁମୁହିଁ ହୋଇଥିଲେ। ମନ୍ଦିରର କିଛି ଅଂଶ ଭଙ୍ଗାଯିବା ପରେ ସ୍ଥାନୀୟ ଲୋକେ ଜେସିବି ଆଗରେ ଛିଡ଼ା ହୋଇ ରହିବାରୁ ଭାଙ୍ଗିବା ସମ୍ଭବ ହୋଇନଥିଲା। ସେଠାରେ ମୁତୟନ ଥିବା କମିସନରେଟ୍‌ ପୁଲିସର ଗୋଟିଏ ପ୍ଲାଟୁନ୍‌ ଫୋର୍ସ ଓ ଗୋଟିଏ ସେକ୍ସନ୍‌ ମହିଳା ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଘଟଣାସ୍ଥଳରୁ ହଟାଇବା ପରେ ମନ୍ଦିରକୁ ମାଟିରେ ମିଶାଇ ଦିଆଯାଇଥିଲା। ସୂଚନାଯୋଗ୍ୟ, ଗତ ୧୫ ତାରିଖରେ ବିଏମ୍‌ସି ଓ ବିଏସ୍‌ସିଏଲ୍‌ର ଏକ ଟିମ୍‌ ଏହି ଉଚ୍ଛେଦ ପାଇଁ ଯାଇଥିଲା। କିନ୍ତୁ ପ୍ରବଳ ବିରୋଧ ହେବାରୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଫେରି ଆସିଥିଲା। ଆଜି ଉଚ୍ଛେଦ ବେଳେ ବିଡିଏ ଏନଫୋର୍ସମେଣ୍ଟ ଅଫିସର୍‌ ପ୍ରମୋଦ ପାତ୍ର, ବିଡିଏ ଲିଆସନ୍‌ ଅଫିସର୍‌ ଶୁଭ୍ରାଂଶୁ ଶେଖର ମହାନ୍ତି ଓ ସହିଦନଗର ଥାନା ଇନ୍ସପେକ୍ଟର୍‌ ବିଜୟ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ହାଉସିଂବୋର୍ଡର ବିଚିତ୍ର ନୀତି: ପୁରୁଣାଙ୍କୁ ମିଳୁନି ଫ୍ଲାଟ୍‌, ନୂଆଙ୍କଠୁ ଦରଖାସ୍ତ ଆହ୍ବାନ

Sun Dec 19 , 2021
ନିର୍ମାଣାଧୀନ ଆପାର୍ଟମେଣ୍ଟ୍‌ ସମୁଖରେ ଧାରଣା ଭୁବନେଶ୍ୱର : ଓଡ଼ିଶା ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ବିଚିତ୍ର ନୀତିକୁ ନେଇ ପୁରୁଣା ହିତାଧିକାରୀଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଫ୍ଲାଟ୍‌ ଦେବା ପାଇଁ ତାରିଖ ପରେ ତାରିଖ ଦିଆଯାଉଛି। ପ୍ରତିଶ୍ରୁତି ଦେବାର ୨ ବର୍ଷ ଅତିକ୍ରାନ୍ତ କରିବା ପରେ ବି ପୁରୁଣା ହିତାଧିକାରୀଙ୍କୁ ଫ୍ଲାଟ୍‌ ମିଳୁନାହିଁ। ଅଥଚ ନୂଆ ହିତାଧିକାରୀଙ୍କଠାରୁ ଆବେଦନ ଆହ୍ବାନ କରାଯାଉଛି। ତେଣୁ ଶନିବାର […]
ନିର୍ମାଣାଧୀନ ଆପାର୍ଟମେଣ୍ଟ୍‌ ସମ୍ମୁଖରେ ଧାରଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial