ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ବିଜେଡ଼ିର ୨୫ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ବିଜୁ ଜନତା ଦଳ (ବିଜେଡ଼ି) ପକ୍ଷରୁ ୨୫ ତମ ପ୍ରତିଷ୍ଠା ଦିବସ ରାଜ୍ୟସ୍ତରରେ ଏବଂ ପ୍ରତ୍ୟେକ ବ୍ଲକ ଓ ସହରାଞ୍ଚଳରେ ପାଳନ କରାଯିବ। ରାଜ୍ୟ ସ୍ତରରେ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ଣ ସାଢେ ୪ଟା ସମୟରେ ଏହି ସମାରୋହରେ ଯୋଗ ଦେବେ। ବ୍ଲକ ସ୍ତରରେ ନିକଟରେ ଗଠିତ ବ୍ଲକ ସଂଯୋଜକ, ଜୋନ ସଂଯୋଜକ, ଜୋନ କମିଟି ସଦସ୍ୟ ଓ ପଞ୍ଚାୟତ କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ। ଏହା ସହିତ ୨୫ ଜଣ ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସକ୍ରିୟ ସଭ୍ୟ ଏହି ବ୍ଲକ ସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ସମାରୋହରେ ଯୋଗ ଦେବେ। ସେହିପରି ପ୍ରତ୍ୟେକ ସହରାଞ୍ଚଳ ମୁଖ୍ୟାଳୟରେ ଦଳର ବିଭିନ୍ନ ପଦାଧିକାରୀ, ନିର୍ବାଚିତ ପ୍ରତିନିଧି, ନଗର ଯୁବ,ଛାତ୍ର ,ମହିଳା ଓ ବରିଷ୍ଠ ବିଜେଡ଼ି କମିଟିର ସମସ୍ତ ସଦସ୍ୟ, ୱାର୍ଡ କମିଟର ସମସ୍ତ ସଦସ୍ୟ, ୨୫ ଜଣ ପ୍ରାଥମିକ ସଦସ୍ୟ ସଂଗ୍ରହ କରିଥିବା ସକ୍ରିୟ ସଭ୍ୟ ଯୋଗ ଦେବେ।

Share Now:

Kalinga News Beuro

Next Post

କରୋନା ପାଇଁ ଖସିଲା ଭାରତୀୟ ସେୟାର ବଜାର

Mon Dec 20 , 2021
ଗୋଟିଏ ଦିନରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ ନୂଆଦିଲ୍ଲୀ: ଓମିକ୍ରନ ଭୟରେ ଆଜି ଭାରତୀୟ ସେୟାର ବଜାର ଦୋହଲି ଯାଇଛି। ଗୋଟିଏ ଦିନରେ ୭ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ। ଆଜି ସେନସେକ୍ସ ୧୧ଶହ ୯୦ପଏଣ୍ଟ ତଳକୁ ଖସିଛି। ନିଫଟିରେ ମଧ୍ୟ ୩୭୧ପଏଣ୍ଟ ହ୍ରାସ ହୋଇଛି। ଦୁଇ ଦିନରେ ନିବେଶକ ହରାଇଲେଣି ପ୍ରାୟ ୧୧ ଲକ୍ଷ କୋଟି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ, ଧୀରେ ଧୀରେ […]
ଭାରତୀୟ ସେୟାର ବଜାର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial