କରୋନା ପାଇଁ ଖସିଲା ଭାରତୀୟ ସେୟାର ବଜାର

ଭାରତୀୟ ସେୟାର ବଜାର

ଗୋଟିଏ ଦିନରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କା ହରାଇଲେ ନିବେଶକ

ନୂଆଦିଲ୍ଲୀ: ଓମିକ୍ରନ ଭୟରେ ଆଜି ଭାରତୀୟ ସେୟାର ବଜାର ଦୋହଲି ଯାଇଛି। ଗୋଟିଏ ଦିନରେ ୭ଲକ୍ଷ କୋଟି ଟଙ୍କା ହରାଇଛନ୍ତି ନିବେଶକ। ଆଜି ସେନସେକ୍ସ ୧୧ଶହ ୯୦ପଏଣ୍ଟ ତଳକୁ ଖସିଛି। ନିଫଟିରେ ମଧ୍ୟ ୩୭୧ପଏଣ୍ଟ ହ୍ରାସ ହୋଇଛି। ଦୁଇ ଦିନରେ ନିବେଶକ ହରାଇଲେଣି ପ୍ରାୟ ୧୧ ଲକ୍ଷ କୋଟି। କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ, ଧୀରେ ଧୀରେ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ବିଶେଷ କରି ବ୍ରିଟେନ୍ ଓ ଅନ୍ୟ ୟୁରୋପୀୟ ଦେଶରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି। କିଛି ଦେଶରେ ପୁଣି ଥରେ ଲକଡାଉନ ଭଳି ଶକ୍ତ କଟକଣା ଫେରିଛି। ଆଉ ଏହାର ସିଧା ପ୍ରଭାବ ପଡ଼ିଛି ସେୟାର ବଜାର ଉପରେ। ଶୁକ୍ରବାର ଦିନ ଭାରତୀୟ ସେୟାର ବଜାର ତଳକୁ ଖସିଥିବା ବେଳେ ସୋମବାର ଆରମ୍ଭରୁ ତଳମୁହାଁ ହୋଇଚାଲିଲା ସେୟାର ବଜାର। ପ୍ରଥମ ଦୁଇଟି ସେସନରେ କ୍ଷତି ବଢ଼ି ବଢ଼ି ଚାଲିଲା, ହେଲେ ଶେଷ ଆଡକୁ ସାମାନ୍ୟ ସୁଧାର ଆସିଥିଲା। ବଜାର ବନ୍ଦ ହେବାବେଳକୁ ସେନସେକ୍ସ ୧୧୯୦ ଅଙ୍କ ଅର୍ଥାତ୍ ୨.୦୯ ପ୍ରତିଶତ ହ୍ରାସ ପାଇ ୫୫ ହଜାର ୮୨୨ ଟଙ୍କାରେ ପହଞ୍ଚିଛି। ସେହିପରି ନିଫଟି ୩୭୧ ଅଙ୍କ ହ୍ରାସ ପାଇଛି। ଅର୍ଥାତ ୨.୧୮ ପ୍ରତିଶତ ହ୍ରାସ ପାଇ ୧୬ ହଜାର ୬୧୪ରେ ଟ୍ରେଡିଂ ବନ୍ଦ ହୋଇଛି। ଗୋଟିଏ ଦିନରେ ନିବେଶକ ହରାଇଛନ୍ତି ୬ଲକ୍ଷ ୬୭ ହଜାର କୋଟି ଟଙ୍କା। ଦୁଇଟି ଟ୍ରେଡିଂ ଦିନରେ ମୋଟ ୧୧ ଲକ୍ଷ କୋଟି ହରାଇବା ନିବେଶକଙ୍କ ଚିନ୍ତା ବଢାଇଛି। ବିଶେଷଜ୍ଞଙ୍କ ମତରେ ଓମିକ୍ରନ ଦ୍ରୁତ ଗତିରେ ବଢୁଥିବାରୁ ବିଶ୍ୱ ବଜାରରେ ଏହାର ପ୍ରଭାବ ପଡ଼ିଛି। ସାଂଘାଇ, ହଂକଂ, ଜାପାନ ଏବଂ ଦକ୍ଷିଣ କୋରିଆରେ ମଧ୍ୟ ସେୟାର ବଜାର ତଳ ମୁହାଁ ହୋଇଛି। ଆଗକୁ ଯଦି ଓମିକ୍ରନ ଭୂତାଣୁ ଯୋଗୁଁ ଦ୍ରୁତ ଗତିରେ ସଂକ୍ରମଣ ବୃଦ୍ଧି ହୁଏ, ତାହେଲେ ସେୟାର ବଜାରରେ ଆହୁରି ମାନ୍ଦାବସ୍ଥା ଦେଖିବାକୁ ମିଳିବ ବୋଲି ଆଶଙ୍କା କରାଯାଉଛି।

Share Now:

Kalinga News Beuro

Next Post

ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ଯୋଗ ଦେଲେ ୧୨୫ ଜୁନିଅର ଆସିଷ୍ଟାଣ୍ଟ

Mon Dec 20 , 2021
ଭୁବନେଶ୍ବର : ରାଜ୍ୟ ଗୃହ ନିର୍ମାଣ ବିଭାଗ ଅଧିନସ୍ଥ ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ୧୨୫ ଜଣ ଜୁନିଅର ଆସିଷ୍ଟାଣ୍ଟ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଲୋକସଭା ଭବନଠାରେ ଅନୁଷ୍ଠିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ବିକାଶମୂଳକ ସ୍କିମ୍ ଓ ଯୋଜନାଗୁଡ଼ିକର ମୁଖ୍ୟ ହିତାଧିକାରୀ ହେଉଛନ୍ତି, ଗରିବ ଓ ଦୁର୍ବଳ ବର୍ଗ। ଏଣୁ ଆମ […]
ଓଡ଼ିଶା ମ୍ୟୁନିସିପାଲ କ୍ୟାଡର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial