ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ଯୋଗ ଦେଲେ ୧୨୫ ଜୁନିଅର ଆସିଷ୍ଟାଣ୍ଟ

ଓଡ଼ିଶା ମ୍ୟୁନିସିପାଲ କ୍ୟାଡର

ଭୁବନେଶ୍ବର : ରାଜ୍ୟ ଗୃହ ନିର୍ମାଣ ବିଭାଗ ଅଧିନସ୍ଥ ଓଡ଼ିଶା ମ୍ୟୁନିସିପାଲ କ୍ୟାଡରରେ ୧୨୫ ଜଣ ଜୁନିଅର ଆସିଷ୍ଟାଣ୍ଟ ଯୋଗ ଦେଇଛନ୍ତି। ଏହି ଉପଲକ୍ଷେ ଲୋକସଭା ଭବନଠାରେ ଅନୁଷ୍ଠିତ ଏକ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସରକାରଙ୍କ ବିକାଶମୂଳକ ସ୍କିମ୍ ଓ ଯୋଜନାଗୁଡ଼ିକର ମୁଖ୍ୟ ହିତାଧିକାରୀ ହେଉଛନ୍ତି, ଗରିବ ଓ ଦୁର୍ବଳ ବର୍ଗ। ଏଣୁ ଆମ ନାଗରିକମାନଙ୍କୁ ପେସାଦାର ମନୋଭାବ, ସମ୍ମାନ ଓ ସହୃଦୟତାର ସହିତ ବ୍ୟବହାର କରିବାକୁ ସରକାରୀ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ଗୃହ ନିର୍ମାଣ ବିଭାଗ ପକ୍ଷରୁ ୫ଟି ଅଧିନରେ ଜାଗା ମିଶନ, ମୁକ୍ତା ଆହର, ଉନ୍ନତି, ସହରାଞ୍ଚଳ ଜଳଯୋଗାଣ, ସହରାଞ୍ଚଳ ପରିମଳ, ଗାରିମା ଆଦି ବିଭିନ୍ନ ସ୍କିମ୍ କାର୍ଯ୍ୟକାରୀ କରୁଛନ୍ତି। ଏହି ଜୁନିଅର ଆସିଷ୍ଟାଣ୍ଟମାନେ ରାଜ୍ୟରେ ଥିବା ୧୧୪ଟି ପୌରସଂସ୍ଥାରେ ନିଯୁକ୍ତ ହେବେ। ଲୋକମାନଙ୍କୁ ସେବା ଯୋଗାଇବାବେଳେ ୫ଟି ଓ ମୋ ସରକାରର ମୁଖ୍ୟ ଲକ୍ଷ୍ୟକୁ ମନେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

Share Now:

Kalinga News Beuro

Next Post

ତପସ୍ବିନୀ-ଡାକ୍ତର ସୁମିତ ବିବାଦରେ ନୂଆ ମୋଡ଼ : ଗ୍ରୀଲ ଭାଙ୍ଗି ଘର ଭିତରକୁ ପଶିଲେ ସ୍ଥାନୀୟ ମହିଳା

Mon Dec 20 , 2021
ଭୁବନେଶ୍ବର : ବ୍ରହ୍ମପୁରର ଦମ୍ପତ୍ତି ତପସ୍ବିନୀ ଓ ଡାକ୍ତର ସୁମିତ ବିବାଦ ଘଟଣାରେ ଏକ ନୂଆ ମୋଡ଼ ଆସିଛି। ସୋମବାର ସଂଧ୍ୟାରେ ବିକ୍ଷୋଭ କରୁଥିବା କେତେକ ସ୍ଥାନୀୟ ମହିଳା ସୁମିତଙ୍କ ଘର ମୁଖ୍ୟ ଗେଟ୍ ଓ ଗ୍ରୀଲ ଭାଙ୍ଗି ଘରେ ପଶିଯାଇଛନ୍ତି। ଏହାକୁ ନେଇ ସୁମିତଙ୍କ ଘରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ଫେରାଇଦେଇଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଜାରି […]
ତପସ୍ବିନୀ-ଡାକ୍ତର ସୁମିତ ବିବାଦରେ ନୂଆ ମୋଡ଼

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial