ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ମହାନଦୀର ଦୀର୍ଘତମ ସେତୁ ଉଦ୍‌ଘାଟିତ

ମହାନଦୀର ଦୀର୍ଘତମ ସେତୁ ଉଦ୍‌ଘାଟିତ

କଟକ: ଆଜି ବଡ଼ମ୍ବା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାନଦୀର ଦୀର୍ଘତମ ଗୋପୀନାଥପୁର-ବୈଦେଶ୍ବର ସେତୁକୁ ଲୋକାର୍ପଣ କରିଛନ୍ତି। ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗୋପୀନାଥପୁରଠାରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ୫ଟି ସଚିବ ଭି. କେ ପଣ୍ଡିଆନ, ପୂର୍ତ୍ତମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ଏସ୍‌ପି ବି.ଯୁଗଲ କିଶୋର ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ୩.୧୩୯ କିଲୋମିଟର ଲମ୍ବର ଏହି ସେତୁକୁ ୨୦୧୪, ଫେବୃଆରୀ ୨୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ। ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ବାଙ୍କୀର ବୈଦେଶ୍ବରଠାରୁ ବଡ଼ମ୍ବାର ଗୋପୀନାଥପୁରକୁ ଯୋଡ଼ିବ। ଏହି ସେତୁ ମଧ୍ୟଯୁଗୀୟ ସ୍ଥାପତ୍ୟକଳାର ନିଦର୍ଶନ ଅଷ୍ଟମ ଶତାବ୍ଦୀର ପ୍ରସିଦ୍ଧ ଶୈବପୀଠ ସିଂହନାଥ ପୀଠକୁ ବି ଯୋଡ଼ିବ। ମହାନଦୀ ଗର୍ଭରେ ଥିବା ଏହି ମନ୍ଦିର ଏଏସ୍‌ଆଇ ଅଧୀନରେ ରହିଛି। ପୂର୍ବରୁ ଡଙ୍ଗାରେ ପୀଠକୁ ଯିବାକୁ ପଡୁଥିବା ‌ବେଳେ ଏବେ ଏହି ସେତୁରୁ ୨୩୬ ମିଟରର ଏକ ‘ଟି’ ବ୍ରିଜ୍ ପୀଠକୁ ଯୋଡୁଛି। ଏଭଳି ‘ଟି’ ସେତୁ ଏଯାଏ ରାଜ୍ୟରେ କୌଣସି ସ୍ଥାନରେ ନିର୍ମାଣ ହୋଇ ନଥିବା ଜଣାପଡିଛି। ଏହି ସେତୁ ନିକଟରେ ଅର୍ଥାତ୍‌ ବଡ଼ମ୍ବାର ଗୋପୀନାଥପୁରରେ ପର୍ଯ୍ୟଟକ ସୁବିଧା କେନ୍ଦ୍ର ପାଇଁ ଜିଲ୍ଲା ପ୍ରଶାସନ ଦୁଇ ଏକର ୩୬ ଡିସିମିଲ ସ୍ଥାନ ଯୋଗାଇ ଦେଇଥିବା ବେଳେ ଏହାର ଡିଜାଇନ୍‌ ମଧ୍ୟ ପ୍ରସ୍ତୁତ ସରିଛି। ଅନ୍ୟପଟେ ହଂସନାଥ ପୀଠକୁ ସଂଯୋଗ କରୁ୍‌ଥିବା ‘ଟି’ ସେତୁ ୨୩୬ ମିଟର ପାଇଁ ମଧ୍ୟ ପାହାଚ ଓ ବିଭିନ୍ନ କାର୍ଯ୍ୟର ଡିଜାଇନ୍‌ ପ୍ରସ୍ତୁତ କରାଯାଇଛି।

Share Now:

Kalinga News Beuro

Next Post

ଭାରତର ଡିଜିଟାଲ ଷ୍ଟ୍ରାଇକ୍ : ୨୦ଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କଲେ ସରକାର

Tue Dec 21 , 2021
ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍। ଭାରତ ବିରୋଧରେ ମିଛ ଖବର ଓ ଭିଡ଼ିଓ ପରିବେଷଣ କରୁଥିବା ଅଭିଯୋଗରେ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବ୍ଲକ୍ କରିଦେଇଛି। ତା ସହିତ ଭାରତ ବିରୋଧୀ ମିଛ ଅପପ୍ରଚାର କରୁଥିବା କାରଣରୁ ଦୁଇଟି ୱେବସାଇଟ ବିରୋଧରେ ମଧ୍ୟ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ୨୦ଟି ପାକିସ୍ଥାନୀ […]
ଭାରତର ଡିଜିଟାଲ ଷ୍ଟ୍ରାଇକ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial