ଭାରତର ଡିଜିଟାଲ ଷ୍ଟ୍ରାଇକ୍ : ୨୦ଟି ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କଲେ ସରକାର

ଭାରତର ଡିଜିଟାଲ ଷ୍ଟ୍ରାଇକ୍

ନୂଆଦିଲ୍ଲୀ: ପାକିସ୍ତାନ ବିରୋଧରେ ଭାରତର ଡିଜିଟାଲ ଷ୍ଟ୍ରାଇକ୍। ଭାରତ ବିରୋଧରେ ମିଛ ଖବର ଓ ଭିଡ଼ିଓ ପରିବେଷଣ କରୁଥିବା ଅଭିଯୋଗରେ ୨୦ଟି ୟୁଟ୍ୟୁବ୍ ଚ୍ୟାନେଲକୁ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ବ୍ଲକ୍ କରିଦେଇଛି। ତା ସହିତ ଭାରତ ବିରୋଧୀ ମିଛ ଅପପ୍ରଚାର କରୁଥିବା କାରଣରୁ ଦୁଇଟି ୱେବସାଇଟ ବିରୋଧରେ ମଧ୍ୟ କେନ୍ଦ୍ର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏହି ୨୦ଟି ପାକିସ୍ଥାନୀ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛି । ତା ସହିତ ଦୁଇଟି ୱେବସାଇଟ୍ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଗୁଇନ୍ଦା ଏଜେନ୍ସି ଏବଂ ସୂଚନା ପ୍ରସାରଣ ମନ୍ତ୍ରାଳୟର ମିଳିତ ଉଦ୍ୟମରେ ଏହି କାର୍ଯ୍ୟ କରାଯାଇଛି। ଯେଉଁ ସବୁ ୟୁଟ୍ୟୁବ୍ ଚ୍ୟାନେଲକୁ ବନ୍ଦ କରାଯାଇଛି, ତାହା ପାକିସ୍ତାନରୁ ଚଲାଯାଉଥିଲା। ଏହି ଚ୍ୟାନେଲମାନଙ୍କରେ ଭାରତର ବିଭିନ୍ନ ସମ୍ବେଦନଶୀଳ ବିଷୟରେ ମିଛ ଖବର ପ୍ରଚାର କରାଯାଉଥିବା ସହ ଅପପ୍ରଚାର ମଧ୍ୟ କରାଯାଉଥିଲା। କଶ୍ମୀର, ଭାରତୀୟ ସେନା, ଭାରତରେ ଅଳ୍ପ ସଂଖ୍ୟକଙ୍କ ଉପରେ ଏହି ୟୁଟ୍ୟୁବ୍ ଚ୍ୟାନେଲ ମିଛ ଖବର ପ୍ରସାରଣ କରୁଥିଲା। ବିଶେଷକରି ଦେଶ ଭିତରେ ବିଭାଜନ ସୃଷ୍ଟି କରିବା ଏହି ୟୁଟ୍ୟୁବ୍ ଚ୍ୟାନେଲର ଲକ୍ଷ୍ୟ ଥିଲା ବୋଲି କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ରାମମନ୍ଦିର, ଜେନେରାଲ ବିପିନ ରାୱତଙ୍କ ଦେହାନ୍ତ ଭଳି ସମ୍ବେଦନଶୀଳ କଥାକୁ ନେଇ ଏହି ସବୁ ଚ୍ୟାନେଲରେ ରୀତିମତ ମିଛ ଖବର ପ୍ରସାରିତ କରାଯାଉଥିଲା। ତେବେ ପାକିସ୍ତାନୀ ସଂସ୍ଥା ଦ୍ୱାରା ଚଲାଯାଉଥିବା ଏହି ୟ୍ୟୁଟୁବର ମୋଟ ସବସ୍କ୍ରାଇବର ୩୫ ଲକ୍ଷରୁ ଅଧିକ ଥିବାବେଳେ, ଏହାକୁ ୫୫ କୋଟିରୁ ଅଧିକ ଲୋକ ଦେଖୁଥିଲେ। ଗୁଇନ୍ଦା ସୂତ୍ରରୁ ଏହି ଖବର ମିଳିବା ପରେ ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ସୂଚନା ପ୍ରାଦ୍ୟୋଗିକ ନିୟମ ୨୦୨୧ର ନିୟମ ୧୬ ଅନୁସାରେ ଜରୁରୀକାଳୀନ ଶକ୍ତିର ଉପଯୋଗ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ରାଷ୍ଟ୍ରୀୟ ସୁରକ୍ଷାକୁ ଆଖି ଆଗରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି। ଏହି ନେଟୱର୍କ ମିଛ ଖବର ପ୍ରସାର କରୁଥିବାବେଳେ, ଅଧିକାଂଶ ପୋଷ୍ଟ ପାକିସ୍ତାନରୁ କରାଯାଉଥିଲା। ଏହାପରେ ଏହି ନେଟୱର୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Share Now:

Kalinga News Beuro

Next Post

ଡରାଉଛି ଓମିକ୍ରନ୍‌ : ଭୁବନେଶ୍ୱରକୁ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

Tue Dec 21 , 2021
ଭୁବନେଶ୍ବର: ଓଡ଼ିଶାରେ ଦୁଇ ଜଣ ପୁରୁଷ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛନ୍ତି ରାଜ୍ୟ ସରକାର। ଆଉ ଏହାରି ଭିତରେ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରର ବମିଖାଲ୍ ଅଞ୍ଚଳର ଜୟଦୁର୍ଗାନଗରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ଏକାଧିକ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଦକ୍ଷେପ ଗ୍ରହଣ କରିଛି ବିଏମିସି। ସେହିପରି ଭୁବନେଶ୍ୱର ଭିଏସଏସ ନଗର ଅଞ୍ଚଳରେ ମଧ୍ୟ […]
କଣ୍ଟେନମେଣ୍ଟ ଜୋନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial