ସୁମିତ-ତପସ୍ବିନୀ ମାମଲା : ରାଜଭବନରୁ ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ

ସୁମିତ-ତପସ୍ବିନୀ ମାମଲା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ସୁମିତ୍‌-ତପସ୍ବିନୀ ମାମଲାର ସମାଧାନ ବାଟ ଫିଟୁ ନାହିଁ। ନ୍ୟାୟ ପାଇଁ ବୋହୂ ତପସ୍ବିନୀ ଦାଶ ଗତମାସ ୨୦ତାରିଖରେ ରାଜ୍ୟପାଳଙ୍କ ନିକଟକୁ ପତ୍ର ଲେଖିଥିଲେ। ଏହି ମାମଲାର ତଦନ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିକଟକୁ ରାଜଭବନରୁ ଚିଠି ଜାରି କରାଯାଇଛି। ଘଟଣାର ତଦନ୍ତ କରି ଆବେଦନକାରୀ ଏବଂ ରାଜଭବନକୁ ଜଣାଇବା ପାଇଁ ନିର୍ଦ୍ଦେଶ ରହିଛି। ତପସ୍ବିନୀ ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘର ବାରଣ୍ଡାରେ ଧାରଣା ଜାରି କରିଛନ୍ତି। ଆଜି ତପସ୍ବିନୀଙ୍କ ଓକିଲ ଏସ୍‌ଡିଜେଏମ୍‌ଙ୍କ ରାୟକୁ ଚାଲେଞ୍ଜ କରି ଜିଲ୍ଲାଜଜ୍‌ କୋର୍ଟରେ ଏକ ପିଟିସନ୍‌ ରୁଜୁ କରିଛନ୍ତି। ଡା. ସୁମିତ ସାହୁ ଓ ତପସ୍ବିନୀଙ୍କ ଛାଡ଼ପତ୍ର ହୋଇନାହିଁ।
ବର୍ତ୍ତମାନ ପରିବାର କୋର୍ଟରେ ମାମଲା ବଚାରାଧୀନ ରହିଛି। ଏଣୁ ଆଇନ ଅନୁସାରେ ତପସ୍ବିନୀଙ୍କୁ ତାଙ୍କ ଶ୍ବଶୁର ଘରେ ରହିବାକୁ ଅନୁମତି ପ୍ରଦାନ ପାଇଁ ଜିଲ୍ଲା ଜଜ୍‌ କୋର୍ଟରେ ଅପିଲ୍‌ କରାଯାଇଛି। ଆସନ୍ତା ୨୭ତାରିଖରେ ଏହାର ଶୁଣାଣି ରହିଥିବା ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି। ଅନ୍ୟପଟେ ଡା. ସୁମିତଙ୍କ ଘର ଗ୍ରିଲ୍‌ ଭାଙ୍ଗି ଜୋରଜବରଦସ୍ତ ପ୍ରବେଶ କରିବା ପାଇଁ ବାପା ପ୍ରମୋଦ ସାହୁ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ। ଏହି ଏତଲା କ୍ରମେ କେସ୍ ନମ୍ବର ୩୩୬/୨୧ରେ ସମାଜସେବୀ ପ୍ରମିଳା ତ୍ରିପାଠୀ, ତପସ୍ବିନୀ ଓ ଅନ୍ୟମାନଙ୍କ ନାମରେ ମାମଲା ରୁଜୁ ହୋଇଥିବା ବୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୂର୍ମୂ ସୂଚନା ଦେଇଛନ୍ତି।

Share Now:

Kalinga News Beuro

Next Post

ଶେଷ ହେଲା ସଂସଦର ଶୀତକାଳୀନ ଅଧିବେଶନ

Wed Dec 22 , 2021
ନୂଆଦିଲ୍ଲୀ: ଆଜି ସଂସଦର ଶୀତ ଅଧିବେଶନର ୧୮ତମ ତଥା ଶେଷ ଦିନ ଥିଲା। ଶେଷ ଦିନରେ ସଂସଦରେ ଅନେକ ଆଲୋଚନା ଏବଂ ପ୍ରଶ୍ନର ଉତ୍ତର ଦିଆଯିବାର ଥିଲା। କିନ୍ତୁ ଲୋକସଭା ଓ ରାଜ୍ୟସଭାରେ ଆଜି ଗୃହକାର୍ଯ୍ୟ ଆରମ୍ଭ ହୋଇନଥିଲା। ବାଚସ୍ପତି ଓମ ବିର୍ଲା ଲୋକସଭାରେ ଶୀତ ଅଧିବେଶନ ବିଷୟରେ ବିସ୍ତୃତ ସୂଚନା ଦେବା ସହ ଉତ୍ତେଜନା ହେତୁ ସଂସଦର୧୮ଘଣ୍ଟା ୪୮ମିନିଟ୍ ନଷ୍ଟ ହୋଇଥିବା କହିଥିଲେ। ଅନ୍ୟପକ୍ଷରେ ରାଜ୍ୟସଭାରେ ଗୃହକାର୍ଯ୍ୟ ଆରମ୍ଭ […]
ସ-69-750x409

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial