ରାତିରେ ସ୍ବାସ୍ଥ୍ୟ ରାଜଧାନୀର ସ୍ବାସ୍ଥ୍ୟସେବା : ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ବରେ ସିଟି ହସ୍ପିଟାଲ୍‌

ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ବରେ ସିଟି ହସ୍ପିଟାଲ୍‌

କଟକ: ରାଜ୍ୟ ସ୍ବାସ୍ଥ୍ୟ ସେବାର ପ୍ରାଣକେନ୍ଦ୍ର କଟକ। ଏଠା‌ରେ ରୋଗୀଙ୍କ ପାଇଁ ରାତି ଦିନ ଏକ। ସବୁବେଳେ ଆମ୍ବୁଲାନସ ଲାଗି ଥାଏ ପଛକୁ ପଛ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ରେଫର ହୋଇ ‌ରୋଗୀ କଟକ ବଡମେଡିକାଲକୁ ଆସନ୍ତି। ତେବେ ଦିନରେ ଯାହା ଯେମିତି ଚିକତ୍ସା ବ୍ୟବସ୍ଥା ଢଙ୍ଗ‌ରେ ଚାଲିଥାଏ। ‌ହେଲେ ରାତି ହେଲେ ବ୍ୟବସ୍ଥା ବିଗିଡି ଯାଏ। ଅଜଣା ‌ରୋଗୀ ସଂପର୍କୀୟ ବାଟ ପାଏନା। କଟକର ଜରୁରୀ ଚିକିତ୍ସ‌ା ବ୍ୟବସ୍ଥା କେମିତି ଅଛି.. କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାତ‌ି‌ରେ କିଭଳି ସ୍ବାସ୍ଥ୍ୟ ସେବା ଚାଲିଛି… ଶିଶୁ ଭବନରେ ଶିଶୁ ଚିକିତ୍ସା କେତେ ବ୍ୟବସ୍ଥିତ… ତାକୁ ନେଇ ସମ୍ବାଦ ଟିମ୍ ଆଜି ଅନୁସନ୍ଧାନ କରିଥିଲା। କଟକ ବଡଡାକ୍ତରଖାନାରେ ମୋଟାମୋଟି ବ୍ୟବସ୍ଥ‌ା ବ୍ୟବସ୍ଥିତ ଥିଲା। କାଁ ଭାଁ କିଛି ତ୍ରୁଟି ଦେଖିବାକୁ ମିଳିଥିଲା। କଟକ ବ‌ଡମେଡିକାଲ ହୃଦରୋଗ ବିଭାଗରେ ସିଧାସଳଖ ଆଡମିସନ ବ୍ୟବସ୍ଥା ନାହିଁ। ଜଣେ ‌ରୋଗୀ କାଜୁଆଲିଟି ଯିବ, ସେଠାରୁ ଟିକଟ କରି ରେଫର ହୋଇ ଆସିବା ପରେ ଆଡମିସନ ମିଳିବ। ‌ତେବେ ହୃଦରୋଗୀଙ୍କ ପାଇଁ ଏତେ ସମୟ ନଥିବ। ହୃଦରୋଗ ବିଭାଗରେ ରାତିରେ ସ୍ବତନ୍ତ୍ର ଏମରଜେନସି ବ୍ୟବସ୍ଥା ରଖିବାକୁ କେତେ ଜଣ ମତ ରଖିଥିଲେ। ଶିଶୁ ‌‌ରୋଗ ଚିକିତ୍ସା ବ୍ୟବସ୍ଥାରେ ବି ତ୍ରୁଟି ଥିଲା। ଏହି ବିଭାଗରେ ଡାକ୍ତର ଅନୁପସ୍ଥିତ ଥିଲେ। ୨୪ ଘଣ୍ଟିଆ ଶିଶୁ ସେବା ପାଇଁ ଉଦ୍ଦିଷ୍ଟ ଏହି ଜରୁରିକାଳୀନ ବିଭାଗରେ ଡାକ୍ତର ଘରକୁ ଯାଇଥିଲେ। ରାତି ପାଖାପାଖି ୧୦ଟା ୨୦ରେ ଜଣେ ସିକ୍ୟୁରିଟ ଗାର୍ଡ ଜଗି ରହିଥିଲେ।
ଅବଶ୍ୟ ଫୋନ କରିବା ପରେ ଜଣେ ମହିଳା ଡାକ୍ତର ତୁରନ୍ତ ଆସି ପହଞ୍ଚି ଥିଲେ। ସେହିଭଳି ଜରୁରିକାଳୀନ ବିଭାଗରେ ଚିରାଚରିତ ଅବ୍ୟବସ୍ଥା‌ ଥିଲା। ‌ରୋଗୀଙ୍କୁ ରେଫର କରିବାରେ ବିଳମ୍ବ ଯୋଗୁଁ ରୋଗୀ ସଂପର୍କୀୟଙ୍କ ମଧ୍ୟରେ ଅସନ୍ତୋଷ ବାରି ହୋଇ ଯାଉଥିଲା। କଟକ ସିଟି ହସ୍ପିଟାଲ (ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ)ରେ କିନ୍ତୁ ଘୋର ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରାତିରେ ୪/୫ଜଣ ସିକ୍ୟୁରିଟି ଗାର୍ଡଙ୍କ ଦାୟିତ୍ବରେ ରହିଥିଲା। ଜରୁରିକାଳୀନ ବିଭାଗରେ ଜଣେ ହେଲେ ବି ଡାକ୍ତର ନଥିଲେ। ୩/୪ଜଣ ଗୁରୁତର ‌ରୋଗୀ ପ୍ରତୀକ୍ଷା କରିଥି‌ଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ‌ରୋଗୀମାନେ ଟିକଟ ଧରି ଅପେକ୍ଷାରେ ରହିଥିଲେ ବି ଡାକ୍ତର ଆସିନଥିଲେ। କେବଳ ଲେବର ରୁମରେ ଜଣେ ଡାକ୍ତର ଉପସ୍ଥିତ ଥିଲେ। ମେଡିକାଲରେ ‌ଗୁରୁତର ରୋଗୀଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିଲା। ସେବିକା, ଫାର୍ମାସିଷ୍ଟଙ୍କୁ ବି ଦେଖିବାକୁ ମିଳିନଥିଲା। ଏମିତିକି ଆଉଟଡୋର ଟିକଟ ବି ସିକ୍ୟୁରିଟି ଗାର୍ଡ ଦେଉଥିବା ଦେଖିବାକୁ ମିଳିଥିଲା। ଶିଶୁ ଭବ‌ନରେ ଶୀତ ରାତିରେ ରୋଗୀ ଆଟେଣ୍ଡାଣ୍ଟଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିଲା।

Share Now:

Kalinga News Beuro

Next Post

ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକେରେଙ୍କୁ ଧମକ ଦେଇଥିବା ଯୁବକ ଗିରଫ

Thu Dec 23 , 2021
ମୁମ୍ବାଇ: ମହାରାଷ୍ଟ୍ରର କ୍ୟାବିନେଟ ମନ୍ତ୍ରୀ ତଥା ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରେଙ୍କ ପୁଅ ଆଦିତ୍ୟ ଠାକେରେଙ୍କୁ ଧମକ ଦେଇଥିବା ଜଣେ ଯୁବକଙ୍କୁ ବେଙ୍ଗାଲୁରୁରୁ ଗିରଫ କରିଛି ପୁଲିସ୍। ମହାରାଷ୍ଟ୍ରର ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଶନିବାର ଜୟ ସିଂ ରାଜପୁତ ନାମକ ଅଭିଯୁକ୍ତଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ବେଙ୍ଗଲୁରୁରୁ ଗିରଫ କରିବା ପରେ ମୁମ୍ବାଇକୁ ଆଣିଛି। ଡିସେମ୍ବର ୮ ତାରିଖ ଦିନ ଜୟ ସିଂ ରାଜପୁତ ପ୍ରଥମେ ଆଦିତ୍ୟ ଠାକେରେଙ୍କୁ […]
ଆଦିତ୍ୟ ଠାକେରେ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial