ଦୁର୍ଘଟଣାରୁ ବିବାଦ: ବିଚ୍‌ ରାସ୍ତାରେ ଡାକ୍ତର ଓ ନର୍ସଙ୍କୁ ମାଡ଼

ଅନୁଗୋଳ: ରାସ୍ତା ମଝିରେ ଜଣେ ଡାକ୍ତରଙ୍କୁ ମାଡ଼ ମାରିବା ସହ ନର୍ସଙ୍କୁ ଟଣାଓଟରା କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଅନୁଗୋଳ ସହରରେ। ଏକ ଘରୋଇ କ୍ଲିନ୍‌କର ଜଣେ ଡାକ୍ତର ଓ ନର୍ସ ବୋଲେରୋରେ କ୍ଲିନିକ୍‌ ଯାଉଥିବା ବେଳେ ତାଙ୍କ ଗାଡ଼ି ଏକ ସ୍କୁଟିକୁ ଧକ୍କା ଦେଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ସ୍କୁଟି ଚାଳକ ଉଭୟ ଡାକ୍ତର, ନର୍ସ ଓ ଗାଡି ଡ୍ରାଇଭରଙ୍କୁ ବୋଲେରୋରୁ ଟାଣି ଆଣି ରାସ୍ତା ଉପରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହାସହ ତାଙ୍କ ଗାଡ଼ି ଭଙ୍ଗାରୁଜା କରିବା ସହ ମାରପିଟ୍ କରିଥିଲେ। ଏନେଇ ଡାକ୍ତର ଓ ନର୍ସ ଅନୁଗୋଳ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି।

ନର୍ସଙ୍କ ନାଁ ରୁବି କରଣ। ସେ କହିଛନ୍ତି,“ ପ୍ରତିଦିନ ଭଳି ଆଜି ବି ଆମେ ଡ୍ୟୁଟି ଆସୁଥିଲୁ। ଏହି ସମୟରେ ପେଟ୍ରୋଲ ପମ୍ପ ନିକଟରେ ୨ ଜଣ ଯୁବକ ତେଲ ପକାଇ ରାସ୍ତାକୁ ଆସୁଥିଲେ। ସେମାନେ ଅନ୍ୟମନସ୍କ ହୋଇ ଗାଡ଼ି ଚଲାଇ ଆମ ଗାଡ଼ି ପାଖରେ ତାଙ୍କ ସ୍କୁଟି ଠିଆ କରିଥିଲେ। ତେବେ ଆମ ଗାଡ଼ି ଡ୍ରାଇଭର ସେମାନଙ୍କ ସ୍କୁଟି ପଛକୁ ଧକ୍କା କରିଥିଲେ। ଏହାପରେ ସ୍କୁଟି ଚାଳକ ଆମ ଗାଡ଼ି ଅଟକାଇ ଡାକ୍ତରଙ୍କୁ ଗୋଇଠା ମାରିବା ସହ ଡ୍ରାଇଭରଙ୍କୁ ମାଡ ମାରିଥିଲେ। ଆଉ ମୋତେ ମଧ୍ୟ ଓଣାଓଟରା କରିଥିଲେ। ଗାଡିର କାଚ ମଧ୍ୟ ଭାଙ୍ଗି ଦେଇଛନ୍ତି।”

Share Now:

Kalinga News Beuro

Leave a Reply

Next Post

ଆଜି ବିଶ୍ୱ ତମାଖୁ ବର୍ଜନ ଦିବସ : ହୃଦ୍‌ରୋଗର ପ୍ରମୁଖ କାରଣ ସାଜୁଛି ତମାଖୁ

Thu May 31 , 2018
ଭୁବନେଶ୍ୱର: ତମାଖୁ ସେବନ ଯୋଗୁଁ କର୍କଟ ରୋଗୀଙ୍କ ସଂଖ୍ୟା ବ୍ୟାପକ ଭାବେ ବଢ଼ିଚାଲିଛି। ଏ ନେଇ ବିଭିନ୍ନସ୍ତରରେ ଜନସଚେତନତା ସୃଷ୍ଟି କରାଯାଉଛି। ତମାଖୁ ସେବନ ଦ୍ୱାରା କେବଳ କର୍କଟ ନୁହେଁ, ହୃଦ୍‌ରୋଗ ଆଶଙ୍କା ବି ରହିଛି। ଏବେ ଦେଶରେ ୩୦% ଲୋକ ତମାଖୁ ସେବନ ଦ୍ୱାରା ହୃଦ୍‌ରୋଗର ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହାର ମାତ୍ରା ବି ଦିନକୁ ଦିନ ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି। ତମାଖୁ ସେବନ ଜନିତ ହୃଦ୍‌ରୋଗ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial