ମୃଦଙ୍ଗ, ଝାଞ୍ଜ ବଜାଇ ଦାବି ଜଣାଇଲେ

ମୃଦଙ୍ଗ, ଝାଞ୍ଜ ବଜାଇ ଦାବି

ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦର ଅଭିନବ ବିକ୍ଷୋଭ

ଭୁବନେଶ୍ବର: ରାଜଭବନ ସମ୍ମୁଖରେ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ ପକ୍ଷରୁ ବୁଧବାର ଅଭିନବ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ୧୦ ଦଫା ଦାବି କରି ପରିଷଦର ସଦସ୍ୟମାନେ ରାଜଭବନ ସମୁଖରେ ପାଲା କରିଥିଲେ। ମୃଦଙ୍ଗ, ଝାଞ୍ଜ ବଜାଇବା ସହ ହରିନା‌ମ ନେଇ ପାଲାଗାୟନ କରିଥିଲେ। ବେଶ୍ କିଛି ସମୟ ପର୍ଯ୍ୟନ୍ତ ରାଜଭବନ ସମ୍ମୁଖ ରାସ୍ତାରେ ପାଲା ପରିବେଷଣର ଦୃଶ୍ୟ ପଥଚାରୀଙ୍କ ପାଇଁ ଚର୍ଚ୍ଚାର ବିଷୟ ହୋଇଥିଲା। ପରିଷଦ ୧୦ଟି ଦାବି ରଖିଛି। କଳାକାର ଭତ୍ତା ରାଶିକୁ ୩ ହଜାର ହଜାର ଟଙ୍କାକୁ ବୃଦ୍ଧି କରାଯାଉ ବୋଲି ମୁଖ୍ୟ ଦାବି ରହିଛି। ପାଲା କଳାକାରମାନଙ୍କୁ ଅନୁନ୍ୟ ୧୦ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ କରିବା, ପାଲା କଳାକାରମାନଙ୍କ ଆକସ୍ମିକ ମୃତ୍ୟୁ ହେଲେ ପରିବାରକୁ ୫ ଲକ୍ଷ ଟଙ୍କା ତ୍ବରିତ୍‌ ସହାୟତା ପ୍ରଦାନ କରିବା, ସମସ୍ତ ପାଲା ମଞ୍ଚକୁ ଅନ୍ତତଃପକ୍ଷେ ୫ ଦିନ ପାଲା ପରିବେଷଣ ନିମନ୍ତ‌େ ଆର୍ଥିକ ସହାୟତା ପ୍ରଦାନ କରିବା ଆଦି ଦାବି ରହିଛି। ସେହିଭଳି ରାଜ୍ୟ ସଙ୍ଗୀତ ନାଟକ ଏକାଡେମିରେ ପାଲାଗାୟକ ପ୍ରତିନିଧିଙ୍କୁ ସ୍ଥାନିତ କରିବାକୁ ଦାବି କରାଯାଇଛି। ଆଜିର ଏହି ଆନ୍ ଦୋଳନରେ ସଂଘର ସାଧାରଣ ସମ୍ପାଦକ ବସନ୍ତ କୁମାର ରାଉତ, ସଭାପତି ମଦନମୋହନ ଜେନା, ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ବେହେରା, ସ୍ଥାୟୀ ସଭାପତି ରଜତ କୁମାର କର, ସ୍ଥାୟୀ ଉପସଭାପତି ବିନାୟକ ରାଥ, ନିର୍ଦ୍ଦେଶକ ଅମୀୟ କୁମାର ପଟ୍ଟନାୟକ, ଉପସଭାପତି ଲକ୍ଷ୍ମଣ ଚରଣ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ସଂରକ୍ଷଣ ଅଡ଼ୁଆ: ପୌର ନିର୍ବାଚନରେ ବି ରହିନପାରେ

Fri Dec 24 , 2021
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ନେଇ ଅକଳରେ ସମସ୍ତେ ଭୁବନେଶ୍ୱର : ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ପୂର୍ବରୁ ‘ଟ୍ରିପଲ ଟେଷ୍ଟ’ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ପାଳନ କରାଯିବ। ଯଦି କୌଣସି ଅଞ୍ଚଳରେ ଏହା ପା​ଳନ ହୋଇନଥାଏ, ତେବେ ସେ ଅଞ୍ଚଳରେ ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଆସନ ଅଣସଂରକ୍ଷିତ ଭାବେ ବିବେଚନା ହେବ। ରାଜ୍ୟ ନିର୍ବାଚନ କମିସନ ଏହା ଅନୁପାଳନ ହେଉଛି ନା ନାହିଁ;ତାହା ନିଶ୍ଚିତ କରିବେ। ମଧ୍ୟପ୍ରଦେଶ […]
ସଂରକ୍ଷଣ ଅଡ଼ୁଆ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial