ଜାଡ଼ରୁ ମିଳିବ ଆଶ୍ୱସ୍ତି : ବୃଦ୍ଧି ପାଇବ ରାତିର ତାପମାତ୍ରା

ଜାଡ଼ରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର : ଜାଡ଼ରୁ ମିଳିବ ଆଶ୍ବସ୍ତି। ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇବ। ଦୁଇ ଦିନ ମଧ୍ୟରେ ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ପରବର୍ତ୍ତୀ ସମୟରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ସକାଳ ୯ଟା ଭିତରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର କେତେକ ସ୍ଥାନରେ ଶୀତ ଲହରି ଅନୁଭୂତ ହେବାକୁ ଥିବାରୁ ୟେଲୋୱାର୍ଣ୍ଣିଂ ଜାରି ହୋଇଛି। ଏହି ଜିଲ୍ଲାଗୁଡ଼ିକରେ ରାତି ତାପମାତ୍ରା ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରି କମ୍‌ ରହିବାର ସମ୍ଭାବନା ରହିଛି। ଯଦିଓ ଶୀତ ସହନୀୟ ରହିବ, ବୟସ୍କ ବ୍ୟକ୍ତି ଓ ଛୋଟ ପିଲା ଥଣ୍ଡା-ଜ୍ବର, କାଶରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି। ରାତି ତଥା ପାହାନ୍ତିଆ ସମୟରେ ଯଥାସମ୍ଭବ ଘରେ ରୁହନ୍ତୁ। ଶୀତରୁ ରକ୍ଷା ପାଇଁ ଶୀତବସ୍ତ୍ର ସହ ଏକାଧିକ ପୋଷାକ ପରିଧାନ କରନ୍ତୁ। ସେହିପରି ଗୃହପାଳିତ ପଶୁଙ୍କ ପାଇଁ ଖୋଲା ସ୍ଥାନ ପରିବର୍ତ୍ତେ ଆବଶ୍ୟକ ଘରର ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ସର୍ବନିମ୍ନ ତାପମାତ୍ରାରେ ରେକର୍ଡ ଦୋହରାଉଛି ଭୁବନେଶ୍ବର। ତିନି ଦିନ ମଧ୍ୟରେ ରାତିରେ ସହରର ସର୍ବନିମ୍ନ ତାପମାତ୍ରା ଦୁଇ ଥର ୧୦ ଡିଗ୍ରି ଛୁଇଁଛି। ୨୦୧୧ ପରଠାରୁ ୧୦ ଡିଗ୍ରି ହେଉଛି ଡିସେମ୍ବର ମାସରେ ତୃତୀୟ ସର୍ବନିମ୍ନ ରାତି ତାପମାତ୍ରା। ୨୦୧୮ ଡିସେମ୍ବର ୩୦ରେ ସର୍ବକାଳୀନ ରେକର୍ଡ ୮.୨ ଡିଗ୍ରି ଓ ୨୦୧୯ ଡିସେମ୍ବର ୩୧ରେ ୯.୮ ଡିଗ୍ରି ରହିଥିଲା। ୨୦୨୧ ଡିସେମ୍ବର ୨୧ ଓ ୨୩ ତାରିଖରେ ୧୦ ଡିଗ୍ରି ଲେଖାଏଁ ରହିଥିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୨ଟି ସହର ୧୦ ଡିଗ୍ରି ତଳେ ରହିଥିଲା। ଫୁଲବାଣୀରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରି ରହିଥିବା ବେଳେ ଦାରିଙ୍ଗବାଡ଼ିରେ ୬.୫, ଝାରସୁଗୁଡ଼ାରେ ୭.୧, ଟିଟିଲାଗଡ଼ରେ ୭.୩, ସୁନ୍ଦରଗଡ଼ରେ ୭.୫, କେନ୍ଦୁଝରରେ ୭.୬ ଡିଗ୍ରି ରେକର୍ଡ ହୋଇଛି। ଝାରସୁଗୁଡ଼ା, ବୌଦ୍ଧ, ରାୟଗଡ଼ା, ବଲାଙ୍ଗୀର, ଭୁବନେଶ୍ବର ଓ ନୟାଗଡ଼ରେ ଶୀତ ଲହରି ଅନୁଭୂତ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ୦.୨ରୁ ୪.୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଳେ ଉପକୂଳ ଓଡ଼ିଶାରେ ୦.୨ରୁ ୧.୫ ଡିଗ୍ରି ବଢ଼ିଛି।

Share Now:

Kalinga News Beuro

Next Post

ଅନ୍‌ଲାଇନ୍‌ରେ ଲିଜ୍‌ ଡିଡ୍‌ ଆବେଦନ : ବିଡିଏକୁ ପ୍ରଶଂସା

Fri Dec 24 , 2021
ଭୁବନେଶ୍ବର : ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧୀନରେ ବିଭିନ୍ନ ପ୍ରକଳ୍ପରେ ଆବଣ୍ଟିତ ଜମିର ଦଲିଲ୍ (ଲିଜ୍ ଡିଡ୍) ସମ୍ପାଦନ ପାଇଁ ଅନ୍‌ଲାଇନ୍‌ ବ୍ୟବସ୍ଥା କରାଯାଇଛି। ୨୦ ତାରିଖରୁ ବିଡିଏର ୱେବ୍‌ସାଇଟ୍ (www.bda.gov.in) ଜରିଆରେ ଆବେଦନ ସୁବିଧା ଉପଲବ୍ଧ ହେଉଛି। ଆବେଦନର ଶେଷ ତାରିଖ ଡିସେମ୍ବର ୩୧ ରହିଛି। କାଗଜରେ ଆବେଦନ ଅପେକ୍ଷା ଅନ୍‌ଲାଇନ୍‌ରେ ଆବେଦନ ଚାହିଦା ବଢ଼ିଛି। ଅତି କମ୍‌ ସମୟରେ ଏହି ଆବେଦନ ହୋଇଥିବାରୁ ବିଡିଏର ଏହି […]
ବିଡିଏ-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial