ବ୍ୟବସାୟୀଙ୍କ ଘରୁ ୧୬୦ କୋଟି ନଗଦ ଟଙ୍କା ଜବତ କଲା ଆୟକର ବିଭାଗ

୧୬୦ କୋଟି ନଗଦ ଟଙ୍କା ଜବତ

ନୂଆଦିଲ୍ଲୀ: ଉତ୍ତରପ୍ର‌ଦେଶରେ ଜଣେ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ହୋଇଛି। ପର୍ଫ୍ୟୁମ୍‌ ବ୍ୟବସାୟରେ ସମ୍ପୃକ୍ତ ଜଣେ କାନପୁର ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉରେ ୧୬୦ କୋଟି ନଗଦ ଟଙ୍କା ଜବତ ହୋଇଛି। ସିବିଆଇସି (ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଇନଡାଇରେକ୍ଟ ଟ୍ୟା‌କ୍ସେସ୍‌ ଆଣ୍ଡ କଷ୍ଟମ୍‌ସ) ଅଧ୍ୟକ୍ଷ ବିବେକ ଜୋହରି ଆଜି ଏହି ସୂଚନା ଦେଇଛନ୍ତି। ସିବିଆଇସି ଇତିହାସରେ ଏତେ ପରିମାଣରେ ନଗଦ ଟଙ୍କା କେବେ ଜବତ ହୋଇନାହିଁ ବୋଲି ବିବେକ ଜୋହରି କହିଛନ୍ତି। ପରଫ୍ୟୁମ୍‌ ବ୍ୟବସାୟୀ ପୀୟୂଷ ଜୈନଙ୍କ ବାସଭବନରେ ଗତକାଲି ସକାଳେ ଚଢ଼ଉ ହୋଇଥିଲା। ଆଇଟି ବିଭାଗ ଏବଂ ଡିଜିଜିଆଇ (ଡାଇରେକ୍ଟୋରେଟ୍‌ ଜେନେରାଲ ଅଫ୍‌ ଜିଏସ୍‌ଟି ଇଣ୍ଟେଲିଜେନ୍ସି)ର ଏକ ମିଳିତ ଟିମ୍‌ ଏହି ଚଢ଼ଉ କରିଛନ୍ତି। ତାଙ୍କ କପ୍‌ବୋର୍ଡରେ ବିଡ଼ା ବିଡ଼ା ଟଙ୍କା ଗଦା ହୋଇ ରହିଥିଲା। ଏହି ଚଢ଼ଉ ୨୪ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ଜବତ ହୋଇଥିବା ଟଙ୍କାକୁ କଣ୍ଟେନର୍‌ ଦ୍ବାରା ବ୍ୟାଙ୍କ୍‌ ନିଆଯାଇଥିଲା। ନୋଟ୍‌ ବଣ୍ଡଲ୍‌ଗୁଡ଼ିକ କାଗଜରେ ଗୁଡ଼ା ହୋଇଥିଲା ଏବଂ ଏଥିରେ ୟେଲୋ ଟେପ୍‌ ଲଗାଯାଇଥିଲା। ଆଇଟି ବିଭାଗର ସିବିଆଇସି ଅଧିକାରୀମାନେ ଜୈନଙ୍କ ବାସଭବନରେ ବସି ୩ଟି ନୋଟ୍‌ କାଉଣ୍ଟିଂ ମେସିନ୍‌ ଦ୍ବାରା ଟଙ୍କା ଗଣିଥିଲେ। ଏମ୍‌/ଏସ୍‌ ତ୍ରିମୁର୍ତ୍ତି ଫ୍ରାଗ୍ରାନ୍ସ ଫ୍ୟାକ୍ଟ୍ରିର ଉତ୍ତରପ୍ରଦେଶ, ଗୁଜରାଟ ଏବଂ ମୁମ୍ବାଇରେ ଥିବା ବିଭିନ୍ନ ପରିସରରେ ଚଢ଼ଉ ଆରମ୍ଭ ହୋଇଥିଲା। ଏହି ଫ୍ୟାକ୍ଟ୍ରିଗୁଡ଼ିକ ଶିଖର ବ୍ରାଣ୍ଡ୍‌ର ପାନ ମସଲା ଏବଂ ଅନ୍ୟ ସେଣ୍ଟେଡ୍‌ ଟବାକୋ ସାମଗ୍ରୀ ପ୍ରସ୍ତୁତ କରୁଛି। ଜଣେ ଟ୍ରାନ୍ସପୋର୍ଟରଙ୍କ ଅଫିସରେ ମଧ୍ୟ ଚଢ଼ଉ ହୋଇଥିଲା।

Share Now:

Kalinga News Beuro

Next Post

‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ ଏକ ପ୍ରହସନ : ଅଧିକାଂଶ ଟ୍ୟାପ୍‌ ଗାଏବ, ଅପଚୟ ହେଉଛି ପାନୀୟ ଜଳ

Sat Dec 25 , 2021
ଆଢ଼ୁଆଳରେ ଟ୍ୟାପ୍‌, ଜାଣିପାରୁନାହାନ୍ତି ପର୍ଯ୍ୟଟକ ପୁରୀ : ସିଧାସଳଖ ଟ୍ୟାପ୍‌ରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ସମଗ୍ର ଦେଶରେ ପ୍ରଥମଥର ପାଇଁ ପୁରୀରେ ଆରମ୍ଭ ହୋଇଥିଲା ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଡ୍ରିଙ୍କ୍‌ ଫ୍ରମ ଟ୍ୟାପ୍‌’। ଶ୍ରୀକ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକ ଓ ଯାତ୍ରୀମାନଙ୍କୁ ଦୃ୍ଷ୍ଟିରେ ରଖି ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ସ୍ଥାପନ ହୋଇଥିଲା ଉନ୍ନତମାନର ଓ ଡିଜାଇନ୍‌ର ଟ୍ୟାପ୍‌। ତେବେ ପ୍ରକଳ୍ପ ଉଦ୍‌ଘାଟନକୁ ୫ ମାସ ପୂରି ନ ଥିବାବେଳେ […]
‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial