ଚୋରି ଉଦ୍ୟମ କରି ଧରାପଡ଼ିଲା ନାବାଳକ

ଚୋରି ଉଦ୍ୟମ କରି ଧରାପଡ଼ିଲା ନାବାଳକ

ଚାନ୍ଦୋଳ: କେନ୍ଦ୍ରାପଡ଼ା ସଦର ଥାନା ତଥା ଚାନ୍ଦୋଳ ଫାଣ୍ତି ଚାନ୍ଦୋଳ ବଜାରସ୍ଥିତ ଏକ ମୋବାଇଲ ଦୋକାନରୁ ଚୋରି ଉଦ୍ୟମ କରି ନାବାଳକ ଧରାପଡ଼ିଛି। ନାବାଳକ ଜଣଙ୍କ ମୋବାଇଲ୍ ଦୋକାନ ପଛପଟ କାନ୍ଥ କଣା କରୁଥିବା ବେଳେ ବଜାରରେ ରାତି ପାଟ୍ରୋଲିଂ କରୁଥିବା ପୁଲିସ୍‌ କର୍ମଚାରୀ ତାକୁ ଧରିବାକୁ ଗୋଡ଼ାଇଥିଲେ। ସେ ଅନ୍ଧାରର ସୁଯୋଗରେ ବିଲ ଭିତରେ ଖସିଯିବାକୁ ସକ୍ଷମ ହୋଇଥିଲା। ଫାଣ୍ତି ଅଧିକାରୀ ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ସହିତ କିଛି ବ୍ୟବସାୟୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହୋଇଥିଲେ। ହେଲେ ନାବାଳକ ଜଣଙ୍କ ତା’ର ସାଇକଲ ଛାଡ଼ି ଚାଲିଯାଇଥିଲା। ଉଦ୍ଧାର ସାଇକଲ୍‌କୁ ଆଧାର କରି ପୁଲିସ ଡେରାବିଶ ଥାନା ଅଧୀନ ଖମୋଳ ପଞ୍ଚାୟତ ଡାଳିଜୀ ଗ୍ରାମରେ ଚଢଉ କରି ନାବାଳକକୁ ଧରିଥିଲା। ତାକୁ ପଚରାଉଚୁରା କରିବାରୁ ସେ ସତ ମାନିଥିଲା। ଘର ନିକଟସ୍ଥ ଏକ ବୁଦା ମୂଳରୁ ଏକ ଚୋରି ମୋବାଇଲ୍ ଉଦ୍ଧାର କରାଯାଇଥିଲା। ଏଥିସହ ତା’ ନିକଟରୁ ମୋବାଇଲ୍ ଚାର୍ଜର, ହୋମ୍ ଥିଏଟର, ବ୍ୟାଟେରି ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ପୁଲିସ୍‌ ଏ ନେଇ ମାମଲା(୫୯୪/୨୧) ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

ଷ୍ଟାର୍‌ ରେଟିଂ ନ ମିଳିଲେ ଅନୁଦାନ ବନ୍ଦ : କେନ୍ଦ୍ରର ଚେତାବନୀ, ଚିନ୍ତାରେ ବିଏମ୍‌ସି

Mon Dec 27 , 2021
ଭୁବନେଶ୍ବର: ସ୍ବଚ୍ଛ ସର୍ବେକ୍ଷଣକୁ ନେଇ ଏଥର କଠୋର ହୋଇଛନ୍ତି କେନ୍ଦ୍ର ସରକାର। ଏଥର ଥିମ୍‌ ‘ୱେଷ୍ଟ୍‌ ଟୁ ଏନର୍ଜି’ ରହିଥିବା ବେ‌ଳେ ଆଉ ଏକ ମାନଦଣ୍ଡ ‘ଷ୍ଟାର୍‌ ରେଟିଂ ପ୍ରୋଟୋକଲ ଅଫ୍‌ ଗାର୍‌ବେଜ୍‌ ଫ୍ରି ସିଟିଜ୍‌’ ଯୋଡ଼ା ଯାଇଛି। ଅନ୍ୟ ମାନଦଣ୍ଡଗୁଡ଼ିକରେ ଯେତେ ଉପରେ ରହି‌ଲେ ବି ଅତି କମ୍‌ରେ ୩ ଷ୍ଟାର୍‌ ନ ମିଳିଲେ ପରମଳ ବ୍ୟବସ୍ଥାରେ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ମିଳିବ ନାହିଁ ବୋଲି କେନ୍ଦ୍ର ସରକାରେ […]
ଷ୍ଟାର୍‌ ରେଟିଂ ନ ମିଳିଲେ ଅନୁଦାନ ବନ୍ଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial