ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରରେ ନୂଆବର୍ଷ ଉତ୍ସବ ମନା

ନ୍ୟୁ ଇୟର ଉତ୍ସବ ବନ୍ଦ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ଯୋଗୁଁ ମେଟ୍ରୋ ସହର ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଏବଂ ବେଙ୍ଗାଲୁରୁରେ ନୂଆବର୍ଷ ଉତ୍ସବ ବନ୍ଦ କରାଯାଇଛି। ଦେଶରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା‌ ୮୦୦ ଅତିକ୍ରମ କରିଛି। ଦ୍ରୁତ ଗତିରେ ଓମିକ୍ରନ୍‌ ମାଡ଼ୁଥିବାରୁ ପ୍ରମୁଖ ସହରମାନଙ୍କରେ ଅଧିକ କଟକଣା କଡ଼ାକଡ଼ି ‌ହୋଇଛି। ଦିଲ୍ଲୀରେ ମିନି ଲକ୍‌ଡାଉନ୍ ହୋଇଛି। ମଙ୍ଗଳବାର ଦିଲ୍ଲୀରେ ୟେଲୋ ଆଲର୍ଟ ଜାରି ହୋଇଛି। ନୂଆବର୍ଷ ପାଇଁ ଦିଲ୍ଲୀରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେବନାହିଁ। ରେସ୍ତୋରାଁ, ବାର୍‌ ଏବଂ ଅଡିଟୋରିୟମଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ମୁମ୍ବାଇରେ ମଧ୍ୟ ନୂଆବର୍ଷ ଉତ୍ସବ ପାଳନ ହେବନି। ସାଧାରଣ ସ୍ଥାନମାନଙ୍କରେ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ୫ରୁ ଅଧିକ ଲୋକଙ୍କ ସମାଗମ ହେବନାହିଁ। ରେସ୍ତୋରାଁ, ଜିମ୍‌, ‌ସି‌ନେମା ଥିଏଟର ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ବେଙ୍ଗାଲୁରୁରେ ରେସ୍ତୋରାଁ, ହୋଟେଲ, କ୍ଲବ୍‌, ପବ୍‌ ୫୦ ପ୍ରତିଶତ କ୍ଷମତାରେ ଚାଲିବ। ଜାନୁଆରି ୭ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ନାଇଟ୍ କର୍ଫ୍ୟୁ ହେବ। ଅନ୍ୟପକ୍ଷେ ଚେନ୍ନାଇରେ ମଧ୍ୟ ନୂଆବର୍ଷ ପାଇଁ ସମାନ କଟକଣା। ଚେନ୍ନାଇରେ ମାରିନା ବିଚ୍‌ , ଇଲିଅଟ୍‌ସ ବିଚ୍‌ ଏବଂ ଅନ୍ୟାନ୍ୟ ବିଚ୍‌ଗୁଡ଼ିକୁ ନୂଆବର୍ଷ ସମାଗମ ଅନୁମତି ନାହିଁ।

Share Now:

Kalinga News Beuro

Next Post

ନାଗାଲାଣ୍ଡ୍‌ରେ ପୁଣି ୬ ମାସ ବଳବତ୍ତର ରହିବ ‘ଏଏଫଏସ୍‌ପିଏ’ ଆଇନ

Thu Dec 30 , 2021
କୋହିମା: ନିରାପତ୍ତା ବଳକୁ ଅଖଣ୍ଡ କ୍ଷମତାଶୀଳ କରୁଥିବା ବିବାଦୀୟ ଆଇନ ‘ଏଏଫଏସ୍‌ପିଏ’କୁ ନାଗାଲାଣ୍ଡ୍‌ରେ ଆହୁରି ୬ ମାସ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ଡିସେମ୍ବର ୪ ତାରିଖ ଦିନ ବିଦ୍ରୋହୀ ଭ୍ରମରେ ସେନା ଅତର୍କିତ ଭାବେ ସାଧାରଣଜନତାଙ୍କୁ ଗୁଳି କରି ମାରିବା ଘଟଣାର କୋର୍ଟ ଇନ୍‌କ୍ବାରି ଚାଲିଛି। ‘ଆର୍ମଡ୍‌ ଫୋର୍ସେସ୍‌ (ସ୍ପେସାଲ୍‌) ପାୱାର୍‌ ଆକ୍ଟ୍‌’ (ଏଏଫଏସ୍‌ପିଏ) ବଳରେ ‘ବିଶୃଙ୍ଖଳିତ ଅଞ୍ଚଳ’ ଘୋଷିତ ଯେକୌଣସି ସ୍ଥାନରେ ଅବାଧ ଅଭିଯାନ ଚଳାଇବା ଲାଗି ସେନା […]
ବୃଦ୍ଧି ପାଇଲା ବିବାଦୀୟ ‘ଏଏଫଏସ୍‌ପିଏ’ ଆଇନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial