ନୂଆବର୍ଷରୁ ପରିବହନ ବିଭାଗର ସବୁ କାମ ଅନଲାଇନରେ ହେବ : ପରିବହନ ମନ୍ତ୍ରୀ

ପରିବହନ ମନ୍ତ୍ରୀ-2

ଭୁବନେଶ୍ବର: ଜାନୁଆରି ପହିଲାରୁ ଅନଲାଇନରେ ହେବ ପରିବହନ ବିଭାଗର ସବୁ କାମ। ଆଉ ଗାଡିଚାଳକଙ୍କୁ ଆରଟିଓ ଅଫିସକୁ ବାରମ୍ବାର ଧାଇଁବାକୁ ପଡ଼ିବନି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି। ଏଣିକି ଅନଲାଇନ ହେବ ପରିବହନ ବିଭାଗ। ନୂଆବର୍ଷରୁ ବଡ଼ ସଂସ୍କାର ଆଣିବାକୁ ପରିବହନ ବିଭାଗର ବଡ଼ ଉଦ୍ୟମ ହୋଇଛି। ଡିଏଲଠାରୁ ଆରମ୍ଭ କରି ଗାଡ଼ି ପରମିଟ ଭଳି ସମସ୍ତ କାମ ଏଣିକି ଅନଲାଇନରେ ହେବ। ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା ଏହି ସବୁ କାମକରେ ଦଲାଲଙ୍କ ଭୂମିକା ରହୁଥିଲା। ଏବେ ଅନେକାଂଶରେ ଦଲାଲମାନଙ୍କ ଭୂମିକା କମିଥିଲେ ବି ଏହାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଆସନ୍ତାକାଲିଠାରୁ ଲାଗୁ ହେବ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।
ଏହା ପୂର୍ବରୁ ପରିବହନ ବିଭାଗ ଅନେକ ସଂସ୍କାରମୂଳକ ପଦକ୍ଷେପ ହାତକୁ ନେଇଛି। ଅନଲାଇନରେ ଡିଏଲ ପାଇଁ ଆବେଦନ ହେଉଥିବା ବେଳେ ଲୋକଙ୍କୁ ବାରମ୍ବାର ଆରଟିଓ ଧାଇଁବାକୁ ପଡ଼ୁନଥିଲା। ଏପରିକି ପରିବହନ ବିଭାଗର ଅନେକ କାର୍ଯ୍ୟକୁ ଡିଜିଟାଲ ମୋଡକୁ ଅଣାଯାଇଥିଲା। ଯାହାଦ୍ୱାରା ଆରଟିଓରେ ଲୋକଙ୍କ ଭିଡ଼ ପୂର୍ବଭଳି ଆଉ ହେଉନଥିଲା। କରୋନା କାଳରେ ପରିବହନ ବିଭାଗର ସମସ୍ତ କାମକୁ ଅନଲାଇନ ମୋଡକୁ ଆଣିବା ପସନ୍ଦ କରୁଛନ୍ତି ସାଧାରଣ ଲୋକେ। କେବଳ ଏତିକି ନୁହେଁ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ସାବାଡ କରିବାକୁ ନିୟମରେ ଅନେକ ପରିବର୍ତ୍ତନ ଆଣିଛି ପରିବହନ ବିଭାଗ। ଜରିମାନା ବୃଦ୍ଧି ସହ ବିଭିନ୍ନ ଚେକିଂକୁ କଡାକଡି କରାଯାଇଛି। ଏପରିକି ସଡ଼କ ଦୁର୍ଘଟଣାକୁ ରୋକିବାକୁ ବିଭାଗ ପକ୍ଷରୁ ନୂଆ ନୂଆ ପଦକ୍ଷେପ ନିଆଯାଉଛି।

Share Now:

Kalinga News Beuro

Next Post

ବଡ଼ଦିନରେ ପିଲାଙ୍କୁ ମାଂସ ଖୁଆଇବାରୁ କର୍ଣ୍ଣାଟକର ବାଗଲକୋଟ୍‌ ସ୍କୁଲ୍‌ରେ ପଡ଼ିଲା ତାଲା

Fri Dec 31 , 2021
ବେଙ୍ଗାଲୁରୁ: ବଡ଼ଦିନ ପାଳନ ଅବସରରେ ଶିକ୍ଷାର୍ଥୀମାନଙ୍କୁ ମାଂସ ପରିବେଷଣ କରିଥିବା ହେତୁ କର୍ଣ୍ଣାଟକର ବାଗଲକୋଟ୍‌ ଜିଲ୍ଲା ଅନ୍ତର୍ଗତ ଇଲ୍‌କାଲ୍‌ରେ ଥିବା ସେଣ୍ଟ୍‌ ପଲ୍‌ ସ୍କୁଲ୍‌ ବନ୍ଦ କରିଦେବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦେଶ ଦେଇଛନ୍ତି। ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତି ଲିଖିତ ଚିଠିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲେଖିଛନ୍ତି, ଉତ୍ସବ ପାଳନ ଅବସରରେ ଆପଣମାନେ ମାଂସ ପରିବେଷଣ କରିଥିବା ଖବର ଆମେ ପାଇଛୁ। ଏହା ଶିକ୍ଷା ବିଭାଗ ଏବଂ ସର୍ବସାଧାରଣରେ ଅସନ୍ତୋଷର […]
ବଡ଼ଦିନରେ ପିଲାଙ୍କୁ ମାଂସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial