ବଡ଼ଦିନରେ ପିଲାଙ୍କୁ ମାଂସ ଖୁଆଇବାରୁ କର୍ଣ୍ଣାଟକର ବାଗଲକୋଟ୍‌ ସ୍କୁଲ୍‌ରେ ପଡ଼ିଲା ତାଲା

ବଡ଼ଦିନରେ ପିଲାଙ୍କୁ ମାଂସ

ବେଙ୍ଗାଲୁରୁ: ବଡ଼ଦିନ ପାଳନ ଅବସରରେ ଶିକ୍ଷାର୍ଥୀମାନଙ୍କୁ ମାଂସ ପରିବେଷଣ କରିଥିବା ହେତୁ କର୍ଣ୍ଣାଟକର ବାଗଲକୋଟ୍‌ ଜିଲ୍ଲା ଅନ୍ତର୍ଗତ ଇଲ୍‌କାଲ୍‌ରେ ଥିବା ସେଣ୍ଟ୍‌ ପଲ୍‌ ସ୍କୁଲ୍‌ ବନ୍ଦ କରିଦେବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦେଶ ଦେଇଛନ୍ତି। ସ୍କୁଲ୍‌ କର୍ତ୍ତୃପକ୍ଷଙ୍କ ପ୍ରତି ଲିଖିତ ଚିଠିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲେଖିଛନ୍ତି, ଉତ୍ସବ ପାଳନ ଅବସରରେ ଆପଣମାନେ ମାଂସ ପରିବେଷଣ କରିଥିବା ଖବର ଆମେ ପାଇଛୁ। ଏହା ଶିକ୍ଷା ବିଭାଗ ଏବଂ ସର୍ବସାଧାରଣରେ ଅସନ୍ତୋଷର କାରଣ ହୋଇଛି। ସୁତରାଂ, ପରବର୍ତ୍ତୀ ଆଦେଶ ନ ମିଳିବା ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲାଯାଇ ପାରିବ ନାହିଁ। କିନ୍ତୁ, ଶିକ୍ଷା ବିଭାଗକୁ ଅବଗତ କରାଯିବା ପରେ ଉକ୍ତ ଆଦେଶକୁ ରଦ୍ଦ କରାଯାଇଛି। ଜିଲ୍ଲା କମିସନର୍‌ କିମ୍ବା ଶିକ୍ଷା ବିଭାଗକୁ ନ ଜଣାଇ ସ୍ଥାନୀୟ ଅଧିକାରୀ ସ୍କୁଲ୍‌ ବନ୍ଦ କରିବାକୁ ଆଦେଶ ଦେଇଥିଲେ ବୋଲି କୁହାଯାଉଛି। ଶୁକ୍ରବାର ଦିନ ଶିକ୍ଷା ବିଭାଗ କହିଛି, ଆମିଷ ଖାଦ୍ୟ ପରିବେଷଣ କରାଯିବା ହେତୁ କୌଣସି ସ୍କୁଲ୍‌କୁ ବନ୍ଦ କରି ଦିଆଯାଇ ପାରିବ ନାହିଁ। ସେ ଆଦେଶକୁ ରଦ୍ଦ କରିଦିଆଗଲା। ସେ ସ୍କୁଲ୍‌ ପିଲାମାନଙ୍କୁ ଖ୍ରୀଷ୍ଟଧର୍ମ ଗ୍ରହଣ କରାଉଛି ଏବଂ ବାଇବଲ୍‌ ପ୍ରତି ବିଶ୍ବାସ ଜନ୍ମାଇବାକୁ ଚାପ ପକାଉଛି ବୋଲି ଅଭିଯୋଗ କରି ଦକ୍ଷିଣପନ୍ଥୀ ସଂଗଠନ ସବୁ ପୂର୍ବରୁ ପ୍ରତିବାଦ ପ୍ରଦର୍ଶନ କରିଥିଲେ।

Share Now:

Kalinga News Beuro

Next Post

ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରି

Fri Dec 31 , 2021
୫ ମହାନଗର ନିଗମରେ ଜାଗା ମିସନ୍, ଶିକ୍ଷକ ଓ ଅଣଶିକ୍ଷକମାନଙ୍କ ଲାଗି ସପ୍ତମ ବେତନ କମିସନ୍ ଲାଗୁ ଭୁବନେଶ୍ୱର: ଶୁକ୍ରବାର ଦିନ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଭର୍ଚୁଆଲ୍ ପ୍ଲାଟ୍‌ଫର୍ମରେ ଏହି ବୈଠକ ହୋଇଛି। ଏଥିରେ ୯ଟି ପ୍ରସ୍ତାବରେ ମୋହର ଲାଗିଥିବାର ସୂଚନା ମିଳିଛି। ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ ଓ ଅଧ୍ୟାପକମାନଙ୍କୁ […]
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial