ଆଇଏଏସ୍ ସ୍ତରରେ ଅଦଳବଦଳ : ବଦଳିଲେ ସମ୍ବଲପୁର ଜିଲ୍ଲାପାଳ

ଆଇଏଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ବର : ରାଜ୍ୟ ସରକାର ଆଜି ଆଇଏଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସମ୍ବଲପୁର ଜିଲ୍ଲାପାଳ ଶୁଭମ ସାକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଯୁଗ୍ମ ସଚିବ ନିଯୁକ୍ତ କରାଯାଇଛି। ସମ୍ବଲପୁର ଏଡିଏମଙ୍କୁ ଦାୟିତ୍ବ ହସ୍ତାନ୍ତର କରି ରିଲିଭ ହେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସାକ୍ସେନାଙ୍କ ସ୍ଥାନରେ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର କମିଶନର ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁରର ନୂଆ ଜିଲ୍ଲାପାଳ ନିଯୁକ୍ତ କରାଯାଇଛି। ୨୦୧୮ ବ୍ୟାଚ ଆଇଏଏସ ତଥା ବାଲିଗୁଡ଼ା ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ରଙ୍କୁ ରାଉରକେଲା ମ୍ୟୁନିସିପାଲ କର୍ପୋରେସନର କମିଶନର ନିଯୁକ୍ତ କରାଯାଇଛି। ସେ ମଧ୍ୟ ଅତିରିକ୍ତଭାବେ ରାଉରକେଲା ସ୍ମାର୍ଟସିଟି ଲିମିଟେଡର ସିଇଓ, ରାଉରକେଲା ଏଡିଏମ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ।

Share Now:

Kalinga News Beuro

Next Post

ଗୋଭକ୍ତ ଗାଈଙ୍କ ପାଇଁ ନିର୍ମାଣ କରିଛନ୍ତି ସ୍ୱତନ୍ତ୍ର ବେଡ଼ରୁମ

Mon Jan 3 , 2022
ଯୋଧପୁର: ଆପଣ ଅନେକ ସମୟରେ ଗାଈମାନଙ୍କୁ ଚାଲାଣ କରାଯାଉଥିବାର ଖବର ପଡ଼ିଥିବେ। କିଭଳି ଅମାନବୀୟ ଢଙ୍ଗରେ ଗାଈମାନଙ୍କୁ ଚାଲାଣ କରାଯାଏ, ସେବାବଦରେ ବି ଜାଣିଥିବେ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ପରିବାର ବାବଦରେ କହିବୁ ଯେଉଁମାନେ ଗାଈଙ୍କୁ ପରିବାରର ସଦସ୍ୟ ଭାବେ ବିବେଚନା କରନ୍ତି। ରାଜସ୍ଥାନର ଯୋଧପୁର ସହରରେ ଥିବା ପାଲ ରୋଡରେ ରୁହନ୍ତି ପ୍ରେମ ସିଂ କାଞ୍ଚବାହା ଏବଂ ତାଙ୍କ ପତ୍ନୀ ସଞ୍ଜୁ କାଞ୍ଚବାହା। ଉଭୟଙ୍କ […]
ଗାଈଙ୍କ ପାଇଁ ନିର୍ମାଣ କରିଛନ୍ତି ସ୍ୱତନ୍ତ୍ର ବେଡ଼ରୁମ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial