ପୁଣି ରୂପ ବଦଳାଇଲା କରୋନା : ଓମିକ୍ରନ ପରେ ଆସିଲା ଅଧିକ ସଂକ୍ରାମକ ଥିବା ଭାରିଆଣ୍ଟ ‘ଆଇଏଚୟୁ’

ପୁଣି ଋପ ବଦଳାଇଲା କରୋନା

ନୂଆଦିଲ୍ଲୀ: ପୁଣି ଋପ ବଦଳାଇଲା କରୋନା। ଡେଲଟା ପରେ କରୋନାର ନୂଆ ଋପ ଓମିକ୍ରନକୁ ନେଇ ଏବେ ସାରା ବିଶ୍ବ ଚିନ୍ତାରେ। ଓମିକ୍ରନ ଭଳି ସଂକ୍ରାମକ ଭାରିଆଣ୍ଟ ସହ ଲଢ଼ିବାକୁ ବିଶ୍ବ ପ୍ରସ୍ତୁତ ହେଉଥିବା ବେଳେ ଏବେ ପୁଣି ଋପ ବଦଳାଇ ଅଧିକ ସଂକ୍ରାମକ ଭାରିଆଣ୍ଟରେ ପରିଣତ ହୋଇଛି କରୋନା। ଓମିକ୍ରନ ପରେ ଏବେ ଫ୍ରାନ୍ସରୁ କରୋନାର ‘ଆଇଏଚୟୁ’ ଭାରିଆଣ୍ଟ ଚିହ୍ନଟ କରାଯାଇଛି, ଯାହା ଓମିକ୍ରନଠାରୁ ଅଧିକ ସଂକ୍ରାମକ ବୋଲି ଦାବି କରିଛନ୍ତି ଫ୍ରାନ୍ସର ବୈଜ୍ଞାନିକ। ସୂଚନା ଅନୁଯାୟୀ, ଭାରିଆଣ୍ଟ ‘ଆଇଏଚୟୁ’ ୪୬ଥର ଋପ ପରିବର୍ତ୍ତନ କରିଛି। ମୂଳ କୋଭିଡ ଭୂତାଣୁ ଅପେକ୍ଷା ଏହା ଅଧିକ ସଂକ୍ରାମକ ଏବଂ ଟିକା ପ୍ରଭାବକୁ କମ କରିବାରେ ସକ୍ଷମ ବୋଲି କୁହାଯାଉଛି। ଫ୍ରାନ୍ସର ମାର୍ସେଲରୁ ୧୨ଜଣ ଏହି ନୂଆ ଭୂତାଣୁ ‘ଆଇଏଚୟୁ’ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସଂକ୍ରମିତ ୧୨ଜଣ ଆଫ୍ରିକୀୟ ଦେଶ କାମେରୁନରୁ ଫେରିଥିଲେ ବୋଲି ଜଣାପଡ଼ିଛି। ବର୍ତ୍ତମାନ, ଭାରିଆଣ୍ଟ ‘ଆଇଏଚୟୁ’ କେତେ ମାରାତ୍ମକ ଏବଂ ସଂକ୍ରାମକ ହେବ ତାହା ସ୍ପଷ୍ଟ ହୋଇନାହିଁ। କାରଣ ବର୍ତ୍ତମାନ ସମୟରେ ଓମିକ୍ରନ୍ ଭାରିଆଣ୍ଟ ଫ୍ରାନ୍ସରେ ହଇଚଇ ସୃଷ୍ଟି କରୁଛି। ଆସୁଥିବା ମୋଟ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୦ପ୍ରତିଶତ ଓମିକ୍ରନ୍ ଦ୍ବାରା ଆକ୍ରାନ୍ତ ହେଉଛନ୍ତି। ଭାରିଆଣ୍ଟ ‘ଆଇଏଚୟୁ’ ଅନ୍ୟ ଦେଶରେ ମଧ୍ୟ ପହଞ୍ଚିଛି କି ନାହିଁ ତାହା ଜଣାପଡ଼ିନାହିଁ। ଅନ୍ୟ ଦେଶକୁ ବ୍ୟାପିଥିଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହାକୁ ‘ଭାରିଆଣ୍ଟ ଅଣ୍ଡର ଇନଭେଷ୍ଟିଗେସନ୍’ ନାମରେ ନାମିତ କରି ଅଧିକ ଅନୁସନ୍ଧାନ କରିବ। ଭାରିଆଣ୍ଟ ‘ଆଇଏଚୟୁ’କୁ ବି.୧.୬୪୦.୨ ମଧ୍ୟ କୁହାଯାଉଛି। ଏହା ବି.୧.୬୪୦ଠାରୁ ଭିନ୍ନ ଯାହା ସେପ୍ଟେମ୍ବରରେ କଙ୍ଗୋରେ ଚିହ୍ନଟ ହୋଇଥିଲା।

Share Now:

Kalinga News Beuro

Next Post

ପୂର୍ବତନ ଭାଇସ୍‌ ଆଡମିରାଲ ଏସ.ଏଚ୍‌ ଶର୍ମାଙ୍କ ଦେହାନ୍ତ : ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

Tue Jan 4 , 2022
ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ଼ ଅଫ୍‌ ଅନର ପ୍ରଦାନ ଭୁବନେଶ୍ବର: ୧୯୭୧ ଭାରତ-ପାକ୍ ଯୁଦ୍ଧର ନାୟକ ଭାଇସ୍‌ ଆଡମିରାଲ ଏସ.ଏଚ୍‌ ଶର୍ମାଙ୍କ ସୋମବାରଦିନ ପରଲୋକ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି। ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଛି। ତତ୍କା‌ଳୀନ ନୈାସେନା ଅଧିକାରୀଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପରମ ବିଶିଷ୍ଟ ସେବା ପଦକ […]
ଏସ.ଏଚ୍‌ ଶର୍ମା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial