ପୂର୍ବତନ ଭାଇସ୍‌ ଆଡମିରାଲ ଏସ.ଏଚ୍‌ ଶର୍ମାଙ୍କ ଦେହାନ୍ତ : ଶୋକ ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଏସ.ଏଚ୍‌ ଶର୍ମା

ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ଼ ଅଫ୍‌ ଅନର ପ୍ରଦାନ

ଭୁବନେଶ୍ବର: ୧୯୭୧ ଭାରତ-ପାକ୍ ଯୁଦ୍ଧର ନାୟକ ଭାଇସ୍‌ ଆଡମିରାଲ ଏସ.ଏଚ୍‌ ଶର୍ମାଙ୍କ ସୋମବାରଦିନ ପରଲୋକ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ତାଙ୍କ ବାସଭବନରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଅନେକ ବିଶିଷ୍ଟ ବ୍ୟକ୍ତି। ନୌସେନା, ବାୟୁସେନା ଓ ସ୍ଥଳସେନା ପକ୍ଷରୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଛି। ତତ୍କା‌ଳୀନ ନୈାସେନା ଅଧିକାରୀଙ୍କୁ ଉଲ୍ଲେଖନୀୟ ଅବଦାନ ପାଇଁ ପରମ ବିଶିଷ୍ଟ ସେବା ପଦକ ଦିଆଯାଇଥିଲା। ପାକିସ୍ତାନ ବିରୋଧରେ ଭାରତ ବିଜୟର ୫୦ ତମ ପୂର୍ତ୍ତି ଅବସରରେ ସ୍ୱର୍ଣ୍ଣିମ ବିଜୟ ମଶାଲ ବାହାରିଥିଲା। ଏହି ମଶାଲଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନକୁ ଅଣାଯିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ୧୯୭୧ ଯୁଦ୍ଧରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରି ଶୋକପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଭାଇସ୍‌-ଆଡମିରାଲ ଏସ୍‌.ଏଚ୍‌ ଶର୍ମା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧର ନାୟକ ଥିଲେ। ସେ ‘ପରମ ବିଶିଷ୍ଟ ସେବା ପଦକ’ ଲାଭ କରିଛନ୍ତି। କିଛି ଦିନ ତଳେ ଏହି ବିଜୟର ସ୍ମାରକୀ ‘ସ୍ବର୍ଣ୍ଣିମ ବିଜୟ ମଶାଲ’କୁ ତାଙ୍କ ବାସଭବନକୁ ଅଣାଯିବା ସହ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ଶର୍ମା ୧୯୬୫ରେ ଏନ୍‌ଡିଏରେ ଯୋଗ ଦେଇଥିଲେ। ଏନ୍‌ଡିଏରୁ ତାଲିମ ଶେଷ କରି ୧୯୬୮ଜୁନ୍‌ରେ ଆଇଏମ୍‌ଏରେ ଗୋଟିଏ ବର୍ଷ ତାଲିମ ନେଇ କମିସନ୍ ପାଇଥିଲେ ଏବଂ ୧୯୬୯ ଜୁନ୍‌ରେ ଡୋଗ୍ରା ରେଜିମେଣ୍ଟ୍‌ର ୧୫ଡୋଗ୍ରାରେ ସବୁଠୁ ଜୁନିଅର ଅଫିସର୍‌ ଭାବେ ଯୋଗ ଦେଇଥିଲେ। ଶ୍ରୀ ଶର୍ମାଙ୍କ ବିୟୋଗରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି। ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ତାଙ୍କର ନେତୃତ୍ବକୁ ଏ ଦେଶ କେବେ ବି ଭୁଲିପାରିବ ନାହିଁ ବୋଲି ସେ କହିଛନ୍ତି। ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶ୍ରୀ ପ୍ରଧାନ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

Share Now:

Kalinga News Beuro

Next Post

ଦୀପତଳ ଅନ୍ଧାର : ସମସ୍ୟା ଘେରରେ ଭିଏସ୍ଏସ୍‌ନଗର ସ୍ବାସ୍ଥ୍ୟକେନ୍ଦ୍ର, ନାହାନ୍ତି ଡାକ୍ତର, ନାହିଁ ଭିତ୍ତିଭୂମି

Tue Jan 4 , 2022
ଭୁବନେଶ୍ବର: ଭିଏସ୍‌ଏସ୍‌ନଗର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଲାଗି ରହିଥିବା ବିଭିନ୍ନ ସମସ୍ୟା କାରଣରୁ ରୋଗୀସେବା ବାଧାପ୍ରାପ୍ତ ହେଉଛି। ଡାକ୍ତର ନଥିବାରୁ ଫାର୍ମାସିଷ୍ଟଙ୍କ ଭରସାରେ ଚାଲିଛି ଏହି ସ୍ବାସ୍ଥ୍ୟକେନ୍ଦ୍ର। ସେହିଭଳି ଅପେକ୍ଷାରଥ ରୋଗୀଙ୍କ ପାଇଁ ଆବଶ୍ୟକ ଭିତ୍ତିଭୂମି ନଥିବାରୁ ସେମାନେ ଆହୁରି ଅଧିକ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି। ପରିସ୍ରାଗାର ନଥିବାରୁ ମହିଳା ରୋଗୀମାନେ ସମସ୍ୟାର ସମୁଖୀନ ହେଉଥିବା ବେଳେ ବସିବା ପାଇଁ ଜାଗା ନଥିବାରୁ ବରିଷ୍ଠ ନାଗରିକମାନେ ଘଣ୍ଟାଘଣ୍ଟା ଧରି ଠିଆ […]
ଭିଏସ୍ଏସ୍‌ନଗର ସ୍ବାସ୍ଥ୍ୟକେନ୍ଦ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial