ଦୁବାଇ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ୍‌: ଟ୍ରଫି ପାଇଁ ଲଢ଼ିବେ ସିନ୍ଧୁ-ଆମାଗୁଚି

ଦୁବାଇ: ଚଳିତ ଦୁବାଇ ସୁପର ସିରିଜ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଲିଗ୍‌ ପର୍ଯ୍ୟାୟରେ ଅପରାଜେୟ ସହ ସେମିଫାଇନାଲ୍‌ରେ ପହଞ୍ଚିଥିବା ଭାରତୀୟ ଲଳନା ପିଭି ସିନ୍ଧୁ ବିଜୟ ଧାରା ଜାରି ରଖି ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଶନିବାର ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲ୍‌ରେ ବିଶ୍ୱ ମାନ୍ୟତାର ତୃତୀୟ ସିନ୍ଧୁ ୨୧-୧୫, ୨୧-୧୮ ସିଧାସଳଖ ଗେମ୍‌ରେ ଚୀନ୍‌ ପ୍ରତିଦ୍ୱନ୍ଦ୍ୱୀ ଚେନ୍‌ ୟୁଫେଇଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ସିନ୍ଧୁଙ୍କୁ ୫୯ ମିନିଟ୍‌ ଲାଗିଥିଲା। ରବିବାର ଟ୍ରଫି ମୁକାବିଲାରେ ସିନ୍ଧୁ ବିଶ୍ୱ ମାନ୍ୟତାର ଦ୍ୱିତୀୟରେ ଥିବା ଜାପାନର ଅକାନେ ଆମାଗୁଚିଙ୍କୁ ଭେଟିବେ। ଆମାଗୁଚି ଶନିବାରର ପ୍ରଥମ ସେମିଫାଇନାଲ୍‌ରେ ୧୭-୨୧, ୨୧-୧୨, ୨୧-୧୯ରେ ଥାାଇଲାଣ୍ଡ୍‌ର ରାଚାନାକ ଇଣ୍ଟାନନ୍‌ଙ୍କୁ ହରାଇଥିଲେ। ଲିଗ୍‌ ପର୍ଯ୍ୟାୟରେ ଆମାଗୁଚିଙ୍କୁ ସିନ୍ଧୁ ହରାଇବା ସହ ବିଜୟ ପରାଜୟ ବ୍ୟବଧାନ ୫-୨ ରହିଛି। ଫଳରେ ଚଳିତ ବର୍ଷ ଇଣ୍ଡିଆ ଓପନ୍‌ ଓ କୋରିଆ ଓପନ୍‌ ଜିତିବା ବ୍ୟତୀତ ଗ୍ଲାସ୍‌ଗୋ ବିଶ୍ୱ ପ୍ରତିଯୋଗିତାରେ ରୌପ୍ୟ ଏବଂ ହଂକଂ ଓପନ୍‌ରେ ଉପବିଜୟିନୀ ହୋଇଥିବା ସିନ୍ଧୁ ଆଉ ଏକ ଟ୍ରଫି ସହ ୨୦୧୭କୁ ସ୍ମରଣୀୟ କରିବାର ସୁଯୋଗ ପାଇଛନ୍ତି।

Share Now:

Kalinga News Beuro

Leave a Reply

Next Post

ଓଡ଼ିଶା ପ୍ରିମିୟର୍‌ ବ୍ୟାଡ୍‌ମିଣ୍ଟନ୍‌ ଲିଗ୍‌ ପାଇଁ ଖେଳାଳି ନିଲାମ

Sun Dec 17 , 2017
କଟକ: ଜାନୁଆରିରେ ହେବାକୁଥିବା ଓଡ଼ିଶା ପ୍ରିମିୟର ବ୍ୟାଡମିଣ୍ଟନ ଲିଗ୍‌ ପାଇଁ ଶନିବାର ଖେଳାଳି ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରତିଯୋଗିତାରେ ୮ ଦଳ ଏବିସି ୱାରିୟର୍ସ, ବାରବାଟୀ ଷ୍ଟାର୍ସ, ବଡ଼ବିଲ ଟାଇଗର୍‌, ଫାଲକନ୍‌ ଫାଇଟର୍ସ, ଢେଙ୍କାନାଳ ଡିଫେଣ୍ଡର୍ସ, କଳିଙ୍ଗ ଷ୍ଟାଇକର୍ସ, ଏଲ୍‌ବିଏନ୍‌ ଲାୟନ୍ସ ଓ ପୁରୀ ସ୍ମାଶ୍‌ କିଙ୍ଗ୍‌ ଅଂଶଗ୍ରହଣ କରୁଛନ୍ତି। ମାଲିକମାନେ ଶନିବାର କଟକ କ୍ଲବ୍‌ ଆନେକ୍ସ-୧ରେ ନିଲାମ ପ୍ରକ୍ରିୟାରେ ଏକାଧିକ ଖେଳାଳିଙ୍କୁ ଦଳରେ ନେଇଛନ୍ତି। ରାଜ୍ୟ ବ୍ୟାଡମିଣ୍ଟନ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial