୩ ଆକ୍ରାନ୍ତଙ୍କ ପାଇଁ ୧୨ ଲକ୍ଷ ଲୋକ ଲକଡାଉନରେ

୩ ଆକ୍ରାନ୍ତଙ୍କ ପାଇଁ ୧୨ ଲକ୍ଷ ଲୋକ ଲକଡାଉନରେ

ବେଜିଂ : କରୋନା ଭୁତାଣୁକୁ ନିର୍ମୂଳ କରିବାରୁ ଚୀନ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ନିକଟରେ କେନ୍ଦ୍ରୀୟ ଚୀନର ହେନାନ ରାଜ୍ୟରେ ଥିବା ୟୁଝୁ ସହରରେ ମାତ୍ର ୩ ଜଣ କରୋନା ଆକ୍ରାନ୍ତ ବାହାରିବାରୁ ସମଗ୍ର ସହରକୁ ଲକଡାଉନ କରିଦିଆଯାଇଛି। ପ୍ରାୟ ୧୨ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ସହରର ଲୋକମାନଙ୍କୁ ଘରେ ରହିବାକୁ କୁହାଯାଇଛି। ଘରୁ ବାହାରିଲେ କଠୋର କାର୍ଯ୍ୟାନୁଷ୍ଠାନ ଏପରିକି ଗିରଫ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ସହରର ବସ ଓ ଟାକ୍ସିଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଏହା ସହିତ ସପିଂ ମଲ, ପର୍ଯ୍ୟଟନ କେନ୍ଦ୍ର, ମ୍ୟୁଜିୟମ, ରେସ୍ତୋରାଁଗୁଡ଼ିକୁ ବନ୍ଦ କରିଦିଆଯାଇଛି। ଅନ୍ୟପକ୍ଷରେ ଚୀନର ସାଂକସି ପ୍ରଦେଶରେ ଥିବା ସିଆନ୍ ସହର ଗତ ପ୍ରାୟ ୨ ସପ୍ତାହ ହେଲା କଠୋର ଲକଡାଉନରେ ରହିଛି। ଏହାକୁ ନେଇ ସ୍ଥାନୀୟ ଲୋକେ ଚୀନା ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକଟ କରିଛନ୍ତି। ଗତ ୧ ମାସ ମଧ୍ୟରେ ସିଆନ ସହରରେ ପ୍ରାୟ ୧୬୦୦ ଟି ମାମଲା ଦେଖାଦେଇଛି। ଚୀନରେ ଆଉ କିଛି ମାସ ପରେ ଶୀତକାଳୀନ ଅଲିମ୍ପିକ୍ସ ଅନୁଷ୍ଠିତ ହେବାକୁ ଥିବାରୁ ଚୀନ ସରକାର ଶୂନ କୋଭିଡ୍ ନୀତି ଗ୍ରହଣ କରିଛନ୍ତି। କ୍ରୀଡ଼ା ପୂର୍ବରୁ ଯେପରି ସମଗ୍ର ଚୀନ କରୋନା ମୁକ୍ତ ଥିବ ସେଥିପାଇଁ ଚୀନ ସରକାର କଠୋର ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚୀନକୁ ସମାଲୋଚନା କରାଯାଉଛି।

Share Now:

Kalinga News Beuro

Next Post

ବାହାଘର ପାଇଁ ଆସିଲା ନୂଆ ଗାଇଡଲାଇନ : କ’ଣ ରହିବ କଟକଣା ?

Wed Jan 5 , 2022
ଭୁବନେଶ୍ବର: ରାଜ୍ୟରେ କରୋନା ଭାଇରସ୍‌ ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ସଂକ୍ରମଣ ବଢି ଚାଲିଥିବା ବେଳେ ରାଜ୍ୟ ସରକାର ଆଜି ନୂଆ କରୋନା ଗାଇଡଲାଇନ ଜାରି କରିଛନ୍ତି। ବିଭିନ୍ନ କଟକଣା ସହ ଗାଇଡଲାଇନ ଜାରି କରାଯାଇଛି। ଜୀବନ ସହ ଜୀବିକା ଉପରେ ଗୁରୁତ୍ୱ ଦିଆଯାଇଛି। ତେବେ ନୂଆକରି ଆସିଥିବା ଗାଇଡଲାଇନରେ ବାହାଘରକୁ ନେଇ ନୂଆ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର। ବାହାଘର ଓ ବ୍ରତଘରରେ ସର୍ବାଧିକ ୧୦୦ ଜଣଙ୍କୁ […]
ବାହାଘରକୁ ନେଇ ନୂଆ କଟକଣା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial