ଜୋହାନେସବର୍ଗ ଟେଷ୍ଟରେ ଭାରତର ପରାଜୟ

ଜୋହାନେସବର୍ଗ ଟେଷ୍ଟ

ଜୋହାନେସବର୍ଗ : ଜୋହାନେସବର୍ଗର ଓ୍ବାଣ୍ଡରର୍ସ ଷ୍ଟାଡିୟମଠାରେ ଖେଳାଯାଇଥିବା ୨ୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଭାରତକୁ ୭ ଓ୍ବିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ସିରିଜ ୧-୧ ସ୍ତରକୁ ଆସିଯାଇଛି । ବିଜୟ ପାଇଁ ଭାରତ ପକ୍ଷରୁ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ବର୍ଷା ବାଧାପ୍ରାପ୍ତ ମ୍ୟାଚର ୪ର୍ଥ ଦିନରେ ମାତ୍ର ୩ ଓ୍ବିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ଦଳପକ୍ଷରୁ ଡିନ ଏଲଗାର ଅଧିନାୟକ ଇନିଂସ ଖେଳିବା ସହ ସର୍ବାଧିକ ୯୬ ରନ କରିଥିଲେ। ସେହିପରି ରାସି ଭାନ ଡର ଦୁସାନ ୪୦ ରନ ଓ ଏଇଡେନ ମାକରାମ ୩୧ ରନ କରିଥିଲେ। ଟେମ୍ବା ବାଭୁମା ଅପରାଜିତ ୨୩ ରନ କରିଥିଲେ। ଭାରତ ପକ୍ଷରୁ ମହମ୍ମଦ ସମ୍ମୀ, ଶାର୍ଦ୍ଦୁଲ ଠାକୁର ଓ ରବିଚନ୍ଦ୍ରନ ଅଶ୍ବୀନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ। ଭାରତ ନିଜର ପ୍ରଥମ ଇଂନିସରେ ମାତ୍ର ୨୦୨ ରନରେ ଅଲଆଉଟ୍ ହୋଇଯାଇଥିବାବେଳେ ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୨୨୯ରନ କରିଥିଲା। ଭାରତ ନିଜର ୨ୟ ଇନିଂସରେ ୨ୟ ଇନିଂସରେ ୨୬୬ ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୪୦ ରନର ବିଜୟ ଲକ୍ଷ୍ୟ ରହିଥିଲା।

Share Now:

Kalinga News Beuro

Next Post

ପୁରୀରୁ ହଟିଆ ତପସ୍ଵିନୀ ଏକ୍ସପ୍ରେସ୍‌ : ଶୁଭାରମ୍ଭ କଲେ ରେଳମନ୍ତ୍ରୀ

Thu Jan 6 , 2022
ପୁରୀ-ହଟିଆ-ପୁରୀ ତପସ୍ଵିନୀ ଏକ୍ସପ୍ରେସର (୧୮୪୫୨/୧୮୪୫୧) ଚଳାଚଳ ଶୁଭାରମ୍ଭ ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ଅନଲାଇନ୍‌ରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏହାସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁର ରାଉତରାୟ, ରେଳ ପ୍ରବନ୍ଧକ ଦିନେଶ ରାୟ ଏବଂ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ରେଳ […]
ପୁରୀରୁ ହଟିଆ ତପସ୍ଵିନୀ ଏକ୍ସପ୍ରେସ୍‌

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial