ମୋଦୀଙ୍କ ସୁରକ୍ଷାରେ ବିଭ୍ରାଟ : ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କଲା ଗୃହ ମନ୍ତ୍ରାଳୟ

ମୋଦୀଙ୍କ ସୁରକ୍ଷାରେ ବିଭ୍ରାଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ବିଭ୍ରାଟ ଘଟଣାର ତଦନ୍ତ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ତିନିଜଣିଆ କମିଟି ଗଠନ କରାଯାଇଛି। କ୍ୟାବିନେଟ ସେକ୍ରେଟାଏଟର ସଚିବ(ସୁରକ୍ଷା) ସୁଧୀର କୁମାର ସାକ୍ସେନାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଏଥିରେ ଆଇବିର ଯୁଗ୍ମ ନିର୍ଦ୍ଦେଶକ ବଲବୀର ସିଂ ଓ ଏସପିଜି ଆଇ ଏସ.ସୁରେଶ ସଦସ୍ୟ ଅଛନ୍ତି। କେଉଁ ପରିସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ହେଲା, ଏଥିପାଇଁ କେଉଁମାନେ ଉତ୍ତରଦାୟୀ ସେ ସମ୍ପର୍କରେ କମିଟି ତଦନ୍ତ କରିବ। ଯଥାଶୀଘ୍ର ତଦନ୍ତ ରିପୋର୍ଟ ସରକାରଙ୍କୁ ଦେବା ପାଇଁ କମିଟିକୁ କୁହାଯାଇଛି। ବୁଧବାର ପଞ୍ଜାବ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ବିଭ୍ରାଟ ଦେଖାଦେଇଥିଲ। ପାଗ ଖରାପ ହେବାରୁ ସଡ଼କପଥରେ ଫିରୋଜପୁର ଯାଉଥିବା ମୋଦୀଙ୍କ କ୍ୟାରିକେଡକୁ ଏକ ଫ୍ଲାଏଓଭର ଉପରେ ବିକ୍ଷୋଭକାରୀମାନେ ଅଟକାଇ ଦେଇଥିଲେ। ଏହା ଫଳରେ ମୋଦୀଙ୍କ ଗାଡ଼ି ପ୍ରାୟ ୧୫ ମିନିଟ ଅଟକି ରହିଥିଲା। ଏହା ପରେ ପ୍ରଧାନମନ୍ତ୍ରୀଙ୍କ ଫିରୋଜପୁର ଗସ୍ତ ରଦ୍ଦ କରାଯାଇ ତାଙ୍କୁ ଭଟିଣ୍ଡା ଏୟାରପୋର୍ଟ ଫେରାଇ ଅଣାଯାଇଥିଲା।

Share Now:

Kalinga News Beuro

Next Post

ଏଣିକି ଡାକଘରେ ବି କାଟି ପାରିବେ ରେଳ ଟିକେଟ

Fri Jan 7 , 2022
ନୂଆଦିଲ୍ଲୀ: ରେଳ ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର ରହିଛି। ବର୍ତ୍ତମାନ ଟିକେଟ୍ ବୁକ୍ କରିବା ପାଇଁ ଆପଣଙ୍କୁ ରେଳ ଷ୍ଟେସନକୁ ଯିବାକୁ ପଡ଼ିବ ନାହିଁ, ଆପଣ ନିଜ ନିକଟ ଡାକଘରକୁ ଯାଇ ମଧ୍ୟ ଟିକେଟ ବୁକ୍ କରିପାରିବେ। ବାସ୍ତବରେ ଯାତ୍ରୀମାନଙ୍କ ସୁବିଧା ଏବଂ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ଡାକଘରରୁ ଟିକେଟ୍ ବୁକିଂ କରିବାର ସୁବିଧା ପ୍ରଦାନ କରିଛି। ଏଥିପାଇଁ ଟିକେଟ୍ ବୁକିଂ ପରିଚାଳନା କରୁଥିବା […]
ଏଣିକି ଡାକଘରେ ବି କାଟି ପାରିବେ ରେଳ ଟିକେଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial