ଶ୍ରୀମନ୍ଦିରରେ କଟକଣା : ସୋମବାର ଠାରୁ ୩୧ ଯାଏଁ ଭକ୍ତଙ୍କୁ କାଳିଆ ଦର୍ଶନ ମନା

ଶ୍ରୀମନ୍ଦିରରେ କଟକଣା

ପୁରୀ: ରାଜ୍ୟରେ କୋଭିଡ-୧୯ ସଂକ୍ରମଣ ପୁଣି ଥରେ ହଠାତ୍‌ ବଢ଼ିଯିବାରୁ କଟକଣା ବଢ଼ିଛି। କରୋନାର ପ୍ରଭାବ ପୁରୀ ସହର ଉପରେ ପଡ଼ିଛି। ଆସନ୍ତା ଜାନୁଆରି ୧୦ ତାରିଖ ଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ। ଜାନୁଆରି ୩୧ ତାରିଖ ଯାଏଁ ଶ୍ରଦ୍ଧାଳୁୁଙ୍କୁ ଶ୍ରୀମନ୍ଦିର ମନା ରହିବ। ସେବାୟତଙ୍କ ପ୍ରସ୍ତାବ କ୍ରମେ ଆଜି ପରିଚାଳନା ଓ ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, କରୋନା କଟକଣା ବୃଦ୍ଧି ଯୋଗୁଁ ଗତବର୍ଷ ଓ ୨୦୨୦ରେ ମଧ୍ୟ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ କରୋନା ସଂକ୍ରମଣ ଧୀରେ ଧୀରେ କମିବା ପରେ ଶ୍ରୀମନ୍ଦିର ଉପରେ ଲାଗୁ ହୋଇଥିବା କୋଭିଡ କଟକଣାକୁ ଧୀରେ ଧୀରେ କୋହଳ କରାଯାଇଥିଲା। ଗତ ବୁଧବାର ରାଜ୍ୟ ସରକାର ୨୦୨୨ ଜାନୁଆରି ମାସ ପାଇଁ ଗାଇଡଲାଇନ୍‌ ଜାରି କରିବା ପରେ ଆଜି ଠାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ଦର୍ଶନ କରିପାରିବେ। ଆସନ୍ତାକାଲି ରାତି ୮ଟା ପର୍ଯ୍ୟନ୍ତ ଶ୍ରୀଜିଉଙ୍କ ଦର୍ଶନ ହୋଇପାରିବ। କିନ୍ତୁ ରବିବାର ଦିନ ସାଧାରଣ ଦର୍ଶକଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ ରୋକ ଲାଗିବ।

Share Now:

Kalinga News Beuro

Next Post

ମୋଦୀଙ୍କ ସୁରକ୍ଷା ବିଭ୍ରାଟ : ଭଟିଣ୍ଡା ଏସଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍

Fri Jan 7 , 2022
ନୂଆଦିଲ୍ଲୀ : ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷା ବିଭ୍ରାଟର ଦୁଇଦିନ ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଭଟିଣ୍ଡାର ଏସଏସପି (ସିନିୟର ସୁପରିଟେଣ୍ଡେଣ୍ଟ ଅଫ ପୁଲିସ୍)ଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ଆସନ୍ତା କାଲି ଅର୍ଥାତ ଶନିବାର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି। ଗୃହ ମନ୍ତ୍ରାଳୟର ଉପସଚିବ ଅର୍ଚ୍ଚନା ବର୍ମା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ତାଙ୍କ ସୁରକ୍ଷାରେ ବିଭ୍ରାଟ ଦେଖାଦେଇଥିବାରୁ ଭଟିଣ୍ଡା […]
ମୋଦୀଙ୍କ ସୁରକ୍ଷା ବିଭ୍ରାଟ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial