ବିଏସ୍‌ଏଫ୍‌ ଯବାନଙ୍କ ଦ୍ୱାରା ମାଟି ତଳୁ ୫ଟି ଲ୍ୟାଣ୍ଡମାଇନ୍‌ ଉଦ୍ଧାର

ମାଟି ତଳୁ ଉଦ୍ଧାର କଲେ ଲ୍ୟାଣ୍ଡମାଇନ୍‌

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରେ ନୂତନ ଭାବେ ଘନବେଡା ଠାରେ ଅବସ୍ଥାପିତ ହୋଇଥିବା ୯ ବିଏସଏଫ ବାଟାଲିୟନକୁ ମିଳିଛି ଏକ ବଡ ସଫଳତା। ବିଏସ୍ଏ‌ଫ ଯବାନ କମ୍ବିଂ ଅପରେସନରେ ବାହାରିଥିବା ବେଳେ ମାଓବାଦୀ ଲୁଚାଇ ରଖିଥିବା ଲ୍ୟାଣ୍ଡମାଇନକୁ ଉଦ୍ଧାର କରିଛି। ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ରହିଥିବା ଖୋରିଗନ୍ଦୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ନକ୍ସଲ ଏକ ବିରାଟ ଗାତ ଖୋଳି ବିପୁଳ ପରିମାଣର ବିସ୍ଫାରକ ସହ ମାଓ ସାମଗ୍ରୀ ଲୁଚାଇ ରଖିଥିଲେ।
ବିଶେଷ ସୂତ୍ରରୁ ଖବର ପାଇ ଯବାନ ଏହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଏକ ଗାତରୁ ୫ଟି ଲ୍ୟାଣ୍ଡମାଇନ ଏବଂ ବିପୁଳ ମାତ୍ରାରେ ମାଓ ସାମଗ୍ରୀ ଜବତ କରିଥିଲେ। ବୋମା ନିଷ୍କ୍ରିୟ ଦଳ ଏହି ବିଏସଏଫ କ୍ୟାମ୍ପରେ ରହିଥିବା ବେଳେ ସେମାନେ ଏହାକୁ ଗାତରୁ ସୁରକ୍ଷିତ ଭାବେ କାଢ଼ିଥିଲେ। ନକ୍ସଲ ଏହି ବୋମାକୁ ହୁଏତ ଯବାନ କିମ୍ବା ସେତୁକୁ ଟାର୍ଗେଟ କରିବା ପାଇଁ ରଖିଥାଇ ପାରନ୍ତି ବୋଲି କୁହାଯାଇଛି। ତେବେ ଯବାନ ଏଭଳି ଦୁଃଶାହସିକ କାର୍ଯ୍ୟ ଯୋଗୁଁ ଏକ ବିରାଟ ଅଘଟଣରୁ ସମସ୍ତେ ବର୍ତ୍ତିଯାଇଥିବା କୁହାଯାଇଛି। ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ସୀମାରେ ସୁରକ୍ଷା ଦେଉଥିବା ଯବାନଙ୍କ ମାନବଳକୁ ଦୁର୍ବଳ କରିବା ପାଇଁ ନକ୍ସଲ ବୋମାକୁ ବ୍ୟବହାର କରିଥାନ୍ତେ।

Share Now:

Kalinga News Beuro

Next Post

ଟ୍ୱିନ୍ ସିଟିରେ ରାତି ୯ଟାରୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ : ନିୟମ ଖିଲାପ କଲେ ୭ ଦିନ ପାଇଁ ଦୋକାନ ବନ୍ଦ

Fri Jan 7 , 2022
ଭୁବନେଶ୍ୱର: କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜିଠାରୁ ରାଜ୍ୟର ସହରାଞ୍ଚଳଗୁଡ଼ିକରେ ନାଇଟ କର୍ଫ୍ୟୁ କଡାକଡି ହେବ। କଟକ-ଭୁବନେଶ୍ୱରରେ ଏହାକୁ କଡାକଡି ପାଳନ କରାଯିବ ବୋଲି କହିଛନ୍ତି ପୁଲିସ କମିସନର। ରାତି ୯ଟାରୁ ସକାଳ ୫ଟା ଯାଏଁ ପୁଲିସ ପଇଁତରା ମାରିବ। ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦେଇଛନ୍ତି ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସେ କହିଛନ୍ତି, ନାଇଟ କର୍ଫ୍ୟୁ ସମୟରେ ସମସ୍ତ ହୋଟେଲ, ରେଷ୍ଟୁରାଣ୍ଟ ଓ […]
ନିୟମ ଖିଲାପ କଲେ ୭ ଦିନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial