କଟକରେ କମୁଛନ୍ତି ପକ୍ଷୀ : ଆସିଛନ୍ତି ୨୬ହଜାର ପକ୍ଷୀ

କଟକରେ କମୁଛନ୍ତି ପକ୍ଷୀ

ଅଂଶୁପା, କଖଡିକୁ ଛାଡିଦେଲେ ମହାନଦୀର ଅନ୍ୟସ୍ଥାନକୁ ଆସୁ ନାହାନ୍ତି ବିଦେଶୀ ପକ୍ଷୀ

କଟକ: ମହାନଦୀର କଖଡି, ଅଂଶୁପାକୁ ଛାଡିଦେଲେ ଅନ୍ୟସ୍ଥାନକୁ ଆସୁନାହାନ୍ତି ବିଦେଶୀ ପକ୍ଷୀ। କଟକର ଆଠଗଡ଼ ବନଖଣ୍ଡର ଖୁଣ୍ଟୁଣୀ ଓ ଆଠଗଡ଼ ରେଞ୍ଜରେ ପାଖାପାଖି ଦଇଶହରୁ ଅଧିକ ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଡାଇପର୍‌, ପାଣିଚିରି, ହେରନ୍‌, ଇଗ୍ରେଟ୍‌, ପିହାନ୍ ଭଳି ୧୧ ପ୍ରକାର ବିଦେଶୀ ପକ୍ଷୀ ଆସିଥିବା ପକ୍ଷୀ ଗଣନା ରିପୋର୍ଟ କହୁଛି। କଟକ ସିଟି ରେଞ୍ଜର ସିସୋର ପଠାରୁ ନରାଜ ପର୍ଯ୍ୟନ୍ତ କୌଣସି ବିଦେଶୀ ପକ୍ଷୀଙ୍କୁ ଗଣନାରେ ଦେଖିବାକୁ ମିଳିନି। କଟକ ସିଟି ରେଞ୍ଜର ମହାନଦୀ ସିସୋର ପଠାରୁ ନରାଜ ପର୍ଯ୍ୟନ୍ତ ହୋଇଥିବା ସର୍ଭେରେ ମହାନଦୀକୁ ୨୩ପ୍ରକାର ପ୍ରଜାତିର ୬ ହଜାର ୬୪୭ ପକ୍ଷୀ ଆସିଛନ୍ତି। ସେହିପରି ଆଠଗଡ଼ ବନଖଣ୍ଡର ୫ଟି ରେଞ୍ଜରେ ୧୯ହଜାରରୁ ଅଧିକ ପକ୍ଷୀ ଆସିଛନ୍ତି। ନରସିଂହପୁର ଇଷ୍ଟକୁ ୨୩୪୧, ୱେଷ୍ଟକୁ ୨ହଜାର, ଖୁଣ୍ଟୁଣୀକୁ ୫୬୭୮, ଆଠଗଡ଼କୁ ୮ହଜାର, ବଡମ୍ବାକୁ ୧୨୨୪ଟି ପକ୍ଷୀ ଆସିଥିବା ଜଣାପଡିଛି। ପାଣିକୁଆ, କାଣ୍ଟିବଗ, ଗେଣ୍ଡାଳିଆ, ହଂସରାଳି, କେଶରପାଣ୍ଡିଆ, କ୍ୟାଟେଲ ଇଗ୍ରେଟ୍‌, ଲିଟିଲ୍‌ ଇଗ୍ରେଟ୍‌, ଇଣ୍ଟର ମିଡିଏଟ୍‌ ଇଗ୍ରେଟ୍‌ ବଗ ଜାତୀୟ, ବଡ଼ବଗ, ଚକୁଆ, ଡାହୁକ, ପାଣିକୁଆ, ମାଛରଙ୍କା, ଟେଁଟେଇଁ ଆଦି ବିଭିନ୍ନ ପକ୍ଷୀ ଥିବା ଗଣନାରୁ ଜଣାପଡିଛି।

Share Now:

Kalinga News Beuro

Next Post

ରାଜ୍ୟରେ ୨୪ ଘଣ୍ଟାରେ ୩୬୭୯ ପଜିଟିଭ୍ ଚିହ୍ନଟ : ୩୮୪ ଜଣ ଶିଶୁ ଓ କିଶୋର ସଂକ୍ରମିତ

Sat Jan 8 , 2022
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଆକ୍ରାନ୍ତ ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୧୪୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୧୫୩୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୩୮୪ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ […]
ତିନିହଜାର ଟପିଲା କରୋନା ସଂକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial