ଭୟଙ୍କର ବିସ୍ଫୋରଣ ପରେ ତାରକାଗୁଣ୍ଡ ପାଲଟିଗଲା ସୂର୍ଯ୍ୟଠାରୁ ୧୦ ଗୁଣ ବଡ଼ ଲାଲ୍‌ ତାରା

ସୂର୍ଯ୍ୟଠାରୁ ୧୦ ଗୁଣ ବଡ଼ ଲାଲ୍‌ ତାରା

ନୂଆଦିଲ୍ଲୀ: ସୂର୍ଯ୍ୟଠାରୁ ୧୦ ଗୁଣ ବଡ଼ ତାରାଟିଏ ଫାଟି ଯାଇ ‘ସୁପର୍‌ନୋଭା’ (ଅତି ଉଜ୍ଜ୍ବଳ ନକ୍ଷତ୍ର) ପାଲଟିଥିବା ଦୃଶ୍ୟ ପ୍ରଥମ କରି ଜ୍ୟୋତିର୍ବିଜ୍ଞାନୀମାନେ ଦେଖିଛନ୍ତି। ବର୍କେଲିସ୍ଥିତ ‘ନର୍ଥୱେଷ୍ଟର୍ଣ୍ଣ ୟୁନିଭର୍ସିଟି’ ଏବଂ ‘ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆ’ର ଗବେଷକମାନେ ଧ୍ବଂସାଭିମୁଖୀ ଉକ୍ତ ବୃହଦ୍‌କାୟ ଲାଲ୍‌ ତାରାର ଶେଷ ୧୩୦ ଦିନ ଦେଖିଥିଲେ। ଲାଲ୍‌ ରଙ୍ଗର ବୃହଦ୍‌କାୟ ତାରାଗୁଡ଼ିକ ଶେଷ ଅବସ୍ଥା ବେଳକୁ ସାଧାରଣତଃ ନିଷ୍କ୍ରିୟ ହୋଇପଡ଼ନ୍ତି ବୋଲି ଜ୍ୟୋତିର୍ବିଜ୍ଞାନୀଙ୍କର ଧାରଣା ଥିଲା। କିନ୍ତୁ, ସେ ସବୁ ଯେ, ଅତି ଭୟଙ୍କର ଭାବେ ବିସ୍ଫୋରିତ ହୁଅନ୍ତି ବା ଉଜ୍ଜ୍ବଳ ନକ୍ଷତ୍ରଗୁଣ୍ଡ ପାଲଟି ଯାଆନ୍ତି, ତାହା ସେମାନେ ଜାଣି ନ ଥିଲେ। ଅଭ୍ୟନ୍ତରୀଣ ପରିବର୍ତ୍ତନ ଯୋଗୁଁ କେତେକ ଲାଲ୍‌ ତାରକାଙ୍କର ଏଭଳି ପରିଣତି ହେଉଛି ବୋଲି ସେମାନେ କହୁଛନ୍ତି। ଉକ୍ତ ବିଧ୍ବସ୍ତ ତାରାକୁ ୨୦୨୦ରେ ପ୍ରଥମେ ମାଉଇସ୍ଥିତ ହେଲିକାଲ୍‌ରେ ‘ୟୁନିଭର୍ସିଟି ଅଫ୍‌ ହାୱାଇ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍ ଆଷ୍ଟ୍ରୋନମି ପାନ୍‌-ଷ୍ଟାର୍‌ର୍ସ’ ପ୍ରଥମେ ଚିହ୍ନଟ କରିଥି‌ଲା। ବୃହଦ୍‌କାୟ ଲାଲ୍‌ ପିଣ୍ଡରୁ ବ୍ୟାପକ ପରିମାଣର ଆଲୋକ ପ୍ରତିଫଳନ ହେବା ଯୋଗୁଁ ସେହି ତାରକାଟିକୁ ଚିହ୍ନଟ କରାଯାଇ ପାରିଥିଲା। ଏହାର ମାସକ ପରେ ତାହା ‘ସୁପର୍‌ନୋଭା’ ପାଲଟି ଆକାଶକୁ ଆଲୋକିତ କରିଥିଲା। ଜ୍ୟୋତିର୍ବିଜ୍ଞାନୀମାନେ ଏହି ଦୃଶ୍ୟର ଫଟୋ ଉତ୍ତୋଳନ କରି ବିସ୍ଫୋରଣର ନାଁ ଦେଇଛନ୍ତି ‘ସୁପର୍‌ନୋଭା ୨୦୨୦ଟିଏଲ୍‌ଏଫ୍‌’। ଏଥିପାଇଁ ସେମାନେ ହାୱାଇର ମୌନାକିଆରେ ଥିବା ‘ଡବ୍ଲୁଏମ୍‌ କେକ୍‌ ଅବର୍ଜର୍‌ଭେଟରି’ର ‘ଲୋ-ରିଜୋଲ୍ୟୁସନ୍‌ ସ୍ପେକ୍ଟ୍ରୋମିଟର୍‌’ ବ୍ୟବହାର କରି ସେହି ତାରକା ବିସ୍ଫୋରଣ ପରେ ତା’ ଚାରିପଟେ ବଳୟ ପରି ବେଢ଼ିଥିବା ଅତି ଉଜ୍ଜ୍ବଳ ବହଳ ତାରକାଗୁଣ୍ଡ ଦେଖିଥିଲେ। ଏହି ଗବେଷଣା ପତ୍ରର ରଚୟିତା ରାଫେଲା ମାର୍ଗଟି କହନ୍ତି, ଘଟଣାଟି ଥିଲା ‘ଟିକ୍ ଟିକ୍’ କରୁଥିବା ଟାଇମ୍‌ ବମ୍‌କୁ ଦେଖିବା ପରି। ମରଣାଭିମୁଖୀ ବୃହଦ୍‌କାୟ ଲାଲ୍‌ ତାରକା ଏଭଳି ଭୟାନକ ଭାବେ ଫାଟିବା ଏବଂ ଏତେ ଆଲୋକ ବିଛୁରିତ କରିବା ଆମେ କେଭେ ଜାଣି ନ ଥିଲୁ।

Share Now:

Kalinga News Beuro

Next Post

ବାହାର ଜିଲ୍ଲା ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

Sat Jan 8 , 2022
ପୁରୀ : କୋଭିଡ୍‌ ସଂକ୍ରମଣ ବଢ଼ିବା ପରେ ବାହାର ଜିଲ୍ଲା ଲୋକଙ୍କୁ ସ୍ବର୍ଗଦ୍ବାର ବାରଣ କରାଯାଇଛି। ବାହାର ଜିଲ୍ଲାର ଲୋକେ ଆଉ ସ୍ବର୍ଗଦ୍ବାରରେ ଶବଦାହ କରିପାରିବେନି। ଏହି କଟକଣା ଆସନ୍ତା ୧୦ ତାରିଖରୁ ଲାଗୁ ହେବାକୁ ଯାଉଛି। କେବଳ ଜିଲ୍ଲା ଭିତର ଲୋକେ ସ୍ବର୍ଗଦ୍ବାରରେ ଶବଦାହ କରିପାରିବେ। କିନ୍ତୁ ଶବଦାହ ପୂର୍ବରୁ ମୃତକ କୋଭିଡ୍‌ ଆକ୍ରାନ୍ତ କି ନୁହେଁ, ତାହାର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଆଜି ସ୍ବର୍ଗଦ୍ବାର ପରିଚାଳନା କମିଟି […]
ବାହାର ଜିଲ୍ଲା ଲୋକଙ୍କୁ ସ୍ୱର୍ଗଦ୍ୱାର ମନା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial