କୋଭିଡ ହସ୍‌ପିଟାଲରେ ଜଣେ ବି ରୋଗୀ ଯେପରି ଚିକିତ୍ସା ଅବହେଳାର ଶିକାର ନ ହୁଅନ୍ତି : ମୁଖ୍ୟ ଶାସନ ସଚିବ

ମୁଖ୍ୟ ଶାସନ ସଚିବଙ୍କ ତାଗିଦ୍‌

ଓମିକ୍ରନ୍ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାଗୁଡ଼ିକ ପ୍ରସ୍ତୁତ

ଭୁବନେଶ୍ବର: ଜିଲ୍ଲା ଗୁଡ଼ିକ ଓମିକ୍ରନ୍‌ ପରିସ୍ଥିତି ଓ କରୋନା ସଂକ୍ରମିତ ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି। କରୋନାର ନୂଆ ଲହର ତଥା କୋଭିଡ ସ୍ଥିତି ନେଇ ଆଜି ଲୋକସଭା ଭବନରୁ ଭର୍ଚୁଆଲ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ସେ ପ୍ରାଥମିକ ସ୍ତରରେ ଡାକ୍ତର ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଖୁବଶୀଘ୍ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ଯୁଦ୍ଧକାଳୀନ ଭିତରେ କରୋନା ଟିକାର ୩ୟ ଡୋଜ ଦିଆଯାଉ। ଏଥି ସହିତ ଜିଲ୍ଲାପାଳ ମାନେ କୋଭିଡ ହସ୍‌ପିଟାଲ ବୁଲି ତଦାରଖ କରିବାକୁ ନିର୍ଦ୍ଦେଶ ହୋଇଛି। ଜିଲ୍ଲାପାଳ ମାନେ ହସ୍‌ପିଟାଲରେ ଉନ୍ନତ ଚିକିତ୍ସା ପାଇଁ ଅତ୍ୟାବଶ୍ୟକ ବ୍ୟବସ୍ଥା କରିବେ। କୋଭିଡ ହସ୍‌ପିଟାଲରେ ଜଣେ ବି ରୋଗୀ ଯେପରି ଚିକିତ୍ସା ଅବହେଳାର ଶିକାର ନ ହୁଅନ୍ତି ସେ ନେଇ ମୁଖ୍ୟ ଶାସନ ସଚିବ କଡା ତାଗିଦ୍‌ କରିଛନ୍ତି। ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କୁ ବୁଷ୍ଟର ଡୋଜ୍‌ ଦିଆଯିବା ସରକାରଙ୍କ ପ୍ରାଥମିକତା ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ସେହିପରି ସେ କୋଭିଡ ହସ୍‌ପିଟାଲ ଓ କୋଭିଡ କେୟାର ସେଣ୍ଟରକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଡାକ୍ତରଖାନା ଗୁଡ଼ିକରେ ପରିବାର ଲୋକଙ୍କ ଯୋଗାଯୋଗ ପାଇଁ ‌ହେଲ୍‌ପ ଡେସ୍କ ରଖାଯିବ। ଏହି ହେଲ୍ପ ଡେକ୍ସ ମାଧ୍ୟମରେ ରୋଗୀଙ୍କ ପରିବାରକୁ ସୂଚନା ପ୍ରଦାନ କରାଯିବ। ପରିବାର ଲୋକେ ମଧ୍ୟ ରୋଗୀର ସ୍ଥିତି ସଂପର୍କରେ ପ୍ରତିଦିନ ଅବଗତ ହୋଇପାରିବେ। ଡାକ୍ତରଖାନାରେ ରୋଗୀ ଯେପରି କୌଣସି ଅସୁବିଧାର ସାମ୍ନା ନ କରନ୍ତି, ଏଥି ପ୍ରତି ନଜର ଦେବାକୁ ପଡ଼ିବ। ସମସ୍ତେ ସ୍ନେହ ଓ ଶ୍ରଦ୍ଧାର ସହିତ ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବେ।
କରୋନାର ୩ୟ ଲହରକୁ ଦୃଷ୍ଟିରେ ରଖି ରାଜ୍ୟରେ ବର୍ତ୍ତମାନ ସୁଧା ୭୮୮୧ ଅକ୍ସିଜେନ ବେଡ ପ୍ରସ୍ତୁତ ଅଛି। ସେହିପରି ୨୦୨୪ ଆଇସିୟୁ ବେଡ, ଶିଶୁଙ୍କ ପାଇଁ ୧୦୦୦ ବେଡ ଓ ୮୭୪ ଭେଣ୍ଟିଲେଟର ବେଡ ପ୍ରସ୍ତୁତ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ୯୭ ପ୍ରତିଶତ କରୋନା ରୋଗୀ ଘରେ ଚିକିତ୍ସିତ ହେଉଛନ୍ତି। ମାତ୍ର ୩ ପ୍ରତିଶତ ରୋଗୀ ଘରେ ଚିକିତ୍ସିତ ହେଉଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକରେ ଅତିରିକ୍ତ ସ୍ବାସ୍ଥ୍ୟ ସଚିବ ରାଜକୁମାର ଶର୍ମା, ଉନ୍ନୟନ କମିସନର ପ୍ରଦୀପ ଜେନା, ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ଡାକ୍ତର ଉମାକାନ୍ତ ଶତପଥୀ, ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Share Now:

Kalinga News Beuro

Next Post

ରାଜଧାନୀର ପୁଣି ଦୁଇଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍

Sun Jan 9 , 2022
ଭୁବନେଶ୍ୱର: ରାଜଧାନୀର ପୁଣି ଦୁଇଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଆଜି ଭୁବନେଶ୍ୱର ମହାନଗର ନିଗମର ଝାରପଡ଼ା ଅଞ୍ଚଳରେ ଦୁଇଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି ବିଏମସି। ମିଳିଥିବା ସୂଚନା ଅନୁଯାୟୀ, ଝାରପଡ଼ାର ଜଗନ୍ନାଥ ଆଭେନ୍ୟୁ ଓ ବାଲାଜୀ କଂପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି ଅଞ୍ଚଳରୁ କୌଣସି ଲୋକ ବାହାରକୁ ଯାଇପାରିବେ ନାହିଁ କିମ୍ବା ବାହାରୁ ମଧ୍ୟ କେହି ପ୍ରବେଶ କରିପାରିବେ ନାହିଁ ବୋଲି ବିଏମସି […]
ରାଜଧାନୀର ପୁଣି ଦୁଇଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial