ଭରତପୁର ତାରିଣୀ ବସ୍ତିରେ ଯୁବତୀଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ତାରିଣୀ ବସ୍ତିରେ ଯୁବତୀଙ୍କ ମୃତଦେହ

ଭୁବନେଶ୍ବର : ଭୁବନେଶ୍ବର ଉପକଣ୍ଠ ଭରତପୁରରେ ଜଣେ ଯୁବତୀଙ୍କ ମୃତଦେହ ଜବତ ହୋଇଛି। ଉକ୍ତ ଯୁବତୀଙ୍କୁ ହତ୍ୟା କରି ଫିଙ୍ଗି ଥିବା ସନ୍ଦେହ କରାଯାଉଛି। ଭୋଜି ଭାତ କରି ଯୁବତୀଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଫରେନସିକ ଟିମ ଏବଂ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚିଛନ୍ତି। ମୃତା ଯୁବତୀ ଜଣକ ସୁରେଖା ପଲେଇ ଓ ସେ ବ୍ରହ୍ମଗିରି ଅଞ୍ଚଳର ବୋଲି ଜଣାପଡ଼ିଛି। ତାଙ୍କ ମୃତଦେହ ନିକଟରୁ ୨ ଟି ମୋବାଇଲ ଜବତ କରିଛି ପୁଲିସ। ଗତକାଲି ରାତିରେ ଯୁବତୀ ଙ୍କ ସହ କିଛି ଯୁବକ ଭୋଜି କରିଥିଲେ। ଯୁବତୀଙ୍କ ମୃତ୍ୟ ପରେ ମର ଶରୀରକୁ ଅନ୍ୟ ଏକ ଘରେ ପକାଇ ହତ୍ୟାକରୀମାନେ ଫେରାର ହୋଇଯାଇଥିଲେ। ଯୁବତୀଙ୍କ ବେକରେ ଦାଗ ରହିଛି ତାଙ୍କୁ ହତ୍ୟା କରାଯାଇଛି କିମ୍ବା ସେ ଆତ୍ମହତ୍ୟା କରିଛନ୍ତି ତାହା ସନ୍ଦେହ ଘେରରେ ରହିଛି।

Share Now:

Kalinga News Beuro

Next Post

ନୀରଜ ଚୋପ୍ରାଙ୍କ ସମ୍ମାନରେ ଗାଁରେ ତିଆରି ହେଲା ଗୋଲଡେନ ପୋଷ୍ଟ ବକ୍ସ

Mon Jan 10 , 2022
ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ସ୍ୱର୍ଣ୍ଣ ପଦକ ଜିତି ଦେଶର ନାମ ରଖିଥିବା ନୀରଜ ଚୋପ୍ରାଙ୍କୁ ସ୍ବତନ୍ତ୍ର ସମ୍ମାନରେ ସମ୍ମାନୀତ କରିଛି ଭାରତୀୟ ଡାକ ବିଭାଗ। ହରିୟାଣାର ପାନିପତରେ ଥିବା ନୀରଜ ଚୋପ୍ରାଙ୍କ ଗାଁରେ ଏକ ସୁନେଲି ରଙ୍ଗର ପୋଷ୍ଟ ବକ୍ସ ଲଗାଇଛି। ଏହି ପୋଷ୍ଟବକ୍ସରେ ନୀରଜଙ୍କ ନାମ ମଧ୍ୟ ଲେଖାଯାଇଛି। ସୋସିଆଲ ମିଡିଆରେ ଏହି ପୋଷ୍ଟ ବକ୍ସର ଫଟୋ ଭାଇରାଲ ହେବାରେ ଲାଗିଛି। ଯାହା ଏବେ ଚର୍ଚ୍ଚାର ପରିସରକୁ […]
ଗୋଲଡେନ ପୋଷ୍ଟ ବକ୍ସ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial