ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୨ଟି ଶିଳ୍ପ ପ୍ରକଳ୍ପ ଉଦଘାଟିତ : ୧୧ଟିର ଶିଳାନ୍ୟାସ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ-4

ଭୁବନେଶ୍ବର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଶିଳ୍ପ ପ୍ରକଳ୍ପର ଉଦଘାଟନ କରିଥିବାବେଳେ ୧୧ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏସବୁ ପ୍ରକଳ୍ପରେ ମୋଟ ୨୩୫୯ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଥିବାବେଳେ ୩୨୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଉଦଘାଟିତ ହୋଇଥିବା ୨ଟି ଶିଳ୍ପ ପ୍ରକଳ୍ପ ହେଲା ଯାଜପୁର କଳିଙ୍ଗନଗରସ୍ଥିତ ୧.୫ ନିୟୁତ ଟନ କ୍ଷମତା ବିଶିଷ୍ଟ ସିମେଣ୍ଟ ଗ୍ରିଣ୍ଡିଂ ୟୁନିଟ ଓ ବଲାଙ୍ଗୀରଠାରେ ସ୍ବସ୍ତି ଇକୋଓ୍ବେୟାରପକ୍ଷରୁ ନିର୍ମିତ ବାୟୋଡିଗ୍ରେଡେବଲ ଟେବୁଲଓ୍ବେୟାର କାରଖାନା। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ୧୧ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଗୁଡ଼ିକରେ ମୋଟ ୧୯୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଆସିବ। ମୋଟ ୧୩ ଟି ଶିଳ୍ପ ପ୍ରକଳ୍ପ ମଧ୍ୟରେ ରହିଛି ଗୋଟିଏ ଲଜିଷ୍ଟିକ୍ ପାର୍କ, ୩ଟି ଇଥାନଲ୍ ପ୍ଲାଣ୍ଟ, ଗୋଟିଏ ଇସ୍ପାତ ପ୍ରକଳ୍ପର ସଂପ୍ରସାରଣ, ଏକ ସିମେଣ୍ଟ ଉତ୍ପାଦନ ୟୁନିଟ୍ ଏବଂ ଅନ୍ୟମାନଙ୍କ ମଧ୍ୟରେ ଏକ ୫-ତାରକା ରିସର୍ଟ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପଗୁଡିକରେ ନିବେଶ କରୁଥିବା କେତେକ ଅଗ୍ରଣୀ କମ୍ପାନୀ ମଧ୍ୟରେ ଟାଟା ଷ୍ଟିଲ୍, ସ୍ବସ୍ତି ପ୍ରିମିୟମ୍, ଗ୍ରିଣ୍ଟେକ୍ ବାୟୋଏନର୍ଜି ଏବଂ କୋଷ୍ଟାଲ୍ ବାୟୋଟେକ୍ ଅନ୍ତର୍ଭୁକ୍ତ। ଅନ୍ୟପକ୍ଷରେ ଯୋଡ଼ାଠାରେ ଥିବା ଟାଟା ଷ୍ଟିଲର ଲୁହାପଥର ବେନିଫିସିଏସନ ପ୍ଲାଣ୍ଟର କ୍ଷମତାକୁ ୧୨ ନିୟୁତ ଟନରୁ ୧୭.୬ ନିୟୁତ ଟନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ରହିଛି। ଏହି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ପ୍ରକଳ୍ପରେ ଟାଟା ୯୪୬ କୋଟି ନିବେଶ କରିବ ଓ ଏଥିରେ ୮୦୩ ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Share Now:

Kalinga News Beuro

Next Post

ଗାଧୁଆଘରେ ଛାତ୍ରୀଙ୍କୁ ଦୁଷ୍କର୍ମ : ଶିକ୍ଷକ ଗିରଫ

Mon Jan 10 , 2022
ନୂଆଦିଲ୍ଲୀ: ରାଜସ୍ଥାନର ଯୋଧପୁରର ଏକ ଘରୋଇ ବିଦ୍ୟାଳୟର ଶିକ୍ଷକ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ପୁଲିସ ଉକ୍ତ ଶିକ୍ଷକଙ୍କୁ ଗିରଫ କରିଛି। ଏହି ଘଟଣାରେ ଶିକ୍ଷକଙ୍କ ସହ ସାମିଲ ଥିବା ଅନ୍ୟ ତିନିଜଣ ଯୁବକଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ନାବାଳିକାଙ୍କ କହିବା ଅନୁଯାୟୀ, ଗତ ତିନି ବର୍ଷ ଧରି ଅଭିଯୁକ୍ତ ଶିକ୍ଷକ ତାଙ୍କୁ ଧମକ ଦେଇ ଦୁଷ୍କର୍ମ କରି […]
ଦୁଷ୍କର୍ମ କରିବା ଶିକ୍ଷକଙ୍କୁ ମହଙ୍ଗା ପଡ଼ିଲା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial