ସତ୍‌ସଙ୍ଗବିହାର ଛକରେ ପୁଣି ଦୁର୍ଘଟଣା: ଗାଡ଼ି ଧକ୍କାରେ ୨ ମୃତ

ସତ୍‌ସଙ୍ଗବିହାର ଛକରେ ଦୁର୍ଘଟଣା

ଭୁବନେଶ୍ୱର: ଭୁବନେଶ୍ବର-କଟକ ଜାତୀୟ ରାଜପଥର ସତ୍‌ସଙ୍ଗବିହାର ନିକଟ ଫ୍ଲାଏଓଭର୍‌ରେ ଆଜି ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା‌ରେ ୨ଜଣ ଯୁବକ ପ୍ରାଣ ହରାଇଛନ୍ତି। ଦୁଇ ମୃତକଙ୍କ ମଧ୍ୟରୁ ଜଣଙ୍କ ନାମ ଅର୍ମାନ୍‌ ଖାନ୍‌ ଓରଫ୍‌ ପପୁ ବୋଲି ଜଣାପଡ଼ିଛି। ଅନ୍ୟଜଣଙ୍କର ନାଁ ଜଣା ପଡ଼ିନାହିଁ। ଉଭୟଙ୍କ ଘର ରାଉରକେଲାରେ। ଏଠାରେ ସାଲିଆସାହିରେ ରୁହନ୍ତି। ଆଜି ସଂଧ୍ୟା ପ୍ରାୟ ୬ଟା ୧୫ରେ ଉଭୟ ଏକ ବାଇକ୍‌‌‌‌ରେ ରସୁଲଗଡ଼ରୁ ସାଲିଆସାହି ଫେରୁଥିବା ବେଳେ ଏହି ଅଘଟଣ ଘଟିଛି। ସେମାନେ ସତ୍‌ସଙ୍ଗବିହାର ନିକଟ ଫ୍ଲାଏଓଭର୍‌ରେ ଯାଉଥିବା ବେଳେ ପଛପଟୁ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ସାମୟିକ ଉତ୍ତେଜନା ପ୍ରକାଶ ପାଇବା ସହ ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ଉପୁଜିଥିଲା। ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ଲୋକଙ୍କୁ ବୁଝାସୁଝା କରି ଟ୍ରାଫିକ୍‌ ସ୍ବାଭାବିକ କରାଇଥିଲା। ପରେ ମୃତକଦ୍ବୟଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କ ପରିବାରଲୋକଙ୍କୁ ଖବର ଦେଇଛି। ଆସନ୍ତାକାଲି ଉଭୟଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ୍‌ କହିଛି। ଅପରପକ୍ଷେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଜଣାଯାଇଛି। ଏ ସଂପର୍କରେ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

Share Now:

Kalinga News Beuro

Next Post

କାମ କରୁଛି ତ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ?

Mon Jan 10 , 2022
ଭୁବନେଶ୍ୱର: ରାଜଧାନୀ ଛାତି ଉପରେ ଆଜି ଦୁଇଟି ଅମୂଲ୍ୟ ଜୀବନ ଅକାଳରେ ଝଡ଼ି ପଡ଼ିଲା। ସତ୍‌ସଙ୍ଗ ନିକଟ ଫ୍ଲାଏଓଭର୍‌ରେ ଏକ ଅଜଣା ଗାଡ଼ି ପଛରୁ ଧକ୍କା ଦେବାରୁ ଘଟଣାସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଲା। କିନ୍ତୁ ଏହି ଅଘଟଣକୁ ବେଶ୍‌ କିଛି ସମୟ ବିତିଯିବା ପରେ ମଧ୍ୟ ଦୁର୍ଘଟଣା ଘଟାଇଥିବା ଗାଡ଼ି ସଂପର୍କରେ ପୁଲିସ୍‌ ପାଖରେ କୌଣସି ତଥ୍ୟ ନାହିଁ। ଏପରିକି କି’ ପ୍ରକାର ଗାଡ଼ି ଧକ୍କା ଦେଲା, ତା’ ବି […]
କାମ କରୁଛି ତ ସିସିଟିଭି
Social media & sharing icons powered by UltimatelySocial