ପଞ୍ଚାୟତ ନିର୍ବାଚନ ଲାଗି କି କି କଟକଣା ?

ପଞ୍ଚାୟତ ନିର୍ବାଚନ ଲାଗି କି କି କଟକଣା

ଭୁବନେଶ୍ୱର: ଆଜି ରାଜ୍ୟ ନିର୍ବାଚନ କମିସନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ୫ଟି ପର୍ଯ୍ୟାୟରେ ହେବ ପଞ୍ଚାୟତ ନିର୍ବାଚନ। କୋଭିଡ୍ କଟକଣାରେ ହେବ ପଞ୍ଚାୟତ ନିର୍ବାଚନ। ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ। ବିନା ରାଲି ଓ ବିନା ରୋଡ୍ ସୋ’ରେ ହେବ ପଞ୍ଚାୟତ ନିର୍ବାଚନ। କୌଣସି ରାଲିକୁ ଅନୁମତି ମିଳିବ ନାହିଁ। ନିର୍ବାଚନୀ ସଭା ମଧ୍ୟ କରି ହେବ ନାହିଁ। ଭର୍ଚୁଆଲ ଓ ଡିଜିଟାଲ ପ୍ଲାଟଫର୍ମରେ ପ୍ରାର୍ଥୀ ପ୍ରଚାର କରିବେ। ବିଜୟ ଶୋଭାଯାତ୍ରା ଉପରେ ମଧ୍ୟ କଟକଣା ଲାଗିଛି। ୫ ଜଣଙ୍କୁକୁ ନେଇ ପ୍ରାର୍ଥୀ ଘରକୁ ଘର ଯାଇ ପ୍ରଚାର କରିପାରିବେ। ଟିକା ଓ ନେଗେଟିଭ ରିପୋର୍ଟ ଥିଲେ ହିଁ ଭୋଟ ଦାନ କେନ୍ଦ୍ରକୁ ପ୍ରବେଶ ଅନୁମତି ମିଳିବ। କଟକଣା ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ କୋଭିଡ ପଜିଟିଭ ଚିହ୍ନଟ ଲୋକେ ଶେଷ ଘଣ୍ଟାକ ଭିତରେ ମନଦାନ ଅଧିକାର ସାବ୍ୟସ୍ତ କରିପାରିବେ। ପରିସ୍ଥିତି ସୁଧୁରିଲେ କଟକଣା କୋହଳ ହୋଇପାରେ ବୋଲି ନିର୍ବାଚନ କମିସନ କହିଛନ୍ତି।

Share Now:

Kalinga News Beuro

Next Post

ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଲାଗି କଟକଣା ଜାରି କଲେ ରାଜ୍ୟ ସରକାର

Tue Jan 11 , 2022
ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଲାଗି କଟକଣା ଜାରି କରିଛନ୍ତି। ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ ଭିଡ଼ ଜମାଇଥାନ୍ତି। ସେମାନେ ବୁଡ଼ ପକାଇଥାନ୍ତି। ହେଲେ ଏଥର ଏସବୁକୁ ବାରଣ କରାଯାଇଛି। ଏହାଛଡ଼ା ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାକୁ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଳନ କରିବାକୁ […]
ମକର ସଂକ୍ରାନ୍ତି ଓ ପୋଙ୍ଗଲ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial