ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଲାଗି କଟକଣା ଜାରି କଲେ ରାଜ୍ୟ ସରକାର

ମକର ସଂକ୍ରାନ୍ତି ଓ ପୋଙ୍ଗଲ

ଭୁବନେଶ୍ବର: କୋଭିଡ ସଂକ୍ରମଣକୁ ଆଖିରେ ରଖି ରାଜ୍ୟ ସରକାର ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ଲାଗି କଟକଣା ଜାରି କରିଛନ୍ତି। ସାଧାରଣତଃ ଏହି ଅବସରରେ ଶ୍ରଦ୍ଧାଳୁମାନେ ନଦୀ, ପୁଷ୍କରିଣୀ ଆଦି ନିକଟରେ ଭିଡ଼ ଜମାଇଥାନ୍ତି। ସେମାନେ ବୁଡ଼ ପକାଇଥାନ୍ତି। ହେଲେ ଏଥର ଏସବୁକୁ ବାରଣ କରାଯାଇଛି। ଏହାଛଡ଼ା ମନ୍ଦିରରେ ସର୍ବସାଧାରଣଙ୍କ ପୂଜାର୍ଚ୍ଚନାକୁ ବାରଣ କରାଯାଇଛି। ସମସ୍ତଙ୍କୁ ଘରେ ରହି ମକର ସଂକ୍ରାନ୍ତି ଓ ପୋଙ୍ଗଲ ପର୍ବ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ମକର ମେଳାର ଆୟୋଜନକୁ ବି ବାରଣ କରାଯାଇଛି। ଏଥିରେ ଅବହେଳା ବା ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଏନେଇ ସବୁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ପୌର କମିସନର ଓ କଟକ-ଭୁବନେଶ୍ବର ଟୁଇନସିଟି ପୁଲିସ କମିସନରଙ୍କୁ ସୂଚିତ କରାଯାଇଛି।

Share Now:

Kalinga News Beuro

Next Post

ଧୂଳିରେ ଅଣନିଃଶ୍ବାସୀ ମଞ୍ଚେଶ୍ବରବାସୀ : ବିଭିନ୍ନ ରୋଗର ଶିକାର ହେଉଛନ୍ତି ସ୍ଥାନୀୟ ଲୋକ

Tue Jan 11 , 2022
ଚନ୍ଦ୍ରଶେଖରପୁର : ମଞ୍ଚେଶ୍ବର ରେଳ ଷ୍ଟେସନ୍ ନିକଟ ରଙ୍ଗମାଟିଆ, ଭୋଟପଡ଼ା ଓ ଆଖପାଖ ବସ୍ତି ବର୍ଷ ସାରା ଧୂଳି ଚାଦରରେ ଘୋଡ଼େଇ ହୋଇ ରହୁଛି। ବର୍ଷାକାଳର କିଛି ଦିନକୁ ବାଦ୍‌ ଦେଲେ ଅନ୍ୟ ସବୁ ସମୟରେ ସିମେଣ୍ଟ ଓ ରାସ୍ତା ଧୂଳି ସ୍ଥାନୀୟ ଲୋ‌କଙ୍କୁ ଅଣନିଃଶ୍ବାସୀ କରି ପକାଉଥିବା ଅଭିଯୋଗ ହେଉଛି। ସିମେଣ୍ଟ ଡିପୋ ଓ ବର୍ଷ ବର୍ଷର ଅସଜଡ଼ା ରାସ୍ତା ପାଇଁ ଉଡ଼ୁଥିବା ଧୂଳିରେ ଆକ୍ରାନ୍ତ ହୋଇ ବହୁ […]
ଧୂଳିରେ ଅଣନିଃଶ୍ବାସୀ ମଞ୍ଚେଶ୍ବର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial