ଆଳି ଓ ଡେରାବିଶରୁ ଆରମ୍ଭ ,ମହାକାଳପଡ଼ାରେ ଶେଷ ହେବ ପଞ୍ଚାୟତ ନିର୍ବାଚନ

ଆଳି ଓ ଡେରାବିଶରୁ ଆରମ୍ଭ

କେନ୍ଦ୍ରାପଡା: ଚଳିତ ପଞ୍ଚାୟତ ନିର୍ବାଚନ ନିମନ୍ତେ ଗତକାଲି ତାରିଖ ଘୋଷଣା ହୋଇଛି। ପାଞ୍ଚଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ନିର୍ବାଚନ ଫେବ୍ରୁଆରି ୧୬ରୁ ଆରମ୍ଭ ହୋଇ ୨୪ତାରିଖରେ ଶେଷ ହେବ। କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୧୧ଲକ୍ଷ ୪୭ହଜାର ୩୩୦ ଭୋଟର ୩୨ଟି ଜିଲ୍ଲା ପରିଷଦ ଜୋନର ପ୍ରାର୍ଥୀଙ୍କ ସମେତ ୨୪୯ଟି ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଏବଂ ୧୪୩୬ଟି ୱାଡର ୱାର୍ଡସଭ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଆଳି ଓ ଡେରାବିଶ ବ୍ଲକ୍‌ରୁ ଆରମ୍ଭ ହୋଇ ମହାକାଳପଡ଼ାରେ ପଞ୍ଚମ ପର୍ଯ୍ୟାୟ ୨୪ରେ ଶେଷ ହେବ। ଆଜି ତାରିଖ ଘୋଷଣା ପରେ ପଂଚାୟତ ସ୍ତରରେ ରାଜ‌ୈନତିକ ମାହୋଲ ସରଗରମ ହୋଇଉଠିଥିବା ବେଳେ ଆଶାୟୀମାନେ ସେମାନଙ୍କ ପ୍ରସ୍ତୁତି ଆହୁରି ଜୋର୍ କରି ଦେଇଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ସମୁଦାୟ ୯ଟି ବ୍ଲକରେ ରହିଛି ୩୨ଟି ଜିଲ୍ଲା ପରିଷଦ ଜୋନ। ସେଥିମଧ୍ୟରୁ କେନ୍ଦ୍ରାପଡ଼ା ବ୍ଲକ୍‌ରେ ୪ଟି ଜୋନ୍‌ ଥିବା ବେଳେ ଆଳିରେ ୪ଟି, ପଟ୍ଟାମୁଣ୍ତାଇରେ ୪, ମହାକାଳପଡାରେ ୫, ମାର୍ଶାଘାଇରେ ୩, ଡେରାବିଶରେ ୩ଟି, ରାଜକନିକାରେ ୩, ରାଜନଗରରେ ୩ ଏବଂ ଗରଦପୁର ବ୍ଲକରେ ୩ଟି ଜୋନ ରହିଛି। ଜିଲ୍ଲାରେ ପଞ୍ଚାୟତ ଭୋଟ୍‌ ଆଳି ଓ ଡେରାବିଶ ବ୍ଲକ୍‌ରୁ ଆରମ୍ଭ ହେବ। ଫେବୃଆରି ୧୬ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଆଳି ବ୍ଲକର ୪ଟି ଜିଲ୍ଲା ପରିଷଦ ଜୋନ ଏବଂ ଡେରାବିଶ ବ୍ଲକର ୩ଟି ଜୋନରେ ହେବାକୁ ଥିବା ବେଳେ ରାଜକନିକା ବ୍ଲକର ୩ଟି ଏବଂ ମାର୍ଶାଘାଇ ବ୍ଲକର ୩ଟି ଜୋନରେ ଫେବୃଆରି ୧୮ତାରିଖ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍‌ ପଡ଼ିବ। ସେହିପରି ତୃତୀୟ ପର୍ଯ୍ୟାୟରେ ପଟ୍ଟାମୁଣ୍ତାଇ ବ୍ଲକର ୪ଟି ଏବଂ ରାଜନଗର ବ୍ଲକର ୩ଟି ଜୋନରେ ଫେବୃଆରି ୨୦ତାରିଖରେ ଭୋଟ୍ ହେବାକୁ ଥିବା ବେଳେ ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡା ବ୍ଲକର ୪ଟି ଜୋନ ଏବଂ ଗରଦପୁର ବ୍ଲକର ୩ଟି ଜୋନରେ ଫେବୃଆରି ୨୨ତାରିଖରେ ଏବଂ ୨୪ତାରିଖ ପ‌ଞ୍ଚମ ପର୍ଯ୍ୟାୟରେ ମହାକାଳପଡା ବ୍ଲକର ୫ଟି ଜୋନରେ ଭୋଟ ହେବ। ଜିଲ୍ଲାର ମହାକାଳପଡ଼ା ବ୍ଲକ୍‌ରେ ସର୍ବାଧିକ ଭୋଟର୍‌ ୧ଲକ୍ଷ ୬୬ହଜାର ୪୨୦ଥିବା ବେଳେ ଗରଦପୁର ବ୍ଲକ୍‌ରେ ସର୍ବନିମ୍ନ ୯୨ହଜାର ୭୧୦ଜଣ ଭୋଟର୍‌ ଅଛନ୍ତି।

Share Now:

Kalinga News Beuro

Next Post

ରାଜ୍ୟ ପଞ୍ଚାୟତ ନିର୍ବାଚନରେ ୩ ରାଜନୈତିକ ଦଳର ଡିଜିଟାଲ୍‌ ଯୁଦ୍ଧ

Wed Jan 12 , 2022
ନୂଆଦିଲ୍ଲୀ: (ନଇମ ଅଖତାର) ରାଜ୍ୟ ନିର୍ବାଚନ କମିଶନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। କରୋନାଭାଇରସ୍‌ର ତୃତୀୟ ଲହର୍ କଟକଣାରେ ହେବାକୁ ଥିବା ନିର୍ବାଚନରେ ଭର୍ଚୁଆଲ୍‌ ଓ ଡିଜିଟାଲ୍‌ ପ୍ଲାଟଫର୍ମରେ ପ୍ରାର୍ଥୀ ପ୍ରଚାର କରିବେ ବୋଲି ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। ଗତ ଶନିବାର ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିବା ସମୟରେ ଭାରତୀୟ ନିର୍ବାଚନ ଆୟୋଗ ମଧ୍ୟ କରୋନାଭାଇରସ୍‌ ସଂକ୍ରମଣରୁ ନିରାପଦ ରହି […]
ଡିଜିଟାଲ୍‌ ଯୁଦ୍ଧ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial