ନେପାଳ-ଭାରତ ସୀମାରେ ବଢୁଛି ମସଜିଦ ସଂଖ୍ୟା : ସତର୍କ କରାଇଲା ସୁରକ୍ଷା ବାହିନୀ

ନେପାଳ-ଭାରତ ସୀମା

ନୂଆଦିଲ୍ଲୀ: ନେପାଳକୁ ଲାଗିଥିବା ଉତ୍ତରପ୍ରଦେଶର ୧୫ କିଲୋମିଟର ସୀମାରେ ମସଜିଦ ଏବଂ ମଦ୍ରାସା ସଂଖ୍ୟା ବୃଦ୍ଧି ହେଉଥିବା ନେଇ ସଶସ୍ତ୍ର ସୀମା ବଳ ବା ଏସଏସବି ସତର୍କ କରାଇଛି। ଏସଏସବି ଅଧିକାରୀଙ୍କ କହିବା ଅନୁଯାୟୀ, ୨୦୧୮ ମସିହାରେ ୭୩୮ଟି ମସଜିଦ ଥିବାବେଳେ ୨୦୨୧ ସୁଦ୍ଧା ମସଜିଦ ସଂଖ୍ୟା ୧୦୦୦କୁ ବୃଦ୍ଧି ପାଇଛି। ସେହିପରି ଏଠାରେ ଥିବା ମଦ୍ରାସା ସଂଖ୍ୟା ୫୦୦ ରୁ ୬୪୫ କୁ ବୃଦ୍ଧି ପାଇଛି। ନେପାଳ ସହିତ ଭାରତର ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଏବଂ ସିକ୍କିମ ରାଜ୍ୟର ସୀମା ଲାଗିଥିବାବେଳେ ଏହାର ଦୈର୍ଘ୍ୟ ପ୍ରାୟ ୭୫୧ କିଲୋମିଟର ରହିଛି। ଏଥିମଧ୍ୟରୁ ଉତ୍ତରପ୍ରଦେଶର ସର୍ବଧିକ ୫୭୦ କିଲୋମିଟର ସୀମା ନେପାଳ ସହ ଲାଗିଛି। ଏହି ଅଞ୍ଚଳରେ ୩୦ଟି ସୀମା ପୁଲିସ୍ ଷ୍ଟେସନ୍ ମଧ୍ୟ ଅଛି। ସୂଚନା ଅନୁଯାୟୀ, ୟୁପିର ସାତୋଟି ସୀମାନ୍ତ ଜିଲ୍ଲାରେ ମସଜିଦ, ମଦ୍ରାସା ନିର୍ମାଣ ବୃଦ୍ଧି ପାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ମହାରାଜଗଞ୍ଜ, ସିଦ୍ଧାର୍ଥ ନଗର, ବଳରାମପୁର, ବାହରାଇଚ, ଶ୍ରବସ୍ତୀ, ପିଲିଭୀତ ଏବଂ ଖେରୀ। ଏସସିବି ଅଧିକାରୀଙ୍କ ଅନୁଯାୟୀ, ଗତ ତିନିବର୍ଷ ମଧ୍ୟରେ ମସଜିଦ ଏବଂ ମଦ୍ରାସା ନିର୍ମାଣରେ ପ୍ରାୟ ୨୬% ବୃଦ୍ଧି ଘଟିଛି, ଯାହା ସୀମାନ୍ତ ଅଞ୍ଚଳରେ ଜନସଂଖ୍ୟା ପରିବର୍ତ୍ତନକୁ ସୂଚାଉଛି। ୟୁପି-ନେପାଳ ସୀମାରେ ନକଲି ଭାରତୀୟ ମୁଦ୍ରା ଏବଂ ଡ୍ରଗ୍ସ ଚୋରା ଚାଲାଣ ମଧ୍ୟ ବୃଦ୍ଧି ପାଇଛି। ନେପାଳ ସହିତ ଭାରତର କୌଣସି ପ୍ରତ୍ୟର୍ପଣ ଚୁକ୍ତି ନାହିଁ। ତେବେ ଭାରତ ପାଇଁ ବର୍ତ୍ତମାନ ଏହା ଚିନ୍ତାର କାରଣ ପାଲଟିଛି କାରଣ କିଛି ଦିନ ଧରି ନା କେବଳ ଚୀନ ନେପାଳକୁ ଦଖଲ କରିବାକୁ ଚାଁହୁଛି, ବରଂ ପାକିସ୍ତାନ ମଧ୍ୟ ନେପାଳରେ ସୁରକ୍ଷିତ ଭାବେ ଆତଙ୍କବାଦୀଙ୍କ ପାଇଁ ସ୍ଥାନ ନିରୂପଣରେ ଲାଗିପଡ଼ିଛି।

Share Now:

Kalinga News Beuro

Next Post

ଦୀପତଳ ଅନ୍ଧାର : ରାଜଧାନୀରେ ଅବାଧରେ ଚାଲିଛି ସରକାରୀ ଜମି କିଣାବିକା

Wed Jan 12 , 2022
୯ ଶହ ବର୍ଗଫୁଟ ପ୍ଲଟ୍‌କୁ ୨ ଲକ୍ଷ ଟଙ୍କା,ପ୍ରଶାସନ ମୁକ ଭୁବନେଶ୍ବର: ରାଜଧାନୀରେ ୯ ଶହ ବର୍ଗଫୁଟ୍‌ ପ୍ଲଟ୍‌ର ମୂଲ୍ୟ ମାତ୍ର ୨ ଲକ୍ଷ ଟଙ୍କା। ପ୍ରକୃତରେ ରାଜଧାନୀରେ ଏତିକି ପରିମିତ ଜମିର ମୂଲ୍ୟ ନିହାତି ୨୦ ଲକ୍ଷ ଟଙ୍କା ହେବା କଥା। ମାତ୍ର ମିଳୁଛି ୧୦ ଭାଗରୁ ଭାଗେ ମୂଲ୍ୟରେ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ। ତେବେ ବିକ୍ରି ପ୍ଲଟ୍‌ ହେଉଛି ସରକାରୀ ଜମି। ସରକାରୀ […]
ଅବାଧରେ ଚାଲିଛି ସରକାରୀ ଜମି କିଣାବିକା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial