କ୍ୟାପିଟାଲ ହସ୍ପିଟାଲରେ ମାଡୁଛି କରୋନା

କ୍ୟାପିଟାଲ ହସ୍ପିଟାଲରେ କରୋନା

ଭୁବନେଶ୍ବର : କ୍ୟାପିଟାଲ ହସ୍ପିଟାଲରେ ମାଡ଼ିଚାଲିଛି କରୋନା। ବହୁ ବିଭାଗରେ ଡାକ୍ତର ଓ ଅନ୍ୟ କର୍ମଚାରୀମାନେ ଆକ୍ରାନ୍ତ ହୋଇଗଲେଣି। ବର୍ତ୍ତମାନ ସୁଦ୍ଧା ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ମିଶାଇ ୨୮ରୁ ଅଧିକ କରୋନା ସଂକ୍ରମିତ ‌ହୋଇସାରିଲେଣି। କେତେକ ଗୁରୁତ୍ବପୂର୍ଣ୍ଣ ବିଭାଗର ଡାକ୍ତର ଓ କର୍ମଚାରୀମାନେ ଅଧିକ ସଂଖ୍ୟ‌ାରେ ସଂକ୍ରମିତ ହୋଇଛନ୍ତି। ସଂକ୍ରମିତମାନେ ସଙ୍ଗରୋଧରେ ରହୁଥିବାରୁ ଏଣିକି ରୋଗୀ ସେବା ବାଧାପ୍ରାପ୍ତ ହେବା ଆଶଙ୍କା ଉପୁଜିଛି।
ତେବେ ଏବାବଦରେ କ୍ୟାପିଟା‌ଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କହିବା କଥା ରୋଗୀ ସେବା ବାଧାପ୍ରାପ୍ତ ହେବାର ନାହିଁ। ଯେଉଁ ବିଭାଗର ଡାକ୍ତର ବା କର୍ମଚାରୀମାନେ ସଂକ୍ରମିତ ହେବା ପରେ ସଙ୍ଗରୋଧରେ ରହୁଛନ୍ତି, ସେମାନଙ୍କ କାମ ଅନ୍ୟମାନଙ୍କ ଦ୍ବାରା କରାଯାଉଛି। ଚାପ ସତ୍ତ୍ୱେ ଡାକ୍ତର ଓ କର୍ମଚାରୀମାନେ ଅଧିକ କାମ କରୁଛନ୍ତି। ତେବେ ଏଣିକି ସଂକ୍ରମଣ ରୋକିବାକୁ ଅଧିକ ସତର୍କ ରହିବାକୁ ପଡ଼ୁଛି ବୋଲି ସେ କହିଛନ୍ତି।

Share Now:

Kalinga News Beuro

Next Post

ବାଗ୍‌ଦାଦ୍‌ର ଗ୍ରିନ୍‌ ଜୋନ୍‌ରେ ରକେଟ୍‌ ଆକ୍ରମଣ : ପିଲାଙ୍କ ସମେତ ୩ ଆହତ

Fri Jan 14 , 2022
ନୂଆଦିଲ୍ଲୀ: ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଥିବା ବାଗ୍‌ଦାଦ୍‌ର ଗ୍ରିନ୍‌ ଜୋନ୍‌ରେ ରକେଟ୍ ଆକ୍ରମଣ ହେବାରୁ ୨ଜଣ ପିଲା, ଜଣେ ମହିଳାଙ୍କ ସମେତ ୩ଜଣ ଆହତ ହୋଇଥିବା କଥା ବିବୃତି ଦେଇ ଦୂତାବାସ ଏବଂ ଇରାକୀୟ ସେନା କହିଛି। ସମ୍ପୃକ୍ତ ଅଞ୍ଚଳରେ ଥିବା ଯୁକ୍ତରାଷ୍ଟ୍ର ଆମେରିକାର କର୍ମଚାରୀମାନେ ନିରାପଦ ଥିବା କଥା ଜଣେ ବୈଦେଶିକ ବିଭାଗ ଅଧିକାରୀ କହିଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ନିକ୍ଷେପ କରାଯାଇଥିବା ରକେଟ୍‌ଗୁଡ଼ିକ ମଧ୍ୟରୁ […]
ବାଗ୍‌ଦାଦ୍‌ର ଗ୍ରିନ୍‌ ଜୋନ୍‌ରେ ରକେଟ୍‌ ଆକ୍ରମଣ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial