ଭିତରକନିକାରେ ୧୪୪ ପ୍ରଜାତିର ବିଦେଶୀ ପକ୍ଷୀ

ଭିତରକନିକାରେ ୧୪୪ ପ୍ରଜାତିର ବିଦେଶୀ ପକ୍ଷୀ

ରାଜନଗର: ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟଉଦ୍ୟାନରେ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତ ମାସ ୧୨ ତାରିଖ ଦିନ ବନବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ଏହା ଜଣାପଡିଛି। ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୬ ହଜାର ୦୯୨ ପକ୍ଷୀ ଆସିଥିବା ବେଳେ ଏ ବର୍ଷ ୧ ଲକ୍ଷ ୩୮ ହଜାର ୧୦୭ଟି ପକ୍ଷୀ ଆସିଛନ୍ତି। ଅର୍ଥାତ ଗତବର୍ଷଠାରୁ ଏ ବର୍ଷ ଭିତରକନିକାକୁ ୨୦୧୫ ପକ୍ଷୀ ଅଧିକ ଆସିଥିବା ଜଣାପଡିଛି। ଗତବର୍ଷ ଭିତରକନିକାକୁ ୧୨୧ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଏ ବର୍ଷ ୧୪୪ ପ୍ରଜାତିର ପକ୍ଷୀ ଆସିଛନ୍ତି। ଏଥର ଭିତରକନିକାରେ ବିରଳ କମନସେଲ ଡକ୍‌ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଏହି ପକ୍ଷୀ କମ ସଂଖ୍ୟାରେ ଦେଖା ଯାଇଥା’ନ୍ତି। ଗତବର୍ଷ ପକ୍ଷୀ ଗଣନା ବେଳେ ଏହି ପ୍ରଜାତିର ମାତ୍ର ୩ଟି ପକ୍ଷୀ ଦେଖାଯାଇଥିଲେ। ଏହି ପକ୍ଷୀ ଏଥର ଅଧିକ ସଂଖ୍ୟାରେ ଦେଖିବାକୁ ମିଳିଛି। ଏହାବାଦ୍‌ ଭିତରକନିକାରେ କମନ ସୋଲଭର ଜାତୀୟ ପକ୍ଷୀ ପ୍ରଥମଥର ପାଇଁ ଦେଖିବାକୁ ମିଳିଛି। ଚଳିତ ବର୍ଷ ଗ୍ରେବସ, ପେଲିକାନସ, କରମୋରାନ୍ଟସ ଆଣ୍ତ ଡାର୍ଟର, ହେରନସ, ଏଗ୍ରେଟ୍ସ ଏବଂ ବିଟର୍ସ, ଷ୍ଟୋର୍କସ, ଇବିସେସ ଏବଂ ସ୍ପୁନବିଲ, ଫ୍ଲମିଙ୍ଗସ, ଗିଜ ଏବଂ ଡକସ, କ୍ରେନଓ, ରେଲସ ଏବଂ ଗାଲିନଲସ ଏବଂ କୁଟ, ଫିନଫୁଟ ଏବଂ ଜାକାନାସ, ସୋରବାର୍ଡ ୱାଡର୍ସ, ଗଲ୍ସ, ଟରନଓ ଏବଂ ସ୍କିନରସ ଏବଂ ଅନ୍ୟାନ୍ୟ ବିଦେଶୀ ପକ୍ଷୀ ଗଣନା ବେଳେ ଚିହ୍ନଟ କରାଯାଇଛି। ଗିଜ ଆଣ୍ତ ଡକ୍ସ ଜାତୀୟ ୧୬ ପ୍ରଜାତିର ୫୯,୨୮୬ ପକ୍ଷୀ ଭିଡ ଜମାଇଛନ୍ତି।
ଏହି ପକ୍ଷୀଗୁଡିକ ପ୍ରଚଣ୍ତ ଶୀତଦାଉରୁ ରକ୍ଷା ପାଇବା ପାଇଁ ହିମାଳୟ ପାଦ ଦେଶ ଓ ଲଦାଖ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧରୁ ଏହି ପକ୍ଷୀମାନେ ଆସିଥିବା ରାଜନଗର ଡିଏଫଓ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଚଳିତମାସ ୧୨ ତାରିଖ ଦିନ ୧୬ଟି ଟିମରେ ଭିତରକନିକା ଅଭୟାରଣ୍ୟର ମହାନଦୀ ଡେଲଟା ସମେତ ରାଇପାଟିଆ, ସାତଭାୟା ଘେରି, ସାତଭାୟାର ବିସ୍ତୀର୍ଣ୍ଣ ଆର୍ଦ୍ରଭୂମି, ଜମ୍ବୁ, ବତୀଘର, ବରୁଣେଇ ମୁହାଣ, ପ୍ରହରାଜପୁର, କଂସାରିପାଟିଆ, ଖୋଳା, ନଳିତାପାଟିଆ, ଦୁର୍ଗାପୁରମୁହାଣ, ଲକ୍ଷ୍ମୀପ୍ରସାଦଡିଅିଁ, କାଳିଭଂଜଡିଆଁ, ମଗରକନ୍ଦା, ଚିଂଚିରି ମାଉଥ, ଚିତଉକୋଲ୍ଲା, ଭିତରକନିକାମାଉଥ, ଏକମାଣିଆ, ରାଜଗଡ ପ୍ରଭୃତି ସ୍ଥାନ ମାନଙ୍କରେ ଏହି ଗଣନା କାର୍ଯ୍ୟ କରାଯାଇଥିଲା। ଅଞ୍ଚଳରେ ଭିଡ ଜମାଇଥିବା ବିଦେଶାଗତ ପକ୍ଷୀଙ୍କ ଗଣନା କରାଯାଇଥିଲା। ଡିଏଫଓ ଡ. ଯଜ୍ଞଦତ ପତିଙ୍କ ସହିତ ସମସ୍ତ ରେଂଜ ଅଫିସର, ବନକର୍ମଚାରୀ, ପକ୍ଷୀ ବିଷାରଦ ବିଜୟ କୁମାର ଦାସଙ୍କ ସହିତ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ଏବଂ ଓଡିଶା କୃଷି ଓ ବୈଷୟିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏହି ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ସାଧାରଣତଃ ଖୋଲା ଜାଗା, ଧାନବିଲ, ନଦୀପଠା ଓ ଜଳାଶୟଗୁଡିକରେ ଅଧିକ ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କୁ ଦେଖିବାକୁ ମିଳିଛି। ଗତ ୧୪ ବର୍ଷର ଭିତରକନିକାରେ ଭିଡ ଜମାଇଥିବା ବିଦେଶୀ ପକ୍ଷୀଙ୍କ ଗଣନା ରିପୋର୍ଟ ଅନୁସାରେ ଚଳିତବର୍ଷ ସର୍ବାଧିକ ବିଦେଶୀ ପକ୍ଷୀ ଭିଡ ଜମାଇଛନ୍ତି।

Share Now:

Kalinga News Beuro

Next Post

ଆଜି "ସେନା ଦିବସ" : ସାହସିକତା ଓ ନିପୁଣତା ପାଇଁ ଭାରତୀୟ ସେନା ସୁପରିଚିତ-ପ୍ରଧାନମନ୍ତ୍ରୀ

Sat Jan 15 , 2022
ନୂଆଦିଲ୍ଲୀ: ସାହସିକତା ଏବଂ ନିପୁଣତା ପାଇଁ ଭାରତୀୟ ସେନାର ଖ୍ୟାତି ରହିଛି ଏବଂ ଦେଶର ନିରାପତ୍ତା ପାଇଁ ତା’ର ଅମୂଲ୍ୟ ଅବଦାନକୁ କଥାରେ ପରିପ୍ରକାଶ କରିହେବ ନାହିଁ ବୋଲି ଆଜି ‘ସେନା ଦିବସ’ ଅବସରରେ ଯବାନମାନଙ୍କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ସେନା ଦିବସ ଅବସରରେ, ବିଶେଷକରି ଆମର ସାହସୀ ଯବାନ, ସମ୍ମାନୀୟ ସେବାନିବୃତ ଜବାନଏବଂ ସେମାନଙ୍କ ପରିବରବର୍ଗଙ୍କୁ ଶୁଭେଚ୍ଛା। ସାହସିକତା […]
ଭାରତୀୟ ସେନା-1

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial