ଟିକା ନ ନେଇ ଥିବା ବ୍ୟକ୍ତିଙ୍କ ପାଇଁ ‘ଓମିକ୍ରନ୍‌’ ବିଶେଷ ସାଙ୍ଘାତିକ ନୁହେଁ : ଦକ୍ଷିଣ ଆଫ୍ରିକୀୟ ଅଧ୍ୟୟନ

‘ଓମିକ୍ରନ୍‌’ ସାଙ୍ଘାତିକ ନୁହେଁ

ଜୋହାନସ୍‌ବର୍ଗ: ଟିକା ନ ନେଇ ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ଦ୍ବାରା ଆକ୍ରାନ୍ତ ହୋଇଥିବା ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟବସ୍ଥା ବିଶେଷ ସାଙ୍ଘାତିକ ହେବନାହିଁ। ସେମାନଙ୍କର ଡାକ୍ତରଖାନାରେ ଭର୍ତ୍ତି ହେବା ଅବସ୍ଥା ଏବଂ ମୃତ୍ୟୁ ମଧ୍ୟ ‘କରୋନାଭାଇରସ୍‌ର ପୂର୍ବ ଭେରିଏଣ୍ଟ୍‌’ଗୁଡ଼ିକ ଠାରୁ ସ୍ବଳ୍ପ ବୋଲି ଶୁକ୍ରବାର ଦିନ ଦକ୍ଷିଣ ଆଫ୍ରିକାର ଏକ ଅଧ୍ୟୟନରୁ ଜଣାପଡ଼ିଛି। ୱେଷ୍ଟର୍ଣ୍ଣ କେପ୍‌ ଅଞ୍ଚଳରେ ‘ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ୟୁନିକେବଲ୍‌ ଡିଜିଜେସ୍‌’ (ଏନ୍‌ଆଇସିଡି) ଉପରୋକ୍ତ ଅଧ୍ୟୟନ କରିଥିଲା। ଏଥିରେ କୋଭିଡ୍‌-୧୯ର ପ୍ରଥମ ୩ ଲହର୍‌ର ୧୧,୬୦୦ ରୋଗୀ ଏବଂ ନଭେମ୍ବରରେ ଆରମ୍ଭ ହୋଇଥିବା ଓମିକ୍ରନ୍‌ଜନିତ ଲହର୍‌ରୁ ପ୍ରାୟ ୫,୧୦୦ ରୋଗୀଙ୍କର ତୁଳନାତ୍ମକ ଅଧ୍ୟୟନ କରାଯାଇଥିଲା।
ବିଶ୍ବବ୍ୟାପୀ ଓମିକ୍ରନ୍‌ କମ୍ ସାଂଘାତିକ ହେବାର କାରଣ ମଧ୍ୟ ବୈଜ୍ଞାନିକମାନେ ଜାଣିବାକୁ ଉଦ୍ୟମ ଚଳାଇଛନ୍ତି। ସେମାନେ ଜାଣିବାକୁ ଚାହୁଁଛନ୍ତି, ଟିକା ନେବାଦ୍ବାରା ରୋଗ ପ୍ରତିରୋଧକ ଶକ୍ତିବୃଦ୍ଧି, ପୂର୍ବର ଅସୁସ୍ଥତା ନା ଓମିକ୍ରନ୍‌ ଅପେକ୍ଷାକୃତ କମ୍‌ ମାରାତ୍ମକ। ଅଧ୍ୟୟନରେ ଉଲ୍ଲେଖ ଅଛି, ଓମିକ୍ରନ୍‌ ଆଣିଥିବା ଲହର୍‌ରେ କୋଭିଡ୍-୧୯ ଆକ୍ରାନ୍ତ ସାଙ୍ଘାତିକ ନ ହେବାର କାରଣ, ପୂର୍ବ ସଂକ୍ରମଣ କିମ୍ବା ଟିକାକରଣ ଯୋଗୁଁ ହୋଇପାରେ। କିନ୍ତୁ, ଓମିକ୍ରନ୍‌ର ସ୍ବଳ୍ପ ମାରାତ୍ମକତା ଡେଲ୍‌ଟା ତୁଳନାରେ ଡାକ୍ତରଖାନାରେ ଭର୍ତ୍ତିସଂଖ୍ୟା ଓ ମୃତ୍ୟୁ ପ୍ରାୟ ୨୫% ହ୍ରାସ କରୁଛି।

Share Now:

Kalinga News Beuro

Next Post

ଅମାନୁଷିକ : ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଯୁବକ ଗିରଫ

Sat Jan 15 , 2022
ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଖରାବେଳେ କେହି ନଥିବାର ସୁଯୋଗ ନେଇ ଏହି କାଣ୍ଡ କରିଛି ପଡ଼ୋଶୀ ଘରର ୨୦ ବର୍ଷର ଯୁବକ। ଘଟଣା ପରେ ସଂପୃକ୍ତ ଯୁବକ ଫେରାର ହୋଇଯାଇଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ପୀଡ଼ିତା ନାବାଳିକା ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି। ସୂଚନାନୁସାରେ ମଧ୍ୟାହ୍ନ ବେଳେ ନାବାଳିକାଟି […]
୯ ବର୍ଷର ନାବାଳିକାକୁ ଦୁଷ୍କର୍ମ
Social media & sharing icons powered by UltimatelySocial