ଅମାନୁଷିକ : ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ, ଅଭିଯୁକ୍ତ ଯୁବକ ଗିରଫ

୯ ବର୍ଷର ନାବାଳିକାକୁ ଦୁଷ୍କର୍ମ

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଖରାବେଳେ କେହି ନଥିବାର ସୁଯୋଗ ନେଇ ଏହି କାଣ୍ଡ କରିଛି ପଡ଼ୋଶୀ ଘରର ୨୦ ବର୍ଷର ଯୁବକ। ଘଟଣା ପରେ ସଂପୃକ୍ତ ଯୁବକ ଫେରାର ହୋଇଯାଇଛି। ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ପୀଡ଼ିତା ନାବାଳିକା ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି। ସୂଚନାନୁସାରେ ମଧ୍ୟାହ୍ନ ବେଳେ ନାବାଳିକାଟି ଗାଁ ଦାଣ୍ଡରେ ଏକ ପାଣି ଟ୍ୟାପ୍ ପାଖରେ ଏକୁଟିଆ ଗାଧୋଉଥିଲା। ପୂର୍ବରୁ ତା ଉପରେ ଲୋଲୁପଦୃଷ୍ଟି ରଖିଥିବା ୨୦ ବର୍ଷୀୟ ପଡ଼ୋଶୀ ଯୁବକ ପାଇଁ ମଉକା ଜୁଟି ଯାଇଥିଲା। କାରଣ ସେତେବେଳେ ଗାଁ ଦାଣ୍ଡ ନିଛାଟିଆ ଥିଲା। କାମାନ୍ଧ ଯୁବକ ଅଚାନକ ନାବାଳିକାର ମୁହଁ ବନ୍ଦ କରି ଟେକି ନେଇଥିଲା। ଉକ୍ତ ଟ୍ୟାପ୍‌ଠାରୁ କିଛି ଦୂରରେ ଏକ ନିଛାଟିଆ ବଣ ଭିତରେ ଗଛ ଅଢ଼ୁଆଳରେ ସେ ନାବାଳିକାକୁ ଦୁଷ୍କର୍ମ କରିଥିଲା। ନାବାଳିକାର ମୁହଁକୁ ଚାପି ରଖିଥିବାରୁ ସେ ଆଉ ପାଟି କରିପାରିନଥିଲା। କିନ୍ତୁ ଅଧିକ ସମୟ ମୁହଁକୁ ଚାପି ଧରିଥିବାରୁ ନାବାଳିକାଟି ଅଣନିଃଶ୍ବାସୀ ହୋଇପଡ଼ିଥିଲା ଓ ଦୁଷ୍କର୍ମ ପରେ ବି ପାଟି କରିବା ସ୍ଥିତିରେ ନଥିଲା।
ତେଣୁ ଦୁର୍ବୃତ୍ତ ଘଟଣାସ୍ଥଳରୁ ପଳାଇବା ପରେ ବି କିଛି ସମୟ ପର୍ଯ୍ୟନ୍ତ ନାବାଳିକାଟି ଗଛମୂଳେ ସେମିତି ଅବଶ ଅବସ୍ଥାରେ ପଡ଼ିରହିଥିଲା। ତେବେ କିଛି ସମୟ ପରେ ସେ ଉଠି କଷ୍ଟେମଷ୍ଟେ ଘରକୁ ଫେରିଥିଲା। ରକ୍ତାକ୍ତ ଅବସ୍ଥାରେ ତାକୁ ଦେଖିବାପରେ ପରିବାର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଯାଇଥିଲା। କାନ୍ଦି କାନ୍ଦି ନାବାଳିକାଟି ମା’ ଆଗରେ ସବୁ କହିଥିଲା। ଘର କାନ୍ଦବୋବାଳିରେ ଫାଟି ପଡ଼ିଥିବା ବେଳେ ବାପା ତୁରନ୍ତ ପୁଲିସ କଣ୍ଟ୍ରୋଲ ରୁମ୍‌ ସହ ଯୋଗାଯୋଗ କରିଥିଲେ। ଖବର ପାଇ ପିସିଆର୍‌ ସେଠାରେ ପହଞ୍ଚି ତୁରନ୍ତ ନାବାଳିକାକୁ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ସେଠାରେ ଡାକ୍ତରମାନେ ପ୍ରାଥମିକ ଚିକିତ୍ସା କରିଥିଲେ ବି ଅବସ୍ଥା ସଂକଟାପନ୍ନ ଦେଖି ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ରେଫର୍‌ କରିଥିଲେ। ପୁଲିସ ହିଁ ତାକୁ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚାଇଥିଲା। ବହୁ ସମୟ ପର୍ଯ୍ୟନ୍ତ ରକ୍ତସ୍ରାବ ବନ୍ଦ ହୋଇନଥିଲା। କିନ୍ତୁ ପରେ ତା’ର ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଅଭିଯୋଗ ପାଇବା ପରେ ବାଲିପାଟଣା ଥାନା ପୁଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଅଭିଯୁକ୍ତକୁ ଧରିଛି। ଏଭଳି ବର୍ବର କାଣ୍ଡ ଘଟାଇଥିବା କାମାନ୍ଧ ଯୁବକକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବାପାଇଁ ଗାଁ ଲୋକେ ଦାବି କରିଛନ୍ତି।

Share Now:

Kalinga News Beuro

Next Post

ଓଡ଼ଗାଁ ରଘୁନାଥ ମନ୍ଦିରରେ ନିମ୍ନମାନର ପ୍ରସାଦ : ବଢ଼ୁଛି ଶ୍ରଦ୍ଧାଳୁଙ୍କ ଅସନ୍ତୋଷ

Sat Jan 15 , 2022
ଓଡ଼ଗାଁ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜେ ଶ୍ରୀରଘୁନାଥ ଜିଉଙ୍କ ନିମ୍ନମାନର ପ୍ରସାଦକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରତିଦିନ ଭକ୍ତଙ୍କ ପାଇଁ ପ୍ରସାଦସେବନର ବ୍ୟବସ୍ଥା ଥିଲେ ମଧ୍ୟ ତାହା ସୁସ୍ବାଦୁ ନୁହେଁ ବୋଲି ଅନେକ କହିଛନ୍ତି। ଏପଟେ ମାସକୁ ଚାଳିଶ ହଜାର ଟଙ୍କା ପ୍ରସାଦରୁ ଆଦାୟ ହେଉଥିବା ବେଳେ ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ମନ୍ଦିର ପ୍ରଶାସନ କହିଛି। ସୂଚନାଯୋଗ୍ୟ, ଓଡ଼ଗାଁର ଶ୍ରୀରଘୁନାଥ ଜିଉ ବେଶ୍‌ ବିଖ୍ୟାତ। ୧୬୨୫ ମସିହାରେ […]
ଓଡ଼ଗାଁ ରଘୁନାଥ ମନ୍ଦିରରେ ନିମ୍ନମାନର ପ୍ରସାଦ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial