ରାଜ୍ୟପାଳଙ୍କୁ ଦିଆଯାଉଥିବା ଭତ୍ତାକୁ ନେଇ କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡ଼୍‍ଲାଇନ୍‌, ଜାଣନ୍ତୁ କାହାକୁ ମିଳିବ କେତେ?

 

ନୂଆଦିଲ୍ଲୀ: ରାଜ୍ୟପାଳମାନଙ୍କୁ ମିଳୁଥିବା ଭତ୍ତାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଗରୁ ମିଳୁଥିବା ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧାରେ ପରିବର୍ତ୍ତନ ଆଣି ଏକ ନୂଆ ଗାଇଡ଼୍‍ଲାଇନ୍‌ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କ ଅପେକ୍ଷା ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ଅଧିକ ଭତ୍ତା ଦିଆଯିବ । ୧.୮୧କୋଟି ଟଙ୍କା ତାଙ୍କୁ ଭତ୍ତା ଆକାରରେ ମିଳିବା ସହ କୋଲକାତା ଏବଂ ଦାର୍ଜିଲିଙ୍ଗରେ ଥିବା ରାଜଭବନର ରକ୍ଷଣବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୭୨.୦୬ଲକ୍ଷ ଏବଂ ୮୦ଲକ୍ଷ ଟଙ୍କା ଦିଆଯିବ ବୋଲି ସୂଚନା ଦିଆଯାଇଛି । ପଶ୍ଚିମବଙ୍ଗର ରାଜ୍ୟପାଳଙ୍କ ପରେ ଅଛନ୍ତି ତାମିଲନାଡ଼ୁର ରାଜ୍ୟପାଳ । ତାମିଲନାଡ଼ୁର ରାଜ୍ୟପାଳଙ୍କୁ ଭତ୍ତା ଆକାରରେ ୧.୬୬କୋଟି ଟଙ୍କା ମିଳିବା ସହ ଚେନ୍ନାଇ ଏବଂ ଉଟିରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୬.୫କୋଟି ଏବଂ ୭.୫୦ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଛି । ସେହିପରି ଭାବରେ ବିହାରର ରାଜ୍ୟପାଳଙ୍କୁ ଭତ୍ତା ଆକାରରେ ୧.୬୨କୋଟି ମିଳୁଥିବା ବେଳେ ପଟନାରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୮୦.୨ଲକ୍ଷ ଏବଂ ୬୨ଲକ୍ଷ ଟଙ୍କା ଦିଆଯିବ ।

ସେହିପରି ଭାବରେ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଭତ୍ତା ଆକାରରେ ୧.୧୪କୋଟି ଦିଆଯିବା ସହ ମୁମ୍ବାଇ, ପୁଣେ ଏବଂ ନାଗପୁରରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୧.୮କୋଟି ଏବଂ ୨୬.୭ଲକ୍ଷ ଦିଆଯିବ । କର୍ଣ୍ଣାଟକର ରାଜ୍ୟପାଳ ୧.୦୫କୋଟି ଟଙ୍କା ଭତ୍ତା ଅକାରରେ ପାଇବା ସହ ବେଙ୍ଗାଲୁରୁରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୩୮.୨ଲକ୍ଷ ଟଙ୍କା ଏବଂ ୬.୫ଲକ୍ଷ ଟଙ୍କା ଦିଆଯିବ । ରାଜସ୍ଥାନର ରାଜ୍ୟପାଳଙ୍କୁ ୯୫ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ଜୟପୁର ଏବଂ ମାଉଣ୍ଟଆବୁରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୭୩.୨ଲକ୍ଷ ଟଙ୍କା ଏବଂ ୧ଲକ୍ଷ ଟଙ୍କା ଦିଆଯିବ । ଉତ୍ତରପ୍ରଦେଶର ରାଜ୍ୟପାଳଙ୍କୁ ୬୬ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ଲକ୍ଷ୍ନୌରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୩.୫୩କୋଟି ଟଙ୍କା ଏବଂ ୧୦ଲକ୍ଷ ଟଙ୍କା ଦିଆଯିବ । ଗୁଜୁରାଟ ରାଜ୍ୟପାଳଙ୍କୁ ୫୫ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ଗାନ୍ଧିନଗରରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୨୦ଲକ୍ଷ ଟଙ୍କା ଏବଂ ୧୫ଲକ୍ଷ ଟଙ୍କା ଦିଆଯିବ । ହରିୟାଣା ରାଜ୍ୟପାଳଙ୍କୁ୫୪.୫ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ଚଣ୍ଡିଗଡ଼ରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୨୧.୬ ଲକ୍ଷ ଟଙ୍କା ଏବଂ ୧୦ଲକ୍ଷ ଟଙ୍କା ଦିଆଯିବ । ଅରୁଣାଚଳପ୍ରଦେଶ ରାଜ୍ୟପାଳଙ୍କୁ ୫୪ ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ଇଟାନଗରରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୩୦.୭୫ଲକ୍ଷ ଟଙ୍କା ଏବଂ ୧୦ଳକ୍ଷ ଟଙ୍କା ଦିଆଯିବ ।

ଆନ୍ଧ୍ରପ୍ରଦେଶର ରାଜ୍ୟପାଳଙ୍କୁ ୫୩ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ହାଇଦ୍ରାବାଦ୍‌ରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୧୮.୩ଳକ୍ଷ ଟଙ୍କା ଏବଂ ୬ଲକ୍ଷ ଟଙ୍କା ଦିଆଯିବ । ମଧ୍ୟପ୍ରଦେଶ ରାଜ୍ୟପାଳଙ୍କୁ ୪୮.୪୩ଲକ୍ଷ ଟଙ୍କା ଭତ୍ତା ଆକାରରେ ମିଳିବା ସହ ଭୋପାଲ ଏବଂ ପଞ୍ଚମର୍‌ହିରେ ଥିବା ରାଜଭବନର ରକ୍ଷଣାବେକ୍ଷଣ ଏବଂ ଫର୍ଣ୍ଣିଚର କାମ ପାଇଁ ୨୫.୧୨ଲକ୍ଷ ଟଙ୍କା ଏବଂ ୭.୫ଲକ୍ଷ ଟଙ୍କା ଦିଆଯିବ । ସୂଚନା ମୁତାବକ, ଦୀର୍ଘ ୪ବର୍ଷ ପରେ ରାଜ୍ୟପାଳମାନଙ୍କ ଭତ୍ତାରେ ସଂଶୋଧନ କରାଯାଇଛି । ୪ମାସ ପୂର୍ବରୁ ରାଜ୍ୟପାଳଙ୍କର ମାସିକ ବେତନ ୩.୫ଲକ୍ଷ ଟଙ୍କା କରାଯାଇଥିଲା ।

Share Now:

Kalinga News Beuro

Leave a Reply

Next Post

୧୪ମିନିଟ୍‌ ପର୍ଯ୍ୟନ୍ତ ରାଡର୍‌ରୁ ଉଭେଇ ଗଲା ସୁଷମାଙ୍କ ବିମାନ !

Sun Jun 3 , 2018
ନୂଆଦିଲ୍ଲୀ: ଆକସ୍ମିକ ଭାବେ ଭିଆଇପି ଏୟାରକ୍ରାପ୍ଟ ମେଘଦୁତ ସହିତ ସମ୍ପର୍କ ହୋଇ ନପାରିବାରୁ ଶନିବାର ଅଥରିଟି ସଙ୍କଟରେ ପଡ଼ି ଯାଇଥିଲେ। ଏହି ଏୟାରକ୍ରାପ୍ଟରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ତ୍ରୀବେନ୍ଦ୍ରମରୁ ମରିସସ ଅଭିମୁଖେ ଯାତ୍ରା କରୁଥିଲେ। ବୈଦେଶିକ ମନ୍ତ୍ରୀ ଦକ୍ଷିଣ ଆଫ୍ରିକାଗ୍ରସ୍ତରେ ଯାଇଥିଲେ। ସୁଷମା ସ୍ୱରାଜଙ୍କ ଏୟାରକ୍ରାପ୍ଟ ସହିତ ପାଖାପାଖି ୧୨ରୁ ୧୪ ମିନିଟ୍‌ ପର୍ଯ୍ୟନ୍ତ ସମ୍ପର୍କ କରାଯାଇ ପାରି ନଥିଲା। ଏହି ମାମଲା ସହିତ ଜଡ଼ିତ ଥିବା ଅଧିକାରୀଙ୍କ […]

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial