ହାତୀ ମଣିଷ ସଂଘର୍ଷ : ବୃଦ୍ଧଙ୍କୁ ଦଳିଦେଲା ହାତୀ

ବୃଦ୍ଧଙ୍କୁ ଦଳିଦେଲା ହାତୀ

ଜଳେଶ୍ଵର: ଆଜି ଭୋର ସମୟରେ ଶୌଚ ପାଇଁ ଯାଉଥିବା ଜଣେ ବୃଦ୍ଧଙ୍କୁ ଏକ ହାତୀ ଦଳି ଦେଇଛି। ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ବଜାରଶୋଳ ଗ୍ରାମରେ। ମୃତକଙ୍କ ନିମ ଫାଗୁ ହାସଦା ବୋଲି କୁହାଯାଇଛି। ଫାଗୁ ଭୋର ସମୟେ ଶୌଚ ହେବାକୁ ଯାଉଥିବା ବେଳେ ପ୍ରବଳ କୁହୁଡି ଯୋଗୁଁ ଦୂରରୁ କିଛି ଦେଖାଯାଉ ନ ଥିଲା।ଏହି ସମୟରେ ଗ୍ରାମ ଭିତରେ ଥିବା ୩ ଟିକିଆ ହାତୀ ମଧ୍ୟରୁ ଗୋଟିଏ ମାଈ ହାତୀ ହଠାତ୍ ଦୌଡ଼ି ଆସି ଫାଗୁଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଫାଗୁଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ୩ ଟିକିଆ ହାତୀ ମଧ୍ୟରୁ ଦୁଇଟି ମାଈ ହାତୀ ଓ ଗୋଟିଏ ଛୁଆ ରହିଛି। ଏହି ୩ ଟି ହାତୀ ଏବେ ଚମାରଗାଁ ପଞ୍ଚାୟତର କୁମୁଚିଆ ନିକଟସ୍ଥ ପଟାସ ବଣ ଭିତରେ ରହିଛି। ଖବର ପାଇ ବନ୍ୟ ବିଭାଗ ଓ ରାଇବଣିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି।

Share Now:

Kalinga News Beuro

Next Post

ଫାର୍ମାସିଷ୍ଟଙ୍କ ଭରସାରେ ନୀଳାଦ୍ରିବିହାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

Sat Jan 15 , 2022
ନାହାନ୍ତି ଡାକ୍ତର, ରୋଗୀଙ୍କୁ ମିଳୁନି ଥଣ୍ଡା ଔଷଧ ଚନ୍ଦ୍ରଶେଖରପୁର : ରାଜଧାନୀରେ ମାଡି ଚାଲିଛି କରୋନା। ତା’ ସାଙ୍ଗକୁ ଥଣ୍ଡା, ଜ୍ବର ବି ବଢ଼ୁଛି। ଶୀତ ସାଙ୍ଗକୁ ବର୍ଷା ପାଗ ହୋଇଥିବାରୁ ପ୍ରତି ଘରେ ଘରେ ଏବେ ଥଣ୍ଡା ରୋଗୀ। କଲୋନିଠାରୁ ଆରମ୍ଭ କରି ବସ୍ତି ପର୍ଯ୍ୟନ୍ତ, ସବୁଠି ସମାନ ଚିତ୍ର। ସହରରେ ସ୍ଥିତି ଅଧିକ ଗମ୍ଭୀର ହେଉଥିବା ବେଳେ ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ରୋଗୀଙ୍କ ଭିଡ଼ ଜମୁଛି। […]
ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial