ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ୫୯୬୫ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩

କରୋନାରୁ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଆଜି ୫୯୬୫ ଜଣ କରୋନା ଭାଇରସ୍‌ ମହାମାରୀରୁ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୨୩ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୬୬ ହଜାର ୩୨ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୧୫୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସମ୍ବଲପୁରରୁ ୬୦୯, କଟକରୁ ୫୦୨, ଝାରସୁଗୁଡ଼ାରୁ ୨୯୭, ମୟୂରଭଂଜରୁ ୨୦୧, କୋରାପୁଟରୁ ୧୭୭, ନୟାଗଡ଼ରୁ ୧୭୨, ନବରଙ୍ଗପୁରରୁ ୧୪୩ ଓ ବଲାଙ୍ଗୀରରୁ ୧୩୨ କରୋନାରୁ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୧୧୯, କେନ୍ଦ୍ରାପଡ଼ାରୁ ୧୧୬, କେନ୍ଦୁଝରରୁ ୧୦୪, କଳାହାଣ୍ଡିରୁ ୮୪, ଯାଜପୁରରୁ ୭୮, ବରଗଡ଼ରୁ ୭୫, ବାଲେଶ୍ୱରରୁ ୭୩, ଜଗତସିଂହପୁରରୁ ୬୬, ରାୟଗଡ଼ାରୁ ୫୮, ସୁବର୍ଣ୍ଣପୁରରୁ ୫୪, ଗଜପତି, ଗଂଜାମରୁ ୪୬ ଜଣ ଲେଖାଏଁ, ଅନୁଗୁଳରୁ ୪୩, ଢେଙ୍କାନାଳରୁ ୩୮, ଦେବଗଡ଼ରୁ ୧୯, କନ୍ଧମାଳରୁ ୧୭, ଭଦ୍ରକରୁ ୧୬, ମାଲକାନଗିରିରୁ ୧୦ ଓ ରାଜ୍ୟପୁଲରୁ ୨୯୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

Share Now:

Kalinga News Beuro

Next Post

ଭାରତୀୟ କ୍ରିକେଟ ଦଳରେ ବିରାଟଙ୍କ ସ୍ଥାନ ନେଇପାରନ୍ତି ବୁମରା

Mon Jan 17 , 2022
ନୂଆଦିଲ୍ଲୀ: ଟେଷ୍ଟ ମ୍ୟାଚରେ ବିରାଟଙ୍କ ସ୍ଥାନ ନେଇପାରନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମରା। ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ପରବର୍ତ୍ତୀ ମ୍ୟାଚ୍‌ ପାଇଁ ଯଶପ୍ରୀତ ବୁମରାଙ୍କୁ ଅଧିନାୟକ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ବିରାଟଙ୍କ ଅଧିନାୟକ ପଦ ଛାଡ଼ିବା ଉପ‌ରେ ଏବଂ କିଏ ଏବେ ତାଙ୍କ ସ୍ଥାନ ନେବେ ସେ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ବୁମରା। ଆଜି ଅପରାହ୍ନରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଜସପ୍ରୀତ ବୁମରା ସାମ୍ବାଦିକ ସମ୍ମିଳନୀକୁ […]
ଭାରତୀୟ କ୍ରିକେଟ ଦଳର ବୁମରା

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial