ଭାରତୀୟ କ୍ରିକେଟ ଦଳରେ ବିରାଟଙ୍କ ସ୍ଥାନ ନେଇପାରନ୍ତି ବୁମରା

ଭାରତୀୟ କ୍ରିକେଟ ଦଳର ବୁମରା

ନୂଆଦିଲ୍ଲୀ: ଟେଷ୍ଟ ମ୍ୟାଚରେ ବିରାଟଙ୍କ ସ୍ଥାନ ନେଇପାରନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମରା। ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ପରବର୍ତ୍ତୀ ମ୍ୟାଚ୍‌ ପାଇଁ ଯଶପ୍ରୀତ ବୁମରାଙ୍କୁ ଅଧିନାୟକ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ବିରାଟଙ୍କ ଅଧିନାୟକ ପଦ ଛାଡ଼ିବା ଉପ‌ରେ ଏବଂ କିଏ ଏବେ ତାଙ୍କ ସ୍ଥାନ ନେବେ ସେ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ବୁମରା। ଆଜି ଅପରାହ୍ନରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଜସପ୍ରୀତ ବୁମରା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଟେଷ୍ଟ ଦଳର ଅଧିନାୟକ ତଥା ବିରାଟ କୋହଲିଙ୍କ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ତାଙ୍କୁ ଟେଷ୍ଟ ଦଳର ଅଧିନାୟକ ହେବାର ସୁଯୋଗ ମିଳେ ତେବେ ସେ ପଛକୁ ହଟିବେ ନାହିଁ। ଟେଷ୍ଟ ମ୍ୟାଚରେ ଟିମ ଇଣ୍ଡିଆର ଅଧିନାୟକ କରାଗଲେ ଦାୟିତ୍ବ ନେବେ କି ନାହିଁ ପ୍ରଶ୍ନ କରାଯିବା ପରେ ବୁମରା କହିଥିଲେ ଯେ, ଯଦି ମୁଁ ଭାରତୀୟ ଦଳର ଅଧିନାୟକ ହେବାର ସୁଯୋଗ ପାଏ, ତେବେ ଏହା ଏକ ସମ୍ମାନର ବିଷୟ ହେବ। ମୋତେ ସର୍ବଦା ଦିଆଯାଇଥିବା ପ୍ରତ୍ୟେକ ଭୂମିକାକୁ ମୁଁ ବହୁତ ଭଲ ଭାବରେ ତୁଲାଇବାକୁ ଚେଷ୍ଟା କରିଛି। ଯଦି ଏହି ସୁଯୋଗ ଦିଆଯାଏ, ତେବେ ଏହାକୁ ମଧ୍ୟ ଭଲ ଭାବରେ ତୁଲାଇବି।
ବିରାଟ କୋହଲି ଟିମ୍ ଇଣ୍ଡିଆର ଟେଷ୍ଟ୍‌ ଅଧିନାୟକ ପଦ ଛାଡ଼ିବା ନେଇ ପଚାରାଯିବା ପରେ ସେ କହିଥିଲେ ଯେ, ବିରାଟ କୋହଲି ଦଳର ଜଣେ ଦକ୍ଷ ଖେଳାଳି। ସେ ଭାରତୀୟ ଦଳକୁ ଫିଟନେସ୍ ସଂସ୍କୃତି ଆଣିଥିଲେ। ଦଳରେ ତାଙ୍କର ଅବଦାନ ଅତ୍ୟନ୍ତ ସ୍ବତନ୍ତ୍ର ଏବଂ ଭବିଷ୍ୟତରେ ତାଙ୍କର ପରାମର୍ଶ ଅନେକ କାମରେ ଆସିବ। ଅଧିନାୟକତ୍ୱ ଛାଡିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଥିଲା। ସେ ଭଲ ଭାବରେ ଜାଣନ୍ତି ଯେ, ସେହି ସମୟରେ ତାଙ୍କର ଶରୀର ଏବଂ ମନ କ’ଣ କହୁଥିଲା। ମୁଁ ତାଙ୍କ ଅଧିନାୟକତ୍ୱରେ ମୋର ଟେଷ୍ଟ ଡେବ୍ୟୁ କରିଥିଲି ଏବଂ ତାଙ୍କ ଅଧିନାୟକତ୍ୱରେ ବୋଲିଂକୁ ମୁଁ ବହୁତ ଉପଭୋଗ କରିଥିଲି।

Share Now:

Kalinga News Beuro

Next Post

କରୋନାରେ ସ୍ବାମୀଙ୍କୁ ହରାଇବା ପରେ ଜିଲ୍ଲାପାଳଙ୍କୁ ୪୦ ଲକ୍ଷର ଚେକ୍ ପ୍ରଦାନ କଲେ ମୌସୁମୀ

Mon Jan 17 , 2022
ଭଦ୍ରକ: ବାସୁଦେବପୁର ବ୍ଲକ ଅନ୍ତର୍ଗତ ମନ୍ଦାରୀ ଗ୍ରାମର ସ୍ବର୍ଗତ ଅଭି‌ଷେକ ମହାପାତ୍ରଙ୍କ ପତ୍ନୀ ମୌସୁମୀ ମହାନ୍ତି ଆଜି ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟି ୪୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଗତ ବର୍ଷ କରୋନାରେ ନିଜର ସ୍ବାମୀଙ୍କୁ ହରାଇଛନ୍ତି ମୌସୁମୀ। ବିବାହର ମାତ୍ର ୮ ଦିନ ପରେ ତାଙ୍କ ସ୍ବାମୀ ଅଭିଷେକ କରୋନାରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ୨୧ ଦିନ ଭେଣ୍ଟିଲେଟରରେ […]
ଜିଲ୍ଲାପାଳଙ୍କୁ ୪୦ ଲକ୍ଷର ଚେକ୍ ପ୍ରଦାନ କରିଛନ୍ତି ମୌସୁମୀ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial