ନିର୍ବାଚନ ପୂର୍ବରୁ ହିଂସା : ପୁଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରି ଜାଳିଦେଲେ ନକ୍ସଲ

ନିର୍ବାଚନ ପୂର୍ବରୁ ହିଂସା

ମାଲକାନଗିରି: ନିର୍ବାଚନ ପୂର୍ବରୁ ମାଲକାନଗିରି ଜିଲ୍ଲାରେ ନକ୍ସଲ ହିଂସା ଦେଖିବାକୁ ମିଳିଛି। ଏଭଳି ଘଟଣା ଘଟିଛି ମାଥିଲି ବ୍ଲକର ମହୁପଦର ପଞ୍ଚାୟତର କେରମିଟି ଗ୍ରାମରେ। ଗତ ଗୁରୁବାର ଦିନ ସଶସ୍ତ୍ର ନକ୍ସଲ କେରମିଟି ଗ୍ରାମରେ ପହଞ୍ଚି ଗ୍ରାମର ଆନନ୍ଦ ମାଢିଙ୍କୁ ଘରୁ ଅପହରଣ କରି ନେଇଥିଲେ। ଆନନ୍ଦକୁ ପ୍ରଜାକୋର୍ଟରେ ହାଜର କରାଯାଇଥିଲା। ଆନନ୍ଦ ପୁଲିସ ଇନଫର୍ମର ବୋଲି ନକ୍ସଲ ପ୍ରଜାକୋର୍ଟରେ ଆନନ୍ଦକୁ ଦୋଷୀ ସାବ୍ୟସ୍ତ କରିଥିଲେ। ପରେ ଆନନ୍ଦକୁ ନିସ୍ତୁକ ମାଡ ମାରିଥିଲେ। ଆନନ୍ଦକୁ ଦୁଇ ଦିନ ଜଙ୍ଗଲରେ ଚଲାଇ ଚଲାଇ ବିଭିନ୍ନ ସ୍ଥାନରେ ଅଟକାଇ ମାଡ ମାରିବା ସହ ମୃତ୍ୟୁଦଣ୍ଡ ଦେବା ନେଇ ନିଷ୍ପତ୍ତି ନେଇଥିଲେ। ଶେଷରେ ଆନନ୍ଦକୁ ଅତି ନିର୍ମମ ଭାବେ ହତ୍ୟା କରି ଜଙ୍ଗଲରେ ହିଁ ପୋଡି ଦେଇଥିବା ସୂଚନା ମିଳିଛି। ତେବେ ଏନେଇ ମାଥିଲି ଆଇଆଇସି ରାମ ପ୍ରସାଦ ନାଗକୁ ପଚରାଯିବାରୁ ସେ ଏନେଇ ଖବର ପାଇଥିବା କହିବା ସହ ଏହାର ତଦନ୍ତ ଚାଲିଥିବା କହିଥିଲେ। ତେବେ ନକ୍ସଲ ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏଭଳି ଘଟଣା ଘଟାଇ ନିଜର ଉପସ୍ଥିତି ଜାହିର କରିବା ସହ ଲୋକଙ୍କୁ ଭୟଭିତ କରାଇବା ପ୍ରଥମ ଲକ୍ଷ୍ୟ ବୋଲି କୁହାଯାଇଛି। ତେବେ ଆଗକୁ ନକ୍ସଲ ଆହୁରି କି କି ରୂପ ଦେଖାଇବେ ତାହା ଦେଖିବାକୁ ବାକି ରହିଲା। ଗୋଟିଏ ପଟେ ଜିଲ୍ଲାରୁ ନକ୍ସଲ କମୁଥିବା ନେଇ ପୁଲିସ କହୁଥିବା ବେଳେ ନକ୍ସଲ ଏଭଳି ଘଟଣା ଘଟାଇ ନିଜର ଉପସ୍ଥିତ ରହିଥିବା ସୂଚାଉଛନ୍ତି।

Share Now:

Kalinga News Beuro

Next Post

ସ୍ମାର୍ଟ କିଓସ୍କରେ ନଗ୍ନ ଚଳଚିତ୍ର : ପର୍ଣ୍ଣ ସାଇଟ୍‌ ଚାଲିବା ପରେ ହଙ୍ଗାମା

Mon Jan 17 , 2022
ଭୁବନେଶ୍ବର : ଜନସାଧାରଣଙ୍କୁ ହାତ ପାଆନ୍ତାରେ ସେବା ଯୋଗାଇ ଦେବାପାଇଁ ସହରର ବିଭିନ୍ନ ସ୍ଥାନରେ ସ୍ଥାପନ ହୋଇଥିବା ସ୍ମାର୍ଟ କିଓସ୍କ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଗତ ରାତିରେ ଏଥିରେ କେହି ଜଣେ ପର୍ଣ୍ଣ ସାଇଟ୍‌ ଖୋଲି ଦେଇ ଚାଲିଯିବା ପରେ ହଙ୍ଗାମା ହୋଇଛି। ରାଜମହଲ ଛକରେ ମୋ ବସ୍‌ ଷ୍ଟାଣ୍ଡ‌ କଡ଼ରେ ଥିବା ଏହି କିଓସ୍କରେ ଦୀର୍ଘ ୧୫ ମିନିଟ୍‌ କାଳ ନଗ୍ନ ଚିତ୍ର ଦେଖାଯିବା ପରେ ସେଠାରେ […]
ସ୍ମାର୍ଟ କିଓସ୍କରେ ନଗ୍ନ ଚିତ୍ର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial