ସତର୍କତାର ସହ କାଗଜ ତ୍ରିରଙ୍ଗା ବ୍ୟବହାର ପାଇଁ ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ

କାଗଜ ତ୍ରିରଙ୍ଗା ବ୍ୟବହାର

ନୂଆଦିଲ୍ଲୀ : ଆଗକୁ ଗଣତନ୍ତ୍ର ଦିବସ। ଦେଶର ବିଭିନ୍ନ ସ୍ଥାନରେ ଏହି ଜାତୀୟ ଦିବସ ପାଳନ ପାଇଁ ପ୍ରସ୍ତୁତି ଚାଲିଛି। କିନ୍ତୁ ଗଣତନ୍ତ୍ର ଦିବସ ପାଳନ ବେଳେ ଯେପରି ଜାତୀୟ ପତାକାର ଅସମ୍ମାନ ନ ହୁଏ ସେଦିଗରେ ସତର୍କ ରହିବାକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ସରକାରମାନଙ୍କୁ ସତର୍କ କରାଇଦେଇଛି। ବିଶେଷକରି କାଗଜ ନିର୍ମିତ ଜାତୀୟ ପତାକାର ବ୍ୟବହାର ବେଳେ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ଗଣତନ୍ତ୍ର ଦିବସ ସମାରୋହ ଶେଷ ହେବା ପରେ ଲୋକମାନେ କାଗଜ ନିର୍ମିତ ପତାକା ଯେପରି ଏଣେ ତେଣେ ନ ପକାନ୍ତି ସେ ଦିଗରେ ପ୍ରଶାସନ ସତର୍କ ରହିବା ସହ କାଗଜ ପତାକାଗୁଡ଼ିକର ସମ୍ମାନ ରକ୍ଷା ସହ ଗୋପନରେ ସେଗୁଡ଼ିକୁ ନଷ୍ଟ କରିବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯଇଛି। ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି କେନ୍ଦ୍ର ଗୃହ ମନ୍ତ୍ରାଳୟର ଉପସଚିବ ପ୍ରେମ ପ୍ରକାଶ ଦର୍ଶାଇଛନ୍ତି ଯେ, ତ୍ରିରଙ୍ଗା ଦେଶର ଜନସାଧାରଣଙ୍କ ଆଶା ଓ ଆକାଂକ୍ଷାର ପ୍ରତୀକ। ଏଣୁ ଏହାକୁ ସର୍ବୋଚ୍ଚ ସମ୍ମାନ ଦିଆଯିବା ଉଚିତ ଓ ଏଥିପାଇଁ ଆଇନରେ ବ୍ୟବସ୍ଥା ରହିଛି। କେଉଁ କେଉଁ କ୍ଷେତ୍ରରେ ଜାତୀୟ ପତାକାକୁ ଅସମ୍ମାନ ହେଲା ବୋଲି ଧରାଯିବ ସେ ନେଇ ଭାରତୀୟ ପତାକା ଆଇନ ବା ଫ୍ଲାଗ କୋଡ ଅଫ ଇଣ୍ଡିଆରେ ଉଲ୍ଲେଖ ରହିଛି। ସେଗୁଡିକ ହେଲା:-
୧. ଜାତୀୟ ପତାକାକୁ ବାଚନିକ ଓ ଶାରିରୀକଭାବେ ଅସମ୍ମାନ କରିବା।
୨. କୌଣସି ବ୍ୟକ୍ତିଙ୍କ ସମ୍ମାନ ପାଇଁ ଜାତୀୟ ପତାକାରୁ ଢଳେଇ କରି ଧରିବା।
୩. ସ୍ବତନ୍ତ୍ର ସରକାରୀ ନିର୍ଦ୍ଦେଶ ବ୍ୟତିତ ଅନ୍ୟ ସମୟରେ ଜାତୀୟ ପତାକାକୁ ଅର୍ଦ୍ଧନିମିତ୍ତ କରି ରଖିବା।
୪. ଜାତୀୟ ପତାକାରେ ଲେଖିବା ବା ଚିତ୍ର କରିବା।
୫. ଜାତୀୟ ପତାକାକୁ ପୋଷାକ ଭାବେ ବ୍ୟବହାର କରିବା।
୬. ଜାତୀୟ ପତାକାରେ କୌଣସି ସାମଗ୍ରୀ ରଖିବା। ଉତ୍ତୋଳନ ପୂର୍ବରୁ ଜାତୀୟ ପତାକାରେ କେବଳ ଫୁଲ ପାଖୁଡ଼ା ରଖାଯାଇପାରିବ।
୭. ଜାଣିଣୁଣି ପକାତାକୁ ଭୂମି ସ୍ପର୍ଶ କରାଇବା।
୮. ଜାଣିଶୁଣି ଜାତୀୟ ପତାକାକୁ ଓଲଟା ଉଡ଼ାଇବା।
୯. କୌଣସି ପ୍ରତିମୂର୍ତ୍ତିରେ ଜାତୀୟ ପତାକା ଗୁଡ଼ାଇବା କିମ୍ବା ସଭାସମିତିରେ ଟେବୁଲ ଆବୃତ୍ତ କରିବାକୁ ବ୍ୟବହାର କରିବା।
୧୦. କୌଣସି କୋଠାକୁ ଆବୃତ୍ତ କରିବାକୁ ଜାତୀୟ ପତାକାକୁ ବ୍ୟବହାର କରିବା।

Share Now:

Kalinga News Beuro

Next Post

ହାଉଥି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍, ୧୪ ମୃତ

Tue Jan 18 , 2022
ଦୁବାଇ : ୟୁଏଇ ଉପରେ ହାଉଥି ବିଦ୍ରୋହୀଙ୍କ ଡ୍ରୋନ ଆକ୍ରମଣର ଦିନକ ପରେ ତାହାର ଜବାବ ଦେଇଛି ସାଉଦି ଆରବ ନେତୃତ୍ବାଧୀନ ସାମରିକ ମେଣ୍ଟ। ଏହି ମେଣ୍ଟ ପକ୍ଷରୁ ୟେମେନର ରାଜଧାନୀ ସାନା ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଛି। ଏହି ଆକ୍ରମଣରେ ୧୪ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ କିଛି କୋଠା ଧ୍ବଂସ ପାଇଯାଇଛି। ଜଣେ ପୂର୍ବତନ ମିଲିଟାରୀ ଅଫିସର ଅବଦୁଲ୍ଲା କାସିମ ଅଲ-ଜାନିଦଙ୍କ ଘର ଉପରେ ଏହି ବିମାନ ଆକ୍ରମଣ […]
ହାଉଥି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial