ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ନାମାଙ୍କନ ଦାଖଲ କଲେ ୧୩,୩୫୬ ପ୍ରାର୍ଥୀ

ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୧୩ ହଜାର ୩୫୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏଥିରୁ ଓ୍ଵାର୍ଡମେମ୍ବର ଭାବେ ୧୦ ହଜାର ୭୩୪, ସରପଞ୍ଚ ଭାବେ ୧ ହଜାର ୫୪୬, ପଞ୍ଚାୟତ ସମିତି ଭାବେ ୧ ହଜାର ୩୪ ଓ ଜିଲ୍ଲା ପରିଷଦ ସଦସ୍ୟ ଭାବେ ୪୨ ଜଣ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଛନ୍ତି। ରାଜ୍ୟ ନିର୍ବାଚନ କମିସନଙ୍କ ସଚିବଙ୍କ ପକ୍ଷରୁ ଏହି ସୂଚନା ମିଳିଛି।
ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବଚାନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଜାନୁଆରି ୧୭ ତାରିଖ ଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ନାମାଙ୍କନ ପତ୍ର ଦାଖଲ ନେଇ ପରିବେଶ ଫିକା ପଡିଥିଲା। ପ୍ରଥମ ଦିନରେ ରାଜ୍ୟରେ ୮୭୭୨ ଜଣ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ୧୧୨୨ ଜଣ ସରପଞ୍ଚ ପ୍ରାର୍ଥୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୫୧୨ ଜଣ ସମିତି ସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ସେହିପରି ୨୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ସେମାନଙ୍କର ନାମାଙ୍କନପତ୍ର ଦାଖଲ କରିଥିଲେ।

Share Now:

Kalinga News Beuro

Next Post

ଠକକୁ ଚିହ୍ନନ୍ତୁ : ଜମି ବିକିବା ନାଁରେ ୨କୋଟି ଚଳୁ

Tue Jan 18 , 2022
ମିକ୍ସଚର ଫ୍ୟାକ୍ଟ୍ରି ଏମ୍‌ଡି ଗିରଫ,୨ ସହଯୋଗୀ ଫେରାର୍‌ ଭୁବନେଶ୍ବର : ମଞ୍ଚେଶ୍ବର ଶିଳ୍ପାଞ୍ଚଳରେ ଏକ ପ୍ଲଟ୍‌ ବିକିବା ବାହାନାରେ ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କଠାରୁ ୨ କୋଟିରୁ ଊର୍ଧ୍ବ ଟଙ୍କା ଠକେଇ କରିଥିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ଜଣେ ମିକ୍ସଚର ଫ୍ୟାକ୍ଟ୍ରି ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି)ଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବାପ୍‌ସା ଏଣ୍ଟରପ୍ରାଇଜର୍ସ ଏମ୍‌ଡି ପଦାରବିନ୍ଦ ମହାପାତ୍ର(୪୩)। କଟକ ପୁରୀ ଘାଟ ଥାନା ଅଞ୍ଚଳର ବାସିନ୍ଦା ପଦାରବିନ୍ଦଙ୍କୁ ପୁଲିସ ଗତକାଲି […]
ଜମି ବିକିବା ନାଁରେ ୨କୋଟି ଚଳୁ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial