୫ ଜିଲ୍ଲାରେ ପଡ଼ିବ ଘନ କୁହୁଡ଼ି : ୟେଲୋ ୱାର୍ଣ୍ଣିଂ ଜାରି

୫ ଜିଲ୍ଲାରେ ପଡ଼ିବ ଘନ କୁହୁଡ଼ି

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ପାଣିପାଗରେ ସେପରି କୌଣସି ବଡ଼ ଧରଣ ପରିବର୍ତ୍ତନର ସମ୍ଭାବନା ନାହିଁ। ରାଜ୍ୟର ଜିଲ୍ଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ଓ ଖରାଟିଆ ରହିବାର ସମ୍ଭାବନା ଅଧିକ ରହିଛି। ତେବେ, ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଏବଂ ଉପକୂଳ ଓଡ଼ିଶା, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅଗଭୀରରୁ ମଧ୍ୟମ ଧରଣର କୁହୁଡି ପଡ଼ିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ବୁଧବାର ମଧ୍ୟରାତ୍ରରୁ ଗୁରୁବାର ପ୍ରତ୍ୟୁଷ ମଧ୍ୟରେ ରାଜ୍ୟର କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହଥିବା ଦୃଷ୍ଟିରୁ ଏହି ୫ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ବା ହଳଦିଆ ଚେତାବନୀ ଜାରି କରିଛି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା)ରେ ମଧ୍ୟ କୌଣସି ବଡ଼ ପରିବର୍ତ୍ତନର ସମ୍ଭାବନା ନାହିଁ। ତେବେ, ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରାରେ କ୍ରମାଗତ ଭାବେ ୩ରୁ ୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ଘଟିବ ଓ ଶୀତ କମିଯିବ ବୋଲି ବୁଧବାର ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ ଜାରି ଏକ ସୂଚନାରେ କୁହାଯାଇଛି।

Share Now:

Kalinga News Beuro

Next Post

ସ୍ତନ୍ୟପାନ ମାଧ୍ୟମରେ କୋଭିଡ୍‌-୧୯ ଭାଇରସ୍‌ ସଂକ୍ରମଣର କୌଣସି ପ୍ରମାଣ ନାହିଁ : ଅଧ୍ୟୟନ

Wed Jan 19 , 2022
ନୂଆଦିଲ୍ଲୀ: ନିକଟରେ କୋଭିଡ୍‌ ସଂକ୍ରମିତ ମା’ମାନେ ସେମାନଙ୍କ ଶିଶୁକୁ ସ୍ତନ୍ୟପାନ ମାଧ୍ୟମରେ ସଂକ୍ରାମକ ସାର୍ସକୋଭ-୨ ଦ୍ୱାରା ସଂକ୍ରମିତ କରିବାର କୌଣସି ପ୍ରମାଣ ନାହିଁ ବୋଲି ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଧ୍ୟୟନର ରିପୋର୍ଟ ‘ପେଡିଆଟ୍ରିକ୍‌ ରିସର୍ଚ୍ଚ’ ପତ୍ରିକାରେ ପ୍ରକାଶ ପାଇଛି। ଏହି ଅଧ୍ୟୟନ କରିଥିବା ଗବେଷକମାନେ ୧୧୦ ଜଣ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ଠାରୁ ସଂଗ୍ରହ କରିଥିବା କ୍ଷୀରର ନମୁନାକୁ ବିଶ୍ଳେଷଣ କରିବା ପରେ ଏହା ଜାଣିବାକୁ ପାଇଛନ୍ତି। […]
ସ୍ତନ୍ୟପାନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial