ଆତଙ୍କବାଦୀଙ୍କ ଏନ୍ତୁଡ଼ି ଶାଳରେ ଆତଙ୍କବାଦୀ ଆକ୍ରମଣ : ବିସ୍ଫୋରଣରେ ୪ ମୃତ ଓ ୨୦ ଆହତ

ଲାହୋର ବଜାରରେ ଆତଙ୍କବାଦୀ

ଲାହୋର: ଆଜି ଗୁରୁବାର ଅପରାହ୍ନରେ ପାକିସ୍ତାନର ଐତିହାସିକ ଓ ପ୍ରସିଦ୍ଧ ଅନାରକଲି ବଜାରରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ ଘଟାଇଛନ୍ତି। ଏହି ବିସ୍ଫୋରଣରେ ୪ ଜଣ ଲୋକ ମୃତ୍ୟୁ ବରଣ କରିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଆହତ ହୋଇଥିବା ୨୦ ଜଣଙ୍କ ଅବସ୍ଥା ଗୁରୁତର ଅଛି। ମିଡିଆ ରିପୋର୍ଟ ଅନୁସାରେ ଏହି ବଜାରରେ ଅତ୍ୟନ୍ତ ଭିଡ ରହିଥାଏ ଓ ଏଥିରେ ପାର୍କିଂର କୌଣସି ବ୍ୟବସ୍ଥା ନାହିଁ। ଏଠାରେ ବିଶୃଙ୍ଖଳିତ ଟ୍ରାଫିକ୍ ମଧ୍ୟରେ ଏକ ବାଇକରେ ଆଇଡି (ଇମ୍ପ୍ରଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍) ଖଞ୍ଜା ଯାଇଥିଲା। ଖବର ଅନୁସାରେ ଲାହୋର ପୁଲିସର ଜଣେ ଅଧିକାରୀ କହିଛନ୍ତି, ଅନାରକଲି ବଜାରରେ ଯଥେଷ୍ଟ ଭିଡ ଥିଲା। ଏଠାରେ ଲୋକମାନେ ଯେକୌଣସି ସ୍ଥାନରେ ନିଜ ଯାନଗୁଡିକୁ ରଖି ଦେଇଥାନ୍ତି। ଲୋକମାନଙ୍କ ଯିବାଆସିବାର ମୁଖ୍ୟ ରାସ୍ତାରେ ଏକ ମଟର ସାଇକେଲକୁ ରଖା ଯାଇଥିଲା। ଏହି ମଟର ସାଇକେଲରେ ହିଁ ଆଇଇଡି ଖଞ୍ଜା ଯାଇଥିଲା ଯାହା ବିସ୍ଫୋରଣ ହୋଇଥିଲା। ପୁଲିସର ସୂଚନା ଅନୁସାରେ ୩ ଜଣ ଲୋକ ମରିଛନ୍ତି। ତେବେ କିଛି ରିପୋର୍ଟ ଅନୁସାରେ ୪ ଜଣ ଲୋକ ବିସ୍ଫୋରଣର ସ୍ଥାନରେ ହିଁ ମୃତ୍ୟୁବରଣ କରିଛନ୍ତି। ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲାହୋର ପାକିସ୍ତାନର ପଞ୍ଜାବ ପ୍ରାନ୍ତର ଏକ ସହର ଅଟେ। ଏଠାକାର ମୁଖ୍ୟମନ୍ତ୍ରୀ ଉସ୍ମାନ ବୁଜଦାର ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଜଦାର ପୁଲିସକୁ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ କହିଛନ୍ତି। ଜାତୀୟ ଆତଙ୍କବାଦୀ ନିରୋଧ ସଂସ୍ଥାକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସହରର ଅନ୍ୟ କିଛି ସ୍ଥାନରେ ଏପରି ଆତଙ୍କବାଦୀ ଆକ୍ରମଣ ଘଟିବାର ସମ୍ଭାବନା ରହିଛି ବୋଲି ମଧ୍ୟ ଖବର ମିଳିଛି। ଏହି ସମୟରେ ସେନାର ବୋମା ନଷ୍ଟ କରିବାର ସ୍କ୍ଵାଡକୁ ମୁତୟନ କରାଯାଇଛି।
ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ବି ଆତଙ୍କବାଦୀ ସଙ୍ଗଠନ ଆକ୍ରମଣ ଘଟାଇଛନ୍ତି ବୋଲି ଦାବି କରି ନାହାନ୍ତି। ତେବେ ତେହରିକ୍-ଏ-ତାଲିବାନ ପାକିସ୍ତାନ ବା ଟିଟିପି ଏହି ଆକ୍ରମଣ କରି ଥାଇପାରେ ବୋଲି ସନ୍ଦେହ କରାଯାଉଛି। ଗତ ମାସରେ ପାକିସ୍ତାନ ସରକାର ଓ ଟିଟିପି ମଧ୍ୟରେ ସଂଘର୍ଷ ବିରାମ ଉପରେ ଲଗାଯାଇଥିବାର ବୁଝାମଣାକୁ ଶେଷ କରାଯାଇଥିଲା। ସେତେବେଳେ ଟିଟିପି ଧମକ ଦେଇ କହିଥିଲା, ପାକିସ୍ତାନ ସରକାରଙ୍କୁ ସେ ଜଣାଇ ଦେବ ଯେ ପାକିସ୍ତାନ ସରକାର କିପରି ଇସ୍ଲାମ ନାମରେ ଲୋକମାନଙ୍କୁ ଧକ୍କା ଦେଉଛନ୍ତି। ଟିଟିପିର ଅଧିକାଂଶ ନେତା ଓ ଆତଙ୍କବାଦୀ ଏବେ ଆଫଗାନିସ୍ତାନରେ ଅଛନ୍ତି। କିଛି ଦିନ ପୂର୍ବରୁ ଟିଟିପିର ଏକ ପ୍ରବକ୍ତାଙ୍କୁ ପାକିସ୍ତାନ ସୈନ୍ୟ ଲଗାଇ ହତ୍ୟା କରିଥିଲା। ଏହାପରେ ଟିଟିପି ପ୍ରତିଶୋଧ ନେବାକୁ ଧମକ ଦେଇଥିଲା। ପାକିସ୍ତାନର ନିଜ ସମସ୍ୟା କହି ତାଲିବାନ, ଟିଟିପି ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ମନା କରି ଦେଇଥିଲା।

Share Now:

Kalinga News Beuro

Next Post

ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ କଡ଼ା ନିର୍ଦ୍ଦେଶ

Thu Jan 20 , 2022
ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥୀ/ପ୍ରାଥୀର୍ନୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ ସମୟରେ କୋଭିଡ୍-୧୯ ନିୟମାବଳୀ ଉଲ୍ଲଂଘନ ସହ ପ୍ରବଳ ଜନଗହଳି ହେଉଥିବା ରାଜ୍ୟ ନିର୍ବାଚନ କମିସନଙ୍କ ନଜରକୁ ଆସିଛି। ନିର୍ବାଚନ କମିସନ ଗତ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ-ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ଜଣେ ଡି.ଏସ୍.ପି ପାହ୍ୟାର ପୁଲିସ ଅଧିକାରୀଙ୍କୁ କୋଭିଡ଼୍ ପର୍ଯ୍ୟବେକ୍ଷକ ଭାବେ […]
ନିର୍ବାଚନ କମିସନ

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial