ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ କଡ଼ା ନିର୍ଦ୍ଦେଶ

ନିର୍ବାଚନ କମିସନ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାର୍ଥୀ/ପ୍ରାଥୀର୍ନୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ ସମୟରେ କୋଭିଡ୍-୧୯ ନିୟମାବଳୀ ଉଲ୍ଲଂଘନ ସହ ପ୍ରବଳ ଜନଗହଳି ହେଉଥିବା ରାଜ୍ୟ ନିର୍ବାଚନ କମିସନଙ୍କ ନଜରକୁ ଆସିଛି। ନିର୍ବାଚନ କମିସନ ଗତ ୧୫ ତାରିଖରେ ଅନୁଷ୍ଠିତ ହୋଇଥିବା ଜିଲ୍ଲାପାଳ-ଆରକ୍ଷୀ ଅଧୀକ୍ଷକ ସମ୍ମିଳନୀରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ ଯେ ଜଣେ ଡି.ଏସ୍.ପି ପାହ୍ୟାର ପୁଲିସ ଅଧିକାରୀଙ୍କୁ କୋଭିଡ଼୍ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯିବ ଓ ପ୍ରାର୍ଥୀ/ପ୍ରାର୍ଥୀର୍ନୀମାନଙ୍କର ନାମାଙ୍କନ ପତ୍ର ଦାଖଲ ଓ ନିର୍ବାଚନୀ ବୈଠକ ସମୟରେ ହେଉଥିବା ଭିଡ଼କୁ ନିୟନ୍ତ୍ରଣ ସହ କଡ଼ାକଡ଼ି ଭାବେ କୋଭିଡ୍-୧୯ ନିୟମାବଳୀର ଅନୁପାଳନ କରାଯିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ।
ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ହେଉଥିବାରୁ ନାମାଙ୍କନ ପତ୍ର ଦାଖଲବେଳେ ପ୍ରବଳ ଜନଗହଳି ହେବାର ଆଶଙ୍କା କରାଯାଉଛି। ଏହି ମର୍ମରେ ଆଜି ନିର୍ବାଚନ କମିସନ ନାମାଙ୍କନ ପତ୍ର ଦାଖଲ ସମୟରେ ହେଉଥିବା ଭିଡ଼ ନିୟନ୍ତ୍ରଣ ସହ କୋଭିଡ୍-୧୯ ନିର୍ଦ୍ଦେଶାବଳୀର କଡ଼ାକଡ଼ି ଅନୁପାଳନ ନିମନ୍ତେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

Share Now:

Kalinga News Beuro

Next Post

ଆଇଏନଏସ ରଣବୀରରେ ବିସ୍ଫୋରଣ ଘଟଣା : ଏସି କମ୍ପାର୍ଟମେଣ୍ଟରୁ ଗ୍ୟାସ ନିର୍ଗତ ହେବାରୁ ବିସ୍ଫୋରଣ ସନ୍ଦେହ

Thu Jan 20 , 2022
ମୁମ୍ବାଇ : ଗତ ମଙ୍ଗଳବାରଦିନ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଆଇଏନଏସ ରଣବୀରରେ ହୋଇଥିବା ବିସ୍ଫୋରଣର କାରଣ ସମ୍ପର୍କରେ ସୂଚନା ମିଳିଛି। ଜାହାଜର ଏୟାର କଣ୍ଡିସନିଙ୍ଗ୍ କମ୍ପାର୍ଟମେଣ୍ଟରେ ଗ୍ୟାସ ଲିକ ହେବା ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ଅନୁମାନ କରାଯାଉଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ତଦନ୍ତ ଶେଷ ହେବା ପରେ ଜଣାପଡିବ। କିନ୍ତୁ ପ୍ରାରମ୍ଭିକ ଅନୁସନ୍ଧାନ ଓ ପାରିପାର୍ଶ୍ବିକ ସ୍ଥିତିରୁ ଜଣାପଡୁଛି ଯେ […]
ଆଇଏନଏସ ରଣବୀର

ଆହୁରି ପଢ଼ନ୍ତୁ

Social media & sharing icons powered by UltimatelySocial